ପ୍ରଶାନ୍ତଙ୍କୁ ପୁଣି ଜାମିନ୍‌

ଢେଙ୍କାନାଳ(ଓଡ଼ିଶା ରିପୋର୍ଟର): ସି-ସୋର ଚିଟ୍‌ଫଣ୍ଡ ସଂସ୍ଥାର ମୁଖ୍ୟ ପ୍ରଶାନ୍ତ ଦାସଙ୍କୁ ପୁଣି ମିଳିଲା ଜାମିନ୍‌। ଦୁଇ ଲକ୍ଷ ଟଙ୍କାର ଦୁଇ ଜାମିନ୍‌ଦାର ବଦଳରେ ଢେଙ୍କାନାଳ ଜିଲ୍ଲା ଜଜ୍‌ କୋର୍ଟ ଆଜି ତାଙ୍କୁ ଜାମିନ୍‌ ଦେଇଛନ୍ତି। ପୂର୍ବରୁ ପ୍ରଶାନ୍ତ ଜେଲରୁ ମିକୁଳି ଥିଲେ। ତା’ପର ଦିନ ତାଙ୍କୁ ଢେଙ୍କାନାଳ ପୋଲିସ ଗିରଫ କରିଥିଲା। ସି-ସୋର୍ ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଏଯାଏଁ ଟଙ୍କା ମିଳି ନାହିଁ। ଅନ୍ୟପକ୍ଷରେ ସଂସ୍ଥାର ୨ ଜଣ ଅଭିଯୁକ୍ତ ଜାମିନରେ ବାହାରି ଯିବା ଜମାକାରୀଙ୍କୁ ଚକିତ କରିଛି। […]

prasant dash

Rakesh Mallick
  • Published: Thursday, 18 January 2018
  • , Updated: 18 January 2018, 06:05 PM IST

ଢେଙ୍କାନାଳ(ଓଡ଼ିଶା ରିପୋର୍ଟର): ସି-ସୋର ଚିଟ୍‌ଫଣ୍ଡ ସଂସ୍ଥାର ମୁଖ୍ୟ ପ୍ରଶାନ୍ତ ଦାସଙ୍କୁ ପୁଣି ମିଳିଲା ଜାମିନ୍‌। ଦୁଇ ଲକ୍ଷ ଟଙ୍କାର ଦୁଇ ଜାମିନ୍‌ଦାର ବଦଳରେ ଢେଙ୍କାନାଳ ଜିଲ୍ଲା ଜଜ୍‌ କୋର୍ଟ ଆଜି ତାଙ୍କୁ ଜାମିନ୍‌ ଦେଇଛନ୍ତି। ପୂର୍ବରୁ ପ୍ରଶାନ୍ତ ଜେଲରୁ ମିକୁଳି ଥିଲେ। ତା’ପର ଦିନ ତାଙ୍କୁ ଢେଙ୍କାନାଳ ପୋଲିସ ଗିରଫ କରିଥିଲା।

ସି-ସୋର୍ ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଏଯାଏଁ ଟଙ୍କା ମିଳି ନାହିଁ। ଅନ୍ୟପକ୍ଷରେ ସଂସ୍ଥାର ୨ ଜଣ ଅଭିଯୁକ୍ତ ଜାମିନରେ ବାହାରି ଯିବା ଜମାକାରୀଙ୍କୁ ଚକିତ କରିଛି। ଆଜି ପ୍ରଶାନ୍ତଙ୍କୁ ଜାମିନ୍‌ ମିଳିଥିବା ବେଳେ ପୂର୍ବରୁ ତାଙ୍କ ଭାଇ ପ୍ରଭାତ ଦାଶ ଓ ସି-ସୋର୍ ପାଇଁ ମଧ୍ୟସ୍ଥି ଥିବା ଶୁଭଙ୍କର ନାୟକ ବି ଜାମିନ୍‌ରେ ମୁକୁଳି ସାରିଛନ୍ତି।

Related story