ପ୍ରସ୍ତାବିତ ୫ଟି ମେଡିକାଲ କଲେଜ ଲାଗି ତୁରନ୍ତ ଅନୁଦାନ ଦେବାକୁ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି

ଭୁବନେଶ୍ୱର: ରାଜ୍ୟରେ ପ୍ରସ୍ତାବିତ ୫ଟି ମେଡିକାଲ କଲେଜ ଲାଗି ତୁରନ୍ତ ଅନୁଦାନ ପ୍ରଦାନ କରିବା ଲାଗି ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିଛନ୍ତି। କେନ୍ଦ୍ର ଓ ରାଜ୍ୟର ମିଳିତ ଭାଗିଦାରୀରେ ଏହି ସବୁ ମେଡିକାଲ କଲେଜ ପ୍ରତିଷ୍ଠା ହେବାକୁ ଯାଉଛି। ଏଥିରେ କେନ୍ଦ୍ର ସରକାର ୭୫ ପ୍ରତିଶତ ଓ ରାଜ୍ୟ ସରକାର ୨୫ ପ୍ରତିଶତ ଅର୍ଥ ଖର୍ଚ୍ଚ ବହନ କରିବେ। ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ବଜେଟରେ ଅର୍ଥ ମଞ୍ଜୁର ହୋଇଥିବା ବେଳେ କେନ୍ଦ୍ର ପକ୍ଷରୁ […]

cm

Rakesh Mallick
  • Published: Tuesday, 22 December 2015
  • , Updated: 22 December 2015, 09:37 AM IST

ଭୁବନେଶ୍ୱର: ରାଜ୍ୟରେ ପ୍ରସ୍ତାବିତ ୫ଟି ମେଡିକାଲ କଲେଜ ଲାଗି ତୁରନ୍ତ ଅନୁଦାନ ପ୍ରଦାନ କରିବା ଲାଗି ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିଛନ୍ତି। କେନ୍ଦ୍ର ଓ ରାଜ୍ୟର ମିଳିତ ଭାଗିଦାରୀରେ ଏହି ସବୁ ମେଡିକାଲ କଲେଜ ପ୍ରତିଷ୍ଠା ହେବାକୁ ଯାଉଛି। ଏଥିରେ କେନ୍ଦ୍ର ସରକାର ୭୫ ପ୍ରତିଶତ ଓ ରାଜ୍ୟ ସରକାର ୨୫ ପ୍ରତିଶତ ଅର୍ଥ ଖର୍ଚ୍ଚ ବହନ କରିବେ। ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ବଜେଟରେ ଅର୍ଥ ମଞ୍ଜୁର ହୋଇଥିବା ବେଳେ କେନ୍ଦ୍ର ପକ୍ଷରୁ ୩ଟି କିସ୍ତିରେ ମାତ୍ର ୫୫ କୋଟି ଟଙ୍କା ଦିଆଯାଇଛି।

ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏ ବାବଦରେ ୨ ହଜାର ୪୫୦ କୋଟି ୯୦ ଲକ୍ଷ ଟଙ୍କାର ସଂଶୋଧିତ ଏଷ୍ଟିମେଟ କେନ୍ଦ୍ରକୁ ପ୍ରଦାନ କରାଯାଇଥିଲେ ମଧ୍ୟ ଏହାର ଉତ୍ତର ମିଳି ନ ଥିବା ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି। ଏସବୁ ମେଡିକାଲ କଲେଜରେ ୨୦୧୭-୧୮ରୁ ପାଠପଢ଼ା ଆରମ୍ଭ ହେବାକୁ ଲକ୍ଷ୍ୟ ରଖାଯାଇଥିବାରୁ ଭିତ୍ତିଭୂମି ନିର୍ମାଣ କାମ ଶୀଘ୍ର ଶେଷ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି।

Related story