କଟକ: କଟକ ବିଦ୍ୟାଧରପୁରସ୍ଥିତ ଶ୍ରୀ ଶ୍ରୀ ୟୁନିଭରସିଟି ବିରୋଧରେ ଅବହେଳା ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ବାସିନ୍ଦା। ଲୋକେ ଅଭିଯୋଗ କରିଛନ୍ତି, ବିଶ୍ୱବିଦ୍ୟାଳୟ ସ୍ଥାପନ ବେଳେ କୁହାଯାଇଥିଲା ଯେ ଏହି ଅନୁଷ୍ଠାନ ଗାଁରେ ବିଦ୍ୟାଳୟ, କମ୍ୟୁନିଟି ସେଣ୍ଟର ଓ ଘରେ ଘରେ ପାଇଖାନ ଇତ୍ୟାଦି ନିର୍ମାଣ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ବିଶ୍ୱବିଦ୍ୟାଳୟ ସ୍ଥାପନ ହେବାର ୬ ବର୍ଷ ପରେ ମଧ୍ୟ ଏହି ପ୍ରତିଶ୍ରୁତି ପାଳନ କରାଯାଇ ନାହିଁ। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ବିଦ୍ୟାଧରପୁର ଗାଁକୁ ପୋଷ୍ୟଗ୍ରାମ ଭାବେ ଗ୍ରହଣ କରିଥିଲେ ସୁଧା କିଛି ସୁବିଧାସୁଯୋଗ କରି ନାହିଁ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏନେଇ ଗାଁରେ ଆଜି ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ବିଶ୍ୱବିଦ୍ୟାଳୟର ଭିସି ସଂଜୀବ ଆରୋରା ପ୍ରତିଶ୍ରୁତି ଦେଇଛନ୍ତି ଯେ ଆସନ୍ତାକାଲି ଗାଁର ଏକ ପ୍ରତିନିଧି ମଣ୍ଡଳ ଶ୍ରୀ ଶ୍ରୀ ରବିଶଙ୍କରଙ୍କୁ ଭେଟି ଏ ବିଷୟରେ ଆଲୋଚନା କରିବେ। ପ୍ରତିଶ୍ରୁତି ପାଇବା ପରେ ଲୋକେ ନରମି ଥିଲେ।