ବରଗଡ଼(ଦୀପକ ଶର୍ମା): ଅସ୍ତ୍ରୋପଚାର ବେଳେ ଡାକ୍ତରଙ୍କ ଭୁଲ୍ ଇଞ୍ଜେକସନ ଯୋଗୁଁ ଜଣେ ଗର୍ଭବତୀଙ୍କ ମୃତ୍ୟୁ ଅଭିଯୋଗକୁ ନେଇ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା ପ୍ରକାଶ ପାଇଛି। ଡାକ୍ତରଙ୍କ ଅବହେଳାରୁ ମହିଳାଙ୍କ ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ମୃତା ମହିଳା ହେଲେ ବରଗଡ଼ କଟକିଆପଡ଼ାର ମାନସ ମଲ୍ଲିକଙ୍କ ସ୍ତ୍ରୀ ରେଖା ମଲ୍ଲିକ ।
ରେଖାଙ୍କର ପ୍ରସବ ବେଦନା ହେବାରୁ ଗତ କାଲି ତାଙ୍କୁ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ମାତ୍ର ଅସ୍ତ୍ରୋପଚାର ବେଳେ ଭୁଲ ଇଞ୍ଜେକସନ ଯୋଗୁ ରେଖା ଓ ତାଙ୍କ ଛୁଆର ମୃତ୍ୟୁ ହୋଇଥିବା ମାନସ ଅଭିଯୋଗ କରିଛନ୍ତି। ଏହି ଖବର ପ୍ରଚାରିତ ହେବା ପରେ ମେଡିକାଲ ପରିସରରେ ଉତ୍ତେଜନା ଦେଖାଦେବାରୁ ବ୍ୟାପକ ପୁଲିସ୍ ମୁତନ କରାଯାଇଛି।
ଅନ୍ୟପଟେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଅରୁଣ କୁମାର ସାହୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ବାତ ଯୋଗୁ ମହିଳାଙ୍କ ମୃତ୍ୟୁ ହୋଇଥିବା ସେ କହିଛନ୍ତି। ଶବ ବ୍ୟବଚ୍ଛେଦ ରିପୋର୍ଟ ଅାସିଲେ ପ୍ରକୃତ କାରଣ ଜଣାପଡ଼ିବ ବୋଲି ସେ କହିଛନ୍ତି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ଶଙ୍ଖ ଭବନ ହୋଟେଲ୍ରେ ପରିଣତ ହୋଇଛି: ଜଗା; ଜବାବ ରଖିଲେ ଅରୁଣ
ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ହୋଟେଲ୍ ମନ୍ତବ୍ୟର ଜବାବ ରଖିଛନ୍ତି ନୟାଗଡ଼ ବିଧାୟକ ଅରୁଣ କୁମାର ସାହୁ। ସେ କହିଛନ୍ତି, ରେଲୱେର କ୍ୟାଣ୍ଟିନ୍ ଅଛି। ସଂସଦରେ ମଧ୍ୟ କ୍ୟାଣ୍ଟିନ୍ ରହିଛି। ଅବଶ୍ୟ ଖାଇବା ଲୋଭ କାହାର ଅଛି, ତାହା ମିଡିଆରେ ଦେଖାଯାଉଛି।
Miscellaneous
ଗଞ୍ଜାମରୁ ବ୍ରହ୍ମଗିରି ଯାଉଥିଲା ୪ କ୍ୱିଣ୍ଟାଲ ଗଞ୍ଜେଇ, ମାଡ଼ି ବସିଲା ଅବକାରୀ ବିଭାଗ
ଏତେ ପରିମାଣର ଗଞ୍ଜେଇ ଗଞ୍ଜାମର ଶେରଗଡ଼ ଅଞ୍ଚଳରୁ ନିରାକାରପୁର ଦେଇ ବ୍ରହ୍ମଗିରି ଯାଉଥିଲା। କିନ୍ତୁ ନରାକରପୁର ଠାରେ ଏହାକୁ ଜବତ କରାଯାଇଛି।
Health
ଓଡ଼ିଶାରେ ଲାଗୁ ହେବ ଆୟୁଷ୍ମାନ ଭାରତ, ସ୍ୱାକ୍ଷର ହେଲା MOU
ଆଜି ଏମୟୁ ସ୍ୱାକ୍ଷରିତ ହୋଇଥିବା ବେଳେ ଖୁବଶୀଘ୍ର ଏହା ରାଜ୍ୟରେ ଲାଗୁ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି। ସେହପରି ରାଜ୍ୟର ପ୍ରାୟ ୩ କୋଟି ଲୋକ ଏହି ଯୋଜନାର ଫାଇଦା ପାଇବେ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି।
Miscellaneous
କ୍ରିକେଟର ଫାଇନାଲ ମ୍ୟାଚ୍ ନେଲା ଗୋଷ୍ଠୀ ସଂଘର୍ଷର ରୂପ, ବ୍ୟାପକ ଭଙ୍ଗାରୁଜା
ବେଡ଼ାପଡ଼ା ଗାଁରେ ସୁବାସ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା।
Miscellaneous
ବାଗେଶ୍ୱର ବାବାଙ୍କ ବଡ଼ ବୟାନ: ଓଡ଼ିଶାରୁ ବାଜି ପାରେ ହିନ୍ଦୁ ରାଷ୍ଟ୍ରର ବିଗୁଲ
ତାଙ୍କ କହିବା କଥା ଯେ ସମସ୍ତ ହିନ୍ଦୁ ଗୋଟିଏ କାରଣ ପାଇଁ ଏକାଠି ହେବାର ସମୟ ଆସି ଯାଇଛି। ସେହିପରି ହିନ୍ଦୁ ରାଷ୍ଟ୍ର ଗଠନର ବିଗୁଲ କେବଳ ଓଡ଼ିଶାରୁ ବାଜି ପାରେ ବୋଲି ସେ କହଛନ୍ତି।