ଗର୍ଭବତୀ ମାଙ୍କଡ଼କୁ ଗୁଳି ମାରି ହତ୍ୟା

ବଲାଙ୍ଗିର (ସସ୍ମିତା ସାହୁ): ବଲାଙ୍ଗିର ସହରର କଂସାରୀପଡ଼ାରେ ଗୋଟିଏ ଗର୍ଭବତୀ ମାଙ୍କଡ଼କୁ କେହି ଦୁର୍ବୃତ୍ତ ଗୁଳି ମାରି ହତ୍ୟା କରିଛି। ସୋମବାର ରାତି ପ୍ରାୟ ୯ଟାରେ ଗୁଳି ଫୁଟିବାର ଶବ୍ଦ ଶୁଣିବାକୁ ମିଳିଥିଲା। କ’ଣ ହେଲା ଜାଣିବାକୁ ଲୋକେ ଯେତେବେଳେ ଏକାଠି ହୋଇଥିଲେ କଂସାରୀପଡ଼ା ହନୁମାନ ମନ୍ଦିରରୁ ମାତ୍ର ୨୦ ମିଟର ଦୂରରେ ଏକ ମାଙ୍କଡ଼ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମରି ପଡ଼ିଥିବା ଦେଖିବାକୁ ପାଇଥିଲେ। ଖବର ପାଇ ପୁଲିସ୍‌ ଓ ଜଙ୍ଗଲ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ […]

Hanu ku Hatya

Rakesh Mallick
  • Published: Wednesday, 01 August 2018
  • , Updated: 01 August 2018, 11:24 AM IST

ବଲାଙ୍ଗିର (ସସ୍ମିତା ସାହୁ): ବଲାଙ୍ଗିର ସହରର କଂସାରୀପଡ଼ାରେ ଗୋଟିଏ ଗର୍ଭବତୀ ମାଙ୍କଡ଼କୁ କେହି ଦୁର୍ବୃତ୍ତ ଗୁଳି ମାରି ହତ୍ୟା କରିଛି।

ସୋମବାର ରାତି ପ୍ରାୟ ୯ଟାରେ ଗୁଳି ଫୁଟିବାର ଶବ୍ଦ ଶୁଣିବାକୁ ମିଳିଥିଲା। କ’ଣ ହେଲା ଜାଣିବାକୁ ଲୋକେ ଯେତେବେଳେ ଏକାଠି ହୋଇଥିଲେ କଂସାରୀପଡ଼ା ହନୁମାନ ମନ୍ଦିରରୁ ମାତ୍ର ୨୦ ମିଟର ଦୂରରେ ଏକ ମାଙ୍କଡ଼ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମରି ପଡ଼ିଥିବା ଦେଖିବାକୁ ପାଇଥିଲେ।

ଖବର ପାଇ ପୁଲିସ୍‌ ଓ ଜଙ୍ଗଲ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ପରେ ମାଙ୍କଡ଼ଟିର ଶବ ବ୍ୟବଚ୍ଛେଦ କରାଯାଇଥିଲା। ବ୍ୟବଚ୍ଛେଦ ବେଳେ ମାଙ୍କଡ଼ ଦେହରୁ ଏକ ୫ ଏମ୍‌ଏମ୍‌ର ଗୁଳି ବାହାରିଥିଲା।

ବ୍ୟବଚ୍ଛେଦ ପରେ ବଜରଙ୍ଗ ଦଳର ସଦସ୍ୟମାନେ ମାଙ୍କଡ଼ର ଶବ ସତ୍କାର କରିଥିଲେ।

ବଲାଙ୍ଗିର ସହରରେ ମାଙ୍କଡ଼ଙ୍କୁ ଏମିତି ଗୁଳି ମାରି ହତ୍ୟା କରିବା କିଛି ନୂଆ କଥା ନୁହେଁ। ପୂର୍ବରୁ ମଧ୍ୟ ଏପରି ଘଟଣା ଘଟି ସାରିଛି। ଫଳରେ ଏହାକୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀ ଓ ପରିବେଶବିତ୍‌ଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

Related story