ମାଲକାନଗିରିରେ ଭାର ଆମ୍ୱୁଲାନ୍ସ!

ଚିତ୍ରକୋଣ୍ଡା (ରତ୍ନାକର ପ୍ରଧାନ): ବଣ ପାହାଡ଼ ଘେରା ମାଲକାନଗିରି ଜିଲ୍ଲାରୁ ଆସିଛି ଜନନୀ ଯନ୍ତ୍ରଣାର ବିକଳ ଚିତ୍ର। ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିବା ଜଣେ ମହିଳାଙ୍କୁ ଖଟିଆରେ ୭ କିମି ବୋହିଲେ ପରିବାର ଲୋକ। ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଯାଇପାରିନଥିଲା। ତେଣୁ ପରିବାର ଲୋକେ ଆବୁଡ଼ା ଖାବୁଡା ରାସ୍ତାରେ ଭାରରେ ଗର୍ଭବତୀଙ୍କୁ ବୋହି ନେଇଥିଲେ। ଆଜି ବାଲିମେଳା ସ୍ଥିତି ପାଡ଼ଲପୁଟ ଗାଁର ଦେବକୀ ମୁଦୁଲି ଗର୍ଭ ଯନ୍ତ୍ରଣା ପାଇଥିଲେ। ବୋହୂର ଯନ୍ତ୍ରଣା ଦେଖି ନପାରି ପରିବାର […]

chitrakunda

Manoranjan Sial
  • Published: Friday, 25 September 2020
  • , Updated: 25 September 2020, 04:52 PM IST

ଚିତ୍ରକୋଣ୍ଡା (ରତ୍ନାକର ପ୍ରଧାନ): ବଣ ପାହାଡ଼ ଘେରା ମାଲକାନଗିରି ଜିଲ୍ଲାରୁ ଆସିଛି ଜନନୀ ଯନ୍ତ୍ରଣାର ବିକଳ ଚିତ୍ର। ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିବା ଜଣେ ମହିଳାଙ୍କୁ ଖଟିଆରେ ୭ କିମି ବୋହିଲେ ପରିବାର ଲୋକ। ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଯାଇପାରିନଥିଲା। ତେଣୁ ପରିବାର ଲୋକେ ଆବୁଡ଼ା ଖାବୁଡା ରାସ୍ତାରେ ଭାରରେ ଗର୍ଭବତୀଙ୍କୁ ବୋହି ନେଇଥିଲେ।

ଆଜି ବାଲିମେଳା ସ୍ଥିତି ପାଡ଼ଲପୁଟ ଗାଁର ଦେବକୀ ମୁଦୁଲି ଗର୍ଭ ଯନ୍ତ୍ରଣା ପାଇଥିଲେ। ବୋହୂର ଯନ୍ତ୍ରଣା ଦେଖି ନପାରି ପରିବାର ଲୋକେ ମେଡିକାଲ ନେବା ପାଇଁ ଆମ୍ବୁଲାନ୍ସକୁ ଫୋନ୍‌ କରିଥିଲେ। ଫୋନ୍‌ ପାଇଁ ଆମ୍ବୁଲାନ୍ସ ଆସିଲା। ହେଲେ ଅଧା ରାସ୍ତାରେ ଅଟକି ରହିଲା। ରାସ୍ତା ଖରାପ ଯୋଗୁ ଗାଁ ଆଗକୁ ଯାଇପାରିଲାନି ଆମ୍ୱୁଲାନ୍ସ।

ତେଣୁ ପରିବାର ଲୋକେ ଗର୍ଭବତୀଙ୍କୁ ଗାଁଠାରୁ ପ୍ରାୟ ୭ କିମି ଦୂର ଏକ ଭାରରେ ବୋହି ନେଇଥିଲେ। ପରେ ତାଙ୍କୁ ଆମ୍ବୁଲାନ୍ସରେ ନେଇ ବାଲିମେଳା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି। ପ୍ରସବ ପରେ ମାଆ ଓ ଶିଶୁ ସୁସ୍ଥ ରହିଛନ୍ତି।

Related story