ତାର ବାଡ଼ ଯୋଗୁଁ ଯାଇପାରିଲାନି ୧୦୮ ଆମ୍ୱୁଲାନ୍ସ, ୨ କିମି ଚାଲିଲେ ଗର୍ଭବତୀ

ଫୁଲବାଣୀ (ତ୍ରିନାଥ ସାହୁ): ଯନ୍ତ୍ରଣାରେ ଜଡ଼ସଡ଼ ହେଉଥିବା ଜଣେ ଗର୍ଭବତୀଙ୍କୁ ମେଡିକାଲ୍‌ ନେବା ପାଇଁ ୧୦୮ ଆମ୍ୱୁଲାନ୍ସ ଯାଇଥିଲା। ମାତ୍ର ରାସ୍ତାରେ ତାର ବାଡ଼ ଲାଗିଥିବାରୁ ଠିକଣା ଜାଗାରେ ଆମ୍ୱୁଲାନ୍ସ ପହଞ୍ଚି ପାରିନଥିଲା। ଶେଷରେ ଗର୍ଭବତୀଙ୍କୁ ୨ କିଲୋମିଟର ଆବୁଡ଼ାଖାବୁଡ଼ା ରାସ୍ତାରେ ଚାଲି ଚାଲି ଆସିବାକୁ ପଡ଼ିଥିଲା। ଏପରି ଜନନୀ ଯନ୍ତ୍ରଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲାରେ। ଜମି ବିବାଦକୁ ନେଇ ଦାଡକୀ ପଞ୍ଚାୟତର ଦୁବଗଡ଼ଠାରୁ ଟ୍ରସିପଦର ଗାଁକୁ ଯାଇଥିବା ମାଟି ରାସ୍ତାରେ ତାର ବାଡ଼ ବସିଛି। […]

phulbani

Manoranjan Sial
  • Published: Saturday, 14 September 2019
  • , Updated: 14 September 2019, 05:09 PM IST

ଫୁଲବାଣୀ (ତ୍ରିନାଥ ସାହୁ): ଯନ୍ତ୍ରଣାରେ ଜଡ଼ସଡ଼ ହେଉଥିବା ଜଣେ ଗର୍ଭବତୀଙ୍କୁ ମେଡିକାଲ୍‌ ନେବା ପାଇଁ ୧୦୮ ଆମ୍ୱୁଲାନ୍ସ ଯାଇଥିଲା। ମାତ୍ର ରାସ୍ତାରେ ତାର ବାଡ଼ ଲାଗିଥିବାରୁ ଠିକଣା ଜାଗାରେ ଆମ୍ୱୁଲାନ୍ସ ପହଞ୍ଚି ପାରିନଥିଲା। ଶେଷରେ ଗର୍ଭବତୀଙ୍କୁ ୨ କିଲୋମିଟର ଆବୁଡ଼ାଖାବୁଡ଼ା ରାସ୍ତାରେ ଚାଲି ଚାଲି ଆସିବାକୁ ପଡ଼ିଥିଲା। ଏପରି ଜନନୀ ଯନ୍ତ୍ରଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲାରେ।

ଜମି ବିବାଦକୁ ନେଇ ଦାଡକୀ ପଞ୍ଚାୟତର ଦୁବଗଡ଼ଠାରୁ ଟ୍ରସିପଦର ଗାଁକୁ ଯାଇଥିବା ମାଟି ରାସ୍ତାରେ ତାର ବାଡ଼ ବସିଛି। ଯେଉଁଥିପାଇଁ ବେଣାକେରା ଗାଁକୁ ଆଜି ୧୦୮ ଆମ୍ୱୁଲାନ୍ସ ଯାଇ ପାରିଲା ନାହିଁ। ଆମ୍ୱୁଲାନ୍ସଟି ଦୂବଗଡ଼ ହରିଜନ ସାହି ନିକଟରେ ଅଟକି ରହିଥିଲା। ତେଣୁ ଗର୍ଭ ଯନ୍ତ୍ରଣା ପାଉଥିବା ବେଣାକେରା ଗାଁର ପୁଷ୍ପିତା ବେହେରାଙ୍କୁ ବିଲ ରାସ୍ତାରେ ଦୁଇ କିଲୋମିଟର ଚାଲି ଚାଲି ଆସିବାକୁ ପଡ଼ିଥିଲେ। ତେବେ ରାସ୍ତାରେ ଗର୍ଭବତୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଷ୍ଟ୍ରେଚରରେ ଆମ୍ୱୁଲାନ୍ସ ପର୍ଯ୍ୟନ୍ତ ଆଣିବାକୁ ପଡ଼ିଥିଲା। ପରେ ତାଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

Related story