ଗାଁକୁ ରାସ୍ତା ନାହିଁ, ଷ୍ଟ୍ରେଚରରେ ବୁହାହେଲେ ପ୍ରସୂତୀ

ବ୍ରହ୍ମପୁର (ଜଗନ୍ନାଥ ସାହୁ): ଆମ ନେତା ବିକାଶର କଥା କୁହନ୍ତି। ହେଲେ ବିକାଶ ଏବେ କେଉଁଠି ? ଉତ୍ତର କହିବା ଆଗରୁ ଏ ଫଟୋ ଦେଖନ୍ତୁ, ଆଉ ତା ପରେ କହିବେ ବିକାଶ ଝୁଣ୍ଟିଛୁ କୋଉଠି । ଦେଶ ସ୍ୱାଧୀନ ହେବାର ଏତେ ବର୍ଷ ପରେ ବିକାଶର ବାସ୍ତବ ଚିତ୍ର ଆପଣଙ୍କ ସାମ୍ନାରେ । ଦୃଶ୍ୟ, ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତର ଗୁଣ୍ଡୁରିଗୁଡ଼ା ଗାଁର। ଏହି ଗାଁକୁ ଯିବାକୁ ରାସ୍ତା ନାହିଁ। ଆଉ ଏଠି […]

ganjam

Manoranjan Sial
  • Published: Sunday, 04 April 2021
  • , Updated: 04 April 2021, 06:31 PM IST

ବ୍ରହ୍ମପୁର (ଜଗନ୍ନାଥ ସାହୁ): ଆମ ନେତା ବିକାଶର କଥା କୁହନ୍ତି। ହେଲେ ବିକାଶ ଏବେ କେଉଁଠି ? ଉତ୍ତର କହିବା ଆଗରୁ ଏ ଫଟୋ ଦେଖନ୍ତୁ, ଆଉ ତା ପରେ କହିବେ ବିକାଶ ଝୁଣ୍ଟିଛୁ କୋଉଠି । ଦେଶ ସ୍ୱାଧୀନ ହେବାର ଏତେ ବର୍ଷ ପରେ ବିକାଶର ବାସ୍ତବ ଚିତ୍ର ଆପଣଙ୍କ ସାମ୍ନାରେ । ଦୃଶ୍ୟ, ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତର ଗୁଣ୍ଡୁରିଗୁଡ଼ା ଗାଁର। ଏହି ଗାଁକୁ ଯିବାକୁ ରାସ୍ତା ନାହିଁ। ଆଉ ଏଠି ଗର୍ଭବତୀଙ୍କୁ ଏମିତି ଷ୍ଟ୍ରେଚରରେ ହିଁ ବୋହିବାକୁ ପଡେ, ଆଜି ନୁହେଁ କାହିଁ କେତେ ଦିନ ଆଗରୁ।

ଗତକାଲି ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ଗୁଣ୍ଡୁରିଗୁଡ଼ା ଗାଁର ପବିତ୍ର ମଣ୍ଡଳଙ୍କ ସ୍ତ୍ରୀ ମୀରାବତି ପ୍ରସବ ବେଦନା ପାଇଥିଲେ। ତାଙ୍କୁ ମେଡିକାଲ୍‌ ନେବା ପାଇଁ ପରିବାର ଲୋକେ ଆମ୍ବୁଲାନ୍ସକୁ ଫୋନ କରିଥିଲେ। ନିର୍ଦ୍ଧାରିତ ସମୟରେ ଆମ୍ୱୁଲାନ୍ସ ଗାଁ ଅଭିମୁଖେ ଆସିଥିଲା। ହେଲେ ରାସ୍ତା ନଥିବାରୁ ଅଧା ବାଟରେ ଅଟକିଗଲା ଆମ୍ୱୁଲାନ୍ସ। ପରେ ଆମ୍ୱୁଲାନ୍ସ କର୍ମଚାରୀମାନେ ପରିବାର ଲୋକଙ୍କୁ ଖବର ଦେଇଥିଲେ।

ଏ ସମ୍ପର୍କରେ ପରିବାର ଲୋକେ ଜାଣିପାରି ଷ୍ଟ୍ରେଚରରେ ପ୍ରସୂତିଙ୍କୁ ଦୁଇ କିଲୋମିଟ ବୋହି ତପ୍ତପାଣି ଘାଟି ଉପରେ ଥିବା ଗଣି ଛକକୁ ଆଣିଥିଲେ। ସେଠାରୁ ୧୦୨ ଆମ୍ବୁଲାନ୍ସରେ ତାଙ୍କୁ ନେଇ ଡେଙ୍ଗାଓସ୍ତା ମେଡ଼ିକାଲରେ ଭର୍ତ୍ତି କରିଥିଲେ। ମେଡିକାଲ୍‌ରେ ଚିକିତ୍ସା ପରେ ମୀରାବତି ଏକ ଶିଶୁ ପୁତ୍ର ଜନ୍ମ ଦେଇଛନ୍ତି। ଉଭୟ ମାଆ ଓ ଶିଶୁ ସୁସ୍ଥ ଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜଣାପଡ଼ିଛି।

Related story