ମାନସିକ ଭିନ୍ନକ୍ଷମ ମହିଳା ଗର୍ଭବତୀ, ମେଡିକାଲ୍‌ରେ ଭର୍ତ୍ତି

ବାଲେଶ୍ୱର (ରଞ୍ଜିତ ପାକଳ): ଜଣେ ମାନସିକ ଭିନ୍ନକ୍ଷମ ମହିଳା ଗର୍ଭବତୀ ହୋଇଥିବା ଅଭିଯୋଗ ହୋଇଛି। ଆଜି ସେ ଅସୁସ୍ଥ ହୋଇପଡ଼ିବାରୁ ସ୍ଥାନୀୟ ଲୋକେ ତାଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରିଛନ୍ତି। ହେଲେ ସମ୍ପୃକ୍ତ ମହିଳାଙ୍କ ପରିଚୟ ଜଣାପଡ଼ି ନାହିଁ। ଏପରି ଘଟଣା ବାଲେଶ୍ୱର ଟାଉନ୍‌ରେ ଘଟିଛି। ବାଲେଶ୍ୱର ଚାନ୍ଦିପୁର ଅଞ୍ଚଳର ନୂଆନଇ ଛକ ନିକଟରେ ଜଣେ ମାନସିକ ଭିନ୍ନକ୍ଷମ ମହିଳା ରହୁଥିଲେ। ବୁଲାବୁଲି କରି ମାଗିଜାଚି ଖାଉଥିଲେ। ହେଲେ ଗତ କିଛି ଦିନ ହେବ ସେ ଅସୁସ୍ଥ ହୋଇପଡ଼ି […]

rape

Manoranjan Sial
  • Published: Monday, 16 November 2020
  • , Updated: 16 November 2020, 05:30 PM IST

ବାଲେଶ୍ୱର (ରଞ୍ଜିତ ପାକଳ): ଜଣେ ମାନସିକ ଭିନ୍ନକ୍ଷମ ମହିଳା ଗର୍ଭବତୀ ହୋଇଥିବା ଅଭିଯୋଗ ହୋଇଛି। ଆଜି ସେ ଅସୁସ୍ଥ ହୋଇପଡ଼ିବାରୁ ସ୍ଥାନୀୟ ଲୋକେ ତାଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରିଛନ୍ତି। ହେଲେ ସମ୍ପୃକ୍ତ ମହିଳାଙ୍କ ପରିଚୟ ଜଣାପଡ଼ି ନାହିଁ। ଏପରି ଘଟଣା ବାଲେଶ୍ୱର ଟାଉନ୍‌ରେ ଘଟିଛି।

ବାଲେଶ୍ୱର ଚାନ୍ଦିପୁର ଅଞ୍ଚଳର ନୂଆନଇ ଛକ ନିକଟରେ ଜଣେ ମାନସିକ ଭିନ୍ନକ୍ଷମ ମହିଳା ରହୁଥିଲେ। ବୁଲାବୁଲି କରି ମାଗିଜାଚି ଖାଉଥିଲେ। ହେଲେ ଗତ କିଛି ଦିନ ହେବ ସେ ଅସୁସ୍ଥ ହୋଇପଡ଼ି ଥିଲେ। ଧୀରେ ଧୀରେ ସ୍ୱାସ୍ଥ୍ୟ ଅବସ୍ଥା ବିଗୁଡ଼ୁଥିବା ଦେଖି ସ୍ଥାନୀୟ ଲୋକେ ଓ କେତେକ ସ୍ୱେଚ୍ଛାସେବୀ ସଂଗଠନର ସଦସ୍ୟମାନେ ତାଙ୍କୁ ଆମ୍ୱୁଲାନ୍ସରେ ଆଣି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ମେଡିକାଲ୍‌ ଚେକ୍‌ଅପ୍‌ ପରେ ମହିଳା ଜଣକ ଗର୍ଭ ଧାରଣ କରିଥିବା ଜାଣିପଡ଼ିଛି। ସେଠାରେ ତାଙ୍କର ଚିକିତ୍ସା ଚାଲିଛି।

Related story