ହାତଗୋଡ଼ ବାନ୍ଧି ଗର୍ଭବତୀଙ୍କୁ ମାରି ଫିଙ୍ଗିଦେଲେ, ଅଧା ପ୍ରସବ ଅବସ୍ଥାରେ ମିଳିଲା ମୃତଦେହ!

କାମାକ୍ଷାନଗର (ବିଦ୍ୟାଧର ବରାଳ): ତାଲିବାନୀ ଶାସନ କଣ, ବର୍ବରତାର ସବୁ ସୀମା ଟପିଛି ସଭ୍ୟ ସମାଜର ଏ ଅସଭ୍ୟ ମଣିଷ! ଜଣେ ଗର୍ଭବତୀଙ୍କ ହାତ ଓ ଗୋଡ଼ ବାନ୍ଧି ଅତି ନିର୍ଦ୍ଦୟ ଭାବେ ପିଟିଛନ୍ତି। ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡ଼ୁଛି ଗର୍ଭବତୀଙ୍କ ପେଟକୁ ଗୋଇଠା ବା ପିଟା ଯାଇଥାଇପାରେ। ଯେଉଁଥିପାଇଁ ମହିଳାଙ୍କ ଗର୍ଭରେ ଥିବା ପିଲା ଅଧା ପ୍ରସବ ଅବସ୍ଥାରେ ରହିଛି। ଆଉ ମହିଳାଙ୍କ ପ୍ରାଣବାୟୁ ଉଡି ଯାଇଛି। ଆଜି ଅଧା ପ୍ରସବ ଅବସ୍ଥାରେ ହାତ ଓ ଗୋଡ଼ […]

woman-dead-body

Manoranjan Sial
  • Published: Saturday, 11 September 2021
  • , Updated: 11 September 2021, 04:14 PM IST

କାମାକ୍ଷାନଗର (ବିଦ୍ୟାଧର ବରାଳ): ତାଲିବାନୀ ଶାସନ କଣ, ବର୍ବରତାର ସବୁ ସୀମା ଟପିଛି ସଭ୍ୟ ସମାଜର ଏ ଅସଭ୍ୟ ମଣିଷ! ଜଣେ ଗର୍ଭବତୀଙ୍କ ହାତ ଓ ଗୋଡ଼ ବାନ୍ଧି ଅତି ନିର୍ଦ୍ଦୟ ଭାବେ ପିଟିଛନ୍ତି। ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡ଼ୁଛି ଗର୍ଭବତୀଙ୍କ ପେଟକୁ ଗୋଇଠା ବା ପିଟା ଯାଇଥାଇପାରେ। ଯେଉଁଥିପାଇଁ ମହିଳାଙ୍କ ଗର୍ଭରେ ଥିବା ପିଲା ଅଧା ପ୍ରସବ ଅବସ୍ଥାରେ ରହିଛି। ଆଉ ମହିଳାଙ୍କ ପ୍ରାଣବାୟୁ ଉଡି ଯାଇଛି। ଆଜି ଅଧା ପ୍ରସବ ଅବସ୍ଥାରେ ହାତ ଓ ଗୋଡ଼ ବନ୍ଧା ମହିଳାଙ୍କ ମୃତ ଦେହଟି ଢେଙ୍କାନାଳ ଜିଲ୍ଲାରେ ଏକ ବ୍ରିଜ୍‌ ତଳୁ ଜବତ ହୋଇଛି। ପୁଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମାତ୍ର ବର୍ତ୍ତମାନ ସୁଦ୍ଧା ମହିଳାଙ୍କ ପରିଚୟ ମିଳିପାରି ନାହିଁ।

ପୂରା ଘଟଣା ଏମିତି। ପରଜଙ୍ଗ ଥାନା ଦେଇ ଯାଇଥିବା ୧୪୯ ନମ୍ବର ଜାତୀୟ ରାଜପଥର ଭେଜିଆ ନିକଟରେ ରହିଛି ରଗରାଗିଆ ପୋଲ। ଏହି ବ୍ରିଜ୍‌ ତଳେ ଅନାବନା ଗଛ ଉଠିଛି। ସାଧାରଣତଃ ଏଠାକୁ କେହି ଯିବାଆସିବା କରନ୍ତି ନାହିଁ। କିନ୍ତୁ ଆଜି କେତେକ ଲୋକ ଛତୁ ତୋଳିବାକୁ ଯାଇଥିଲେ। ଏହି ସମୟରେ ହାତ ଓ ଗୋଡ଼ ବନ୍ଧା ଜଣେ ମହିଳାଙ୍କ ମୃତଦେହ ଦେଖିବାକୁ ପାଇଥିଲେ। ପରେ ସେମାନେ ଏନେଇ ପୁଲିସକୁ ସୂଚନା ଦେଇଥିଲେ।

ଖବର ପାଇ ମହାବିରୋଡ୍‌ ଥାନା ପୁଲିସ ଓ ପରଜଙ୍ଗ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ପ୍ରାରମ୍ଭିକ ତଦନ୍ତ ଆରମ୍ଭ କରିଛି। ମହିଳାଙ୍କ ମୁହଁରୁ ଠିକ୍‌ ଭାବେ ଚିହ୍ନି ହେଉ ନାହିଁ। ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। ଖବର ଲେଖା ହେବା ଯାଏଁ ମୃତଦେହ ଘଟଣାସ୍ଥଳରେ ପଡ଼ିଥିଲ। ପାରିପାର୍ଶ୍ୱିକ ସ୍ଥିତିକୁ ଦେଖିଲେ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି। ଅନ୍ୟ କେଉଁଠି ହତ୍ୟା କରାଯାଇ ସେଠାରେ ମୃତଦେହ ରଖାଯାଇଥିବା ଅନୁମାନ କରାଯାଉଛି।

ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ମୃତ ମହିଳାଙ୍କ ଗର୍ଭରୁ ଅଧା ପ୍ରସବ ଅବସ୍ଥାରେ ପିଲାଟିଏ ବାହାରିଥିବା ଦେଖିବାକୁ ମିଳିଛି। ଏଥିରୁ ଅନୁମାନ କରାଯାଉଛି ମୃତ ମହିଳା ଜଣକ ଗର୍ଭବତୀ ଥିଲେ। ଆଉ ତାଙ୍କ ହାତ ଓ ଗୋଡ଼ ବାନ୍ଧି ପିଟି ପିଟି ହତ୍ୟା କରାଯାଇଥାଇ ପାରେ। ମାଡ଼ ଯୋଗୁ ଗର୍ଭବତୀ ଗର୍ଭରୁ ପିଲାଟି ଅଧା ପ୍ରସବ ଅବସ୍ଥାରେ ବାହାରିଛି। ବର୍ତ୍ତମାନ ସୁଦ୍ଧା ତାଙ୍କ ପରିଚୟ ଜଣାପଡ଼ି ନାହିଁ।

Related story