ଆସନ୍ତାକାଲିଠୁ ଗର୍ଭବତୀ ମହିଳାଙ୍କୁ ମିଳିବ କୋଭିଡ୍ ଟିକା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରର ସମସ୍ତ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆସନ୍ତାକାଲିଠୁ ଗର୍ଭବତୀ ମହିଳାଙ୍କ ପାଇଁ କୋଭିଡ୍ ଟିକା ଉପଲବ୍ଧ ହେବ। From 21st July, #COVAXIN will be available for all pregnant women across Bhubaneswar in Capital Hospital & Government UPHCs/UCHCs (vaccination centres) on every Wednesday & Saturday from 11 AM-1 PM. Follow #COVID19 protocols, carry valid ID proof, MCP cards […]

pregnant vaccination

Ordigital Desk
  • Published: Tuesday, 20 July 2021
  • , Updated: 20 July 2021, 10:49 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରର ସମସ୍ତ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆସନ୍ତାକାଲିଠୁ ଗର୍ଭବତୀ ମହିଳାଙ୍କ ପାଇଁ କୋଭିଡ୍ ଟିକା ଉପଲବ୍ଧ ହେବ।

https://twitter.com/HFWOdisha/status/1417502798577426432?s=20

ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ ଟ୍ୱିଟ୍ ମାଧ୍ୟମରେ ଦିଆଯାଇଥିବା ସୂଚନା ଅନୁସାରେ, ଆସନ୍ତାକାଲିଠୁ ପ୍ରତ୍ୟେକ ବୁଧବାର ଓ ଶନିବାର ଦିନ ୧୧ଟାରୁ ୧ଟା ମଧ୍ୟରେ କ୍ୟାପିଟାଲ ହସ୍ପିଟାଲ ସମେତ ଭୁବନେଶ୍ୱରର ସମସ୍ତ ସରକାରୀ ସହରାଂଚଳ ସ୍ୱାସ୍ଥ୍ୟ କେନ୍ଦ୍ରରେ ଗର୍ଭବତୀ ମହିଳାଙ୍କ ପାଇଁ କୋଭାକ୍ସିନ୍ ଟିକା ଉପଲବ୍ଧ ହେବ। ଗର୍ଭବତୀ ମହିଳାମାନେ ନିଜର ବୈଧ ପରିଚୟ ପତ୍ର(ଆଧାର ଅବା ପ୍ୟାନ୍ କାର୍ଡ) ଓ ଏମସିପି କାର୍ଡ ଆଣି ଏହି ଟିକା ନେଇପାରିବେ। ଏହି ଟିକା ନେବା ସମୟରେ କୋଭିଡ୍ ଗାଇଡଲାଇନ ପାଳନ କରିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।

Related story