କୋଭିଡ୍ ମୁକାବିଲା ପ୍ରସ୍ତୁତି: ୨୭ରେ ରାଜ୍ୟ ତମାମ ମକ୍ ଡ୍ରିଲ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ କୋଭିଡ୍ ସଂକ୍ରମଣ ମାମଲା ପୁଣିଥରେ ବୃଦ୍ଧି ପାଇବା ପରେ କେନ୍ଦ୍ର ସରକାରଙ୍କ ପରାମର୍ଶ ଓ ଗାଇଡଲାଇନ୍ ଅନୁସାରେ ରାଜ୍ୟ ସରକାର ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଆସନ୍ତା ୨୭ତାରିଖରେ ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ କ୍ୟାପିଟାଲ ହସ୍ପିଟାଲ, ରାଉରକେଲା ସରକାରୀ ହସ୍ପିଟାଲ, ସମସ୍ତ ମେଡିକାଲ କଲେଜ ଓ ହସ୍ପିଟାଲରେ କୋଭିଡ୍ ପରିଚାଳନା ନିମନ୍ତେ ଭିତ୍ତିଭୂମି ପ୍ରସ୍ତୁତି ଥିବାର ଏକକାଳୀନ ସମାନ ଧରଣର ମକ୍ […]

Covid

Covid

Ordigital Desk
  • Published: Friday, 23 December 2022
  • Updated: 23 December 2022, 10:10 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ କୋଭିଡ୍ ସଂକ୍ରମଣ ମାମଲା ପୁଣିଥରେ ବୃଦ୍ଧି ପାଇବା ପରେ କେନ୍ଦ୍ର ସରକାରଙ୍କ ପରାମର୍ଶ ଓ ଗାଇଡଲାଇନ୍ ଅନୁସାରେ ରାଜ୍ୟ ସରକାର ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଆସନ୍ତା ୨୭ତାରିଖରେ ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ କ୍ୟାପିଟାଲ ହସ୍ପିଟାଲ, ରାଉରକେଲା ସରକାରୀ ହସ୍ପିଟାଲ, ସମସ୍ତ ମେଡିକାଲ କଲେଜ ଓ ହସ୍ପିଟାଲରେ କୋଭିଡ୍ ପରିଚାଳନା ନିମନ୍ତେ ଭିତ୍ତିଭୂମି ପ୍ରସ୍ତୁତି ଥିବାର ଏକକାଳୀନ ସମାନ ଧରଣର ମକ୍ ଡ୍ରିଲ କରାଯିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏହାସହିତ ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ ‘ଫିଭର କ୍ଲିନିକ’ ସୁବିଧା ଉପଲବ୍ଧ ରହିବ। ଲୋକମାନେ ଯେପରି ସ୍ୱେଚ୍ଛାକୃତ ଭାବେ ମାସ୍କ ବ୍ୟବହାର ସହ ହାତ ଧୋଇବା, ଲକ୍ଷଣ ଦେଖାଦେଲ ନିଜେ ଆଇସୋଲେସନରେ ରହିବା ଓ ସର୍ବସାଧାରଣ ସ୍ଥାନରେ ଛେପ ପକାଇବା ଆଦି ସମ୍ପର୍କରେ ପରାମର୍ଶ ଜାରି ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ, ଆଜି ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତଙ୍କ ଅଧ୍ୟକ୍ଷତାରେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ଏକ ବୈଠକ ବସି ରାଜ୍ୟରେ କୋଭିଡ୍ ପରିସ୍ଥିତି ସମ୍ପର୍କରେ ଆଲୋଚନା ହୋଇଥିଲା। ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ, ଏହି ମକ୍ ଡ୍ରିଲ୍ ସମୟରେ ହସ୍ପିଟାଲଗୁଡ଼ିକ ନିର୍ଦ୍ଦିଷ୍ଟ ଭାବେ ଅକ୍ସିଜେନ୍ ପ୍ଲାଂଟ୍ , ଭେଣ୍ଟିଲେଟର , ମାନବ ସମ୍ବଳ ଓ ଲଜିଷ୍ଟିକ ଆଦି ଉପରେ ଗୁରୁତ୍ୱ ଦେବେ । ହସ୍ପିଟାଲଗୁଡ଼ିକ କେଉଁଭଳି ପ୍ରସ୍ତୁତି କରିବେ ସେ ନେଇ ଭାରତ ସରକାରଙ୍କ କୋଭିଡ୍ ଇଣ୍ଡିଆ ପୋର୍ଟାଲରେ ୨୪ ତାରିଖ ସୁଦ୍ଧା ରାଜ୍ୟର ହସ୍ପିଟାଲଗୁଡ଼ିକରେ କୋଭିଡ୍ ମୁକାବିଲା ସ୍ଥିତି ଓ ଭିତ୍ତିଭୂମି ତଥ୍ୟ ସଂକ୍ରାନ୍ତରେ ଜାଣିବା ନିମନ୍ତେ ଏକ ଫର୍ମ ଉପଲବ୍ଧ ହେବ । ଯାହାକୁ ହସ୍ପିଟାଲ କର୍ତ୍ତୃପକ୍ଷ ଅବା ମେଡିକାଲର ପ୍ରଶାସନିକ ଅଫିସର ୨୭ ତାରିଖ ସନ୍ଧ୍ୟା ସୁଦ୍ଧା ପୂରଣ କରି ନିଶ୍ଚିତ ଭାବେ ଅପଲୋଡ୍ କରିବେ।

ଜାପାନ, ଆମେରିକା, ଫ୍ରାନ୍ସ, ବ୍ରାଜିଲ, ଜର୍ମାନୀ ଓ ଚୀନ ଭଳି ରାଷ୍ଟ୍ରରେ ଗତ ୨ ସପ୍ତାହ ଧରି କୋଭିଡ୍ ସଂକ୍ରମଣ ମାମଲା ବୃଦ୍ଧି ପାଇଛି । ତେବେ ଓଡ଼ିଶାରେ କୋଭିଡ୍ ପରିସ୍ତିତି ଯଥାବତ୍ ରହିଛି। ଗତ ନଭେମ୍ବର ମାସରୁ ପ୍ରତିଦିନ ୧୫ରୁ କମ୍ କୋଭିଡ୍ ସଂକ୍ରମଣ ମାମଲା ଚିହ୍ନଟ ହେଉଛି । ଅଧିକାଂଶ ଦିନ ୧୦ରୁ କମ୍ ସଂକ୍ରମଣ ମାମଲା ଚିହ୍ନଟ ହେଉଛି । ଏବେ ରାଜ୍ୟରେ କେହି କୋଭିଡ୍ ସଂକ୍ରମିତ ରୋଗୀ ହସ୍ପିଟାଲରେ ଚିକିତ୍ସାଧୀନ ନାହାନ୍ତି । ଆଜି ମୋଟ ୫୪ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି । ସମସ୍ତ ବିଶେଷଜ୍ଞଙ୍କ ମତରେ ଏହି ଭାରିଏଂଟ ଗତ କିଛି ମାସ ହେଲା ଭାରତରେ ସଂକ୍ରମିତ ହେଉଛି ଓ ଏସବୁ ଓମିକ୍ରନର ସବ୍ ଭାରିଏଂଟ । ଏହା ଏତେ ପରିମାଣରେ ବୃଦ୍ଧି ପାଇନି କିମ୍ବା ହସ୍ପିଟାଲରେ ଚିକିତ୍ସା ହେବାକୁ ପଡ଼ୁନି । ଯଦିଓ ସେମାନେ କହିଛନ୍ତି ଯେ ବର୍ତ୍ତମାନର ନୂଆ ଓମିକ୍ରନ ଭାରିଏଂଟ ଅତ୍ୟଧିକ ସଂକ୍ରମିତ, କିନ୍ତୁ ଏହି ରୋଗ ଅଧିକ ସଙ୍ଗୀନ ହେବାର କୌଣସି ପ୍ରମାଣ ନାହିଁ । ଏହାସତ୍ତ୍ୱେ ରାଜ୍ୟ ସରକାର ବିଭିନ୍ନ ସର୍ତକତାମୂଳକ ପଦକ୍ଷେପ ଓ ପ୍ରସ୍ତୁତି ଗ୍ରହଣ କରିବାକୁ ନିଷ୍ପତ୍ତିନେଇଛନ୍ତି । ଆଇସିଏମଆର ଗାଇଡଲାଇନ୍ ଅନୁସାରେ କୋଭିଡ୍ ସର୍ବେକ୍ଷଣ ଓ ଟେଷ୍ଟିଂ ପରିମାଣ କରାଯିବ । ଏବେ ସମଗ୍ର ଦେଶରେ ପ୍ରତି ଏକ ନିୟୁତରେ ୧୦୯ଜଣଙ୍କ ଟେଷ୍ଟିଂ ହେଉଥିବାବେଳେ ଓଡ଼ିଶାରେ ଏହି ସଂଖ୍ୟା ୧୩୪ ଅଛି । ସେହିପରି ଓଡ଼ିଶାରେ ୧୫୫୨ଟି ନମୂନା ପରୀକ୍ଷାରେ ଜଣେ ସଂକ୍ରମିତ ଚିହ୍ନଟ ହେଉଥିବାବେଳେ ସମଗ୍ର ଦେଶରେ ୫୮୯ଜଣରେ ଜଣେ ସଂକ୍ରମିତ ଚିହ୍ନଟ ହେଉଛନ୍ତି।

ବିମାନ ବନ୍ଦର ଓ ସାମୁଦ୍ରିକ ବନ୍ଦରଗୁଡ଼ିକରେ ଭାରତ ସରକାରଙ୍କ ଗାଇଡଳାଇନ ଅନୁସାରେ ସର୍ଭେଲାନ୍ସ ରଖିବାକୁ କୁହାଯାଇଛି । ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ସହ ମିଶି ରାଜ୍ୟ ସରକାରଙ୍କ ଆଇଡିଏସପି ଟିମ୍ ବିମାନ ବନ୍ଦରରେ କୋଭିଡ୍ ସ୍ଥିତି ଉପରେ ନଜର ରଖିବ । ସମସ୍ତ ପଜେଟିଭ୍ ସଂକ୍ରମିତ ନମୂନାକୁ ଭୁବନେଶ୍ୱରସ୍ଥିତ ଲାଇଫ ସାଇନ୍ସ ସେଂଟର ଓ ଭୁବନେଶ୍ୱରର ଆରଏମଆରସିକୁ କୋରିୟର ମାଧ୍ୟମରେ ପଠାଇବାକୁ ସବୁ ଜିଲ୍ଲାକୁ କୁହାଯାଇଛି । କଟକ, ବ୍ରହ୍ମପୁର ଓ ବୁର୍ଲାସ୍ଥିତ ସରକାରୀ ମେଡିକାଲ ଓ ହସ୍ପିଟାଲରେ ୧୫ଟି ଅକ୍ସିଜେନ୍ ବେଡ୍ ଓ ୫ଟି ଆଇସିୟୁ ବେଡ୍ ମାର୍ଚ୍ଚ ୩୧ତାରିଖ ପର୍ଯ୍ୟନ୍ତ ପ୍ରସ୍ତୁତ ରଖିବାକୁ କୁହାଯାଇଛି। ଆବଶ୍ୟକ ପଡ଼ିଲେ ସ୍ଥିତିର ସମୀକ୍ଷା କରି ଡିଏମଇଟି ଅନୁମୋଦନରେ ଏହି ମେଡିକାଲ କଲେଜ ଓ ହସ୍ପିଟାଲଗୁଡ଼ିକ କୋଭିଡ୍ ବେଡ୍ ବଢ଼ାଇ ପାରିବେ। ସେହିପରି ଜିଲ୍ଲାସ୍ତରରେ ମୁଖ୍ୟ ଚିକିତ୍ସାଳୟରେ ବି ୧୦ଟି ଲେଖାଏଁ ବେଡ୍ ରହିବ। ତେବେ କୌଣସି ପରିସ୍ଥିତିରେ ବି କୋଭିଡ୍ ସଂକ୍ରମଣ ଆଳରେ ହସ୍ପିଟାଲଗୁଡ଼ିକ ଅସ୍ତ୍ରୋପଚାର, ପ୍ରସବ ଓ ଅନ୍ୟ ଅତ୍ୟାବଶ୍ୟକ ସ୍ୱାସ୍ଥ୍ୟ ସେବା ପାଇଁ ମନା କରିପାରିବେ ନାହିଁ। କେବଳ ସେତିକି ନୁହେଁ କରୋନାର ଦ୍ୱିତୀୟ ଲହରବେଳେ ଯେଉଁଭଳି ଭାବେ ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତି ହୋଇଥିଲା ଠିକ୍ ସେହିପରି ଆବଶ୍ୟକ ପ୍ରସ୍ତୁତି କରିବାକୁ ଓଡ଼ିଶା ଔଷଧ ନିଗମର ପରିଚାଳନା ନିର୍ଦ୍ଦେଶକଙ୍କୁ କୁହାଯାଇଛି। ଏବେ ୩ମାସ ପାଇଁ ପର୍ଯ୍ୟାପ୍ତ ପରିମାଣର କୋଭିଡ୍ ପରୀକ୍ଷା କିଟ୍ ରହିଛି । କୋଭିଡ୍ ସଂକ୍ରମଣ ମାମଲା ବଢ଼ିଲେ ବି ଅକ୍ସିଜେନ ଯୋଗାଣ ପର୍ଯ୍ୟାପ୍ତ ରହିଛି ବୋଲି ଆଜିର ବୈଠକରୁ ଜଣାପଡ଼ିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story