ପାଟକୁରା ନିର୍ବାଚନ: ରଣନୀତି ପ୍ରସ୍ତୁତିରେ ୩ ପ୍ରମୁଖ ଦଳ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯେକୌଣସି ମୁହୂର୍ତ୍ତରେ ଘୋଷଣା ହୋଇପାରେ ପାଟକୁରା ବିଧାନସଭା ନିର୍ବାଚନ ତାରିଖ । ସେଥିପାଇଁ ୩ ପ୍ରମୁଖ ରାଜନୈତିକ ଦଳ ନିଜ ନିଜର ଷ୍ଟ୍ରାଟେଜି ପ୍ରସ୍ତୁତ କରୁଛନ୍ତି । କେନ୍ଦ୍ରରେ ମୋଦି ଓ ରାଜ୍ୟରେ ନବୀନ କ୍ଷମତାକୁ ଫେରିବାପରେ ପାଟକୁରା ନିର୍ବାଚନ ବିଜେପି ଓ ବିଜେଡି ପାଇଁ ପ୍ରେଷ୍ଟିଜ୍ ବ୍ୟାଟଲ୍ ହେବାକୁ ଯାଉଛି । କାରଣ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ଭେଟେରାନ୍ ଲିଡର୍ ବିଜୟ ମହପାତ୍ର । ତାଙ୍କୁ ଟକ୍କର ଦେବା ପାଇଁ ମୈଦାନରେ ଅଛନ୍ତି […]

b-99

Tapas Behera
  • Published: Sunday, 09 June 2019
  • , Updated: 09 June 2019, 09:12 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯେକୌଣସି ମୁହୂର୍ତ୍ତରେ ଘୋଷଣା ହୋଇପାରେ ପାଟକୁରା ବିଧାନସଭା ନିର୍ବାଚନ ତାରିଖ । ସେଥିପାଇଁ ୩ ପ୍ରମୁଖ ରାଜନୈତିକ ଦଳ ନିଜ ନିଜର ଷ୍ଟ୍ରାଟେଜି ପ୍ରସ୍ତୁତ କରୁଛନ୍ତି । କେନ୍ଦ୍ରରେ ମୋଦି ଓ ରାଜ୍ୟରେ ନବୀନ କ୍ଷମତାକୁ ଫେରିବାପରେ ପାଟକୁରା ନିର୍ବାଚନ ବିଜେପି ଓ ବିଜେଡି ପାଇଁ ପ୍ରେଷ୍ଟିଜ୍ ବ୍ୟାଟଲ୍ ହେବାକୁ ଯାଉଛି । କାରଣ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ଭେଟେରାନ୍ ଲିଡର୍ ବିଜୟ ମହପାତ୍ର । ତାଙ୍କୁ ଟକ୍କର ଦେବା ପାଇଁ ମୈଦାନରେ ଅଛନ୍ତି ବିଜେଡିର ସାବିତ୍ରୀ ଅଗ୍ରଓ୍ୱାଲ୍ ଓ କଂଗ୍ରେର ଜୟନ୍ତ ମହାନ୍ତି । ବିଜେଡି ନେତା ଓ ମନ୍ତ୍ରୀମାନଙ୍କୁ ନିର୍ବାଚନ ଦାୟିତ୍ୱ ଦେଇସାରିଥିବା ବେଳେ ବିଜେପି ଆଜି କୋର୍ କମିଟି ବୈଠକରେ ପାଟକୁରା ସଂପର୍କରେ ଆଲୋଚନା କରିଛି।

ପ୍ରଥମେ ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରଓ୍ୱାଲଙ୍କ ଦେହାନ୍ତ ଓ ପରେ ବାତ୍ୟା ଫୋନି ପାଇଁ ନିର୍ବାଚନ ଘୁଞ୍ଚିଥିଲା। କିଛିଦିନ ତଳେ ପାଟକୁରାରେ ନିର୍ବାଚନ କରିବାକୁ ଜିଲ୍ଲା ନିର୍ବାଚନ ଅଧୀକାରୀ, ନିର୍ବାଚନ କମିଶନଙ୍କୁ ଜଣାଇଛନ୍ତି। ତେଣୁ ଯେକୌଣସି ସମୟରେ ନିର୍ବାଚନ ତାରିଖ ଘୋଷଣା ହୋଇପାରେ। ଏଠାରେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ୱାଲ, ବିଜେପିର ବିଜୟ ମହାପାତ୍ର ଓ କଂଗ୍ରେସର ଜୟନ୍ତ ମହାନ୍ତିଙ୍କ ମଧ୍ୟରେ ହେବ ମୁକାବିଲା। ପାଟକୁରା ସିଟ୍ ହାତେଇବାକୁ ବିଜେଡି ପ୍ରସ୍ତୁତ କରିଛି ବ୍ଲୁ ପ୍ରିଣ୍ଟ। ନବୀନ ନିବାସରେ ବୈଠକ କରି ମନ୍ତ୍ରୀ ଓ ବିଧାୟକଙ୍କୁ ଦାୟିତ୍ୱ ଦେଇଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ। ଡେରାବିଶ ବ୍ଲକ ପାଇଁ  ମନ୍ତ୍ରୀ ଅରୁଣ ସାହୁ ଓ ସଂଜୟ ଦାସବର୍ମା, ଗରଦପୁର ବ୍ଲକ ପାଇଁ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ପ୍ରଫୁଲ୍ଲ ମଲ୍ଲିକ ଦାୟିତ୍ୱରେ ରହିବେ । ତା’ସହ ଗରଦପୁର ବ୍ଲକ ଓ ମାର୍ଶାଘାଇର ୭ଟି ପଞ୍ଚାୟତ ପାଇଁ ବିଧାୟକ ଅତନୁ ସବ୍ୟସାଚୀ ନାୟକ ଓ ଡେରାବିଶ ପାଇଁ ପ୍ରତାପ ଦେବଙ୍କୁ ସଂଯୋଜକ ଦାୟିତ୍ୱ ଦିଆଯାଇଛି। ଏହାବାଦ୍ ବିଭିନ୍ନ ପଞ୍ଚାୟତ ପାଇଁ  ମନ୍ତ୍ରୀ ଓ ବିଧାୟକମାନଙ୍କୁ ସ୍ଵତନ୍ତ୍ର ଦାୟିତ୍ୱ ଦିଆଯାଇଛି ।

ସେପଟେ ବିଜେପି ଓ କଂଗ୍ରେସ ମଧ୍ୟ ପାଟକୁରା ଆସନ ଜିତିବା ପାଇଁ ଷ୍ଟ୍ରାଟେଜି ପ୍ରସ୍ତୁତ କରିଛନ୍ତି। ଆଜି ବସିଥିବା ବିଜେପି କୋର୍ କମିଟି ବୈଠକରେ ପାଟକୁରା ସଂପର୍କରେ ଆଲୋଚନା ହୋଇଥିଲା ବିଜେଡିକୁ ଚେକ୍ ଦେବାକୁ ବିଜେପିର ହେଭିୱେଟ୍ ନେତାମାନେ ମଧ୍ୟ ବିଭିନ୍ନ ବ୍ଲକ ଦାୟିତ୍ୱରେ ରହିବେ। ସାଂସଦ ଓ ବିଧାୟକମାନେ ପାଟକୁରାରେ ରହି ନିର୍ବାଚନ ପରିଚାଳନା କରିବେ ବୋଲି ଜଣାପଡ଼ିଛି। ସେପଟେ କଂଗ୍ରେସ୍‌ ରାଜ୍ୟ ସ୍ତରୀୟ ନେତାମାନେ ମଧ୍ୟ ପାଟକୁରାରେ ଡେରା ପକାଇ ନିର୍ବାଚନ ପରିଚାଳନା କରିବେ।

ଗତ ଲୋକସଭା ନିର୍ବାଚନରେ ପାଟକୁରା ନିର୍ବାଚନମଣ୍ଡଳୀରେ ବିଜେପିଠାରୁ ବିଜେଡି ୬ହଜାର ଅଧିକ ଭୋଟ ପାଇଥିଲା। ତେଣୁ ପାଟକୁରା ନିର୍ବାଚନରେ 'କାଣ୍ଟେ କା ଟକ୍କର' ହେବ ବୋଲି କୁହାଯାଉଛି।

Related story