ପୁରୀ(ଓଡ଼ିଶା ରିପୋର୍ଟର):ବାତ୍ୟା ଫୋନି ଯୋଗୁଁ ପ୍ରାରମ୍ଭିକ ପର୍ଯ୍ୟାୟରେ ବାଧା ସତ୍ତ୍ୱେ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଏବେ ସୁରୁଖୁରୁରେ ଆଗେଇ ଚାଲିଛି । ବିଜୁଳି ନଥିବାରୁ ବଡ଼ ବଡ଼ କାଠ କଟାଯିବାରେ ଅସୁବିଧା ହୋଇଥିଲା । ତେବେ ବିଦ୍ୟୁତ୍ ଆସିବା ପରେ ରଥ ନିର୍ମାଣ କାଅର୍ଯ୍ୟ ଦ୍ରୁତଗତିରେ ଚାଲିଛି ।
ରୂପକାର ସେବକମାନେ ବି ରଥର ସୌନ୍ଦର୍ଯ୍ୟକରଣ କାମରେ ଲାଗି ପଡ଼ିଛନ୍ତି। ରଥଖଳାକୁ ବିଦ୍ୟୁତ୍ ସଂଯୋଗ ସ୍ୱାଭାବିକ୍ ହେବାପରେ ଦ୍ରୁତଗତିରେ କାମ ଆଗେଇ ଚାଲିଛି ରଥ କାମ। ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥର ୯ଟି ତୁମ୍ବ ଓ ବିନ୍ଧ କାର୍ଯ୍ୟ ସରିଥିବା ବେଳେ ତାଳଧ୍ୱଜ ରଥର ୬ଟି ଏବଂ ଦେବଦଳନ ରଥର ୫ଟି ତୁମ୍ବ ଓ ବିନ୍ଧ କାର୍ଯ୍ୟ ଶେଷ ହୋଇଛି।
ସେପଟେ ଶୁକ୍ରବାର ନୃସିଂହ ଚତୁର୍ଦ୍ଦଶୀରୁ ତିନି ରଥର କଣଗୁଜ କାର୍ଯ୍ୟ ଆରମ୍ଭ ହୋଇଛି। ଅନ୍ୟପକ୍ଷରେ ଭୋଇ ସେବାୟତମାନେ ତିନି ରଥର ମହାରଣାମାନଙ୍କୁ କାଠ ଯୋଗାଉଥିବା ବେଳେ ତିନି ରଥ ପାଇଁ ଦୁଇ ଦୁଇଟି ଚକ ଓ ଅଖ ପାଇଁ ଅର ବାଡେଇବା କାର୍ଯ୍ୟ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ଆମ୍ବେଦକରଙ୍କୁ ନେଇ କଂଗ୍ରେସ କୁମ୍ଭୀର କାନ୍ଦଣା କାନ୍ଦୁଛି: ମୁଖ୍ୟମନ୍ତ୍ରୀ
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବିବୃତିକୁ କଦର୍ଥ ଏବଂ ବିକୃତ କରି କଂଗ୍ରେସ ନିଜର ରାଜନୈତିକ ଆଶା ପୂରଣ କରିବାକୁ ଚେଷ୍ଟା କରୁଛି କହିଲେ ମୁଖ୍ୟମନ୍ତ୍ରୀ।
Crime
ରିଟାର୍ଡ ଆଇଏଏସ୍ ବିନୋଦ କୁମାର ଓ ଅନ୍ୟ ୨ଜଣଙ୍କୁ ୩ବର୍ଷ ସଶ୍ରମ ଜେଲ୍
୧୯୮୯ ବ୍ୟାଚ୍ ଆଇଏଏସ୍ ବିନୋଦ କୁମାରଙ୍କୁ ରାଜ୍ୟ ସରକାର ୨୦୨୨ ମସିହାରେ ଚାକିରିରୁ ବହିଷ୍କୃତ କରିଥିଲେ। ଓଆରଏଚଡିସି ଦୁର୍ନୀତି ଓ ଅର୍ଥ ତୋଷାରପାତ ମାମଲାରେ ଏହି ସଂସ୍ଥାର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ବିନୋଦ କୁମାର ଦଶମ ଥର ପାଇଁ ଦୋଷୀସାବ୍ୟସ୍ତ ହୋଇଛନ୍ତି।
Miscellaneous
ପ୍ରବାସୀ ଭାରତୀୟ ଦିବସ: ୯ରେ ପ୍ରଧାନମନ୍ତ୍ରୀ, ୧୦ରେ ଆସିବେ ରାଷ୍ଟ୍ରପତି
ପ୍ରବାସୀ ଭାରତୀୟ ଦିବସର ସଫଳ ଆୟୋଜନ ପାଇଁ ନଗର ଉନ୍ନୟନ ବିଭାଗ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ। ଭୁବନେଶ୍ୱରକୁ ସୁନ୍ଦର କରିବାକୁ ପ୍ରୟାସ କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି।
Miscellaneous
ରଘୁବର ଦାସ ହଟିଲେ, ଓଡ଼ିଶାର ନୂଆ ରାଜ୍ୟପାଳ ଡଃ ହରିବାବୁ କମ୍ଭାମପତି
ମିଜେରାମର ରାଜ୍ୟପାଳ ଭାବେ କାର୍ଯ୍ୟରତ ଡଃ କମ୍ଭାମପତିଙ୍କୁ ଆଜି ଓଡ଼ିଶାର ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଛି।
Weather
ଆହୁରି ୪୮ ଘଣ୍ଟା ବର୍ଷା! ତା'ପରେ ବଢ଼ିବ ଶୀତ
ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳରେ ସକ୍ରିୟ ରହିଛି ଲଘୁଚାପ। ୪୮ ଘଣ୍ଟା ପରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ୍ ଯାଏଁ ଖସିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।