ବାତ୍ୟା ତାଣ୍ଡବକୁ ଫୁ କରି ଆଗେଇ ଚାଲିଛି ବ୍ରହ୍ମାଣ୍ଡ ଠାକୁରଙ୍କ ଘୋଷଯାତ୍ରା ପ୍ରସ୍ତୁତି

ପୁରୀ(ଓଡ଼ିଶା ରିପୋର୍ଟର):ବାତ୍ୟା ଫୋନି ଯୋଗୁଁ ପ୍ରାରମ୍ଭିକ ପର୍ଯ୍ୟାୟରେ ବାଧା ସତ୍ତ୍ୱେ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଏବେ ସୁରୁଖୁରୁରେ ଆଗେଇ ଚାଲିଛି । ବିଜୁଳି ନଥିବାରୁ  ବଡ଼ ବଡ଼ କାଠ କଟାଯିବାରେ ଅସୁବିଧା ହୋଇଥିଲା । ତେବେ ବିଦ୍ୟୁତ୍‌ ଆସିବା ପରେ ରଥ ନିର୍ମାଣ କାଅର୍ଯ୍ୟ ଦ୍ରୁତଗତିରେ ଚାଲିଛି । ରୂପକାର ସେବକମାନେ ବି ରଥର ସୌନ୍ଦର୍ଯ୍ୟକରଣ କାମରେ ଲାଗି ପଡ଼ିଛନ୍ତି। ରଥଖଳାକୁ ବିଦ୍ୟୁତ୍‌ ସଂଯୋଗ ସ୍ୱାଭାବିକ୍‌ ହେବାପରେ ଦ୍ରୁତଗତିରେ କାମ ଆଗେଇ ଚାଲିଛି ରଥ […]

p-11

Tapas Behera
  • Published: Saturday, 18 May 2019
  • , Updated: 18 May 2019, 08:25 PM IST

ପୁରୀ(ଓଡ଼ିଶା ରିପୋର୍ଟର):ବାତ୍ୟା ଫୋନି ଯୋଗୁଁ ପ୍ରାରମ୍ଭିକ ପର୍ଯ୍ୟାୟରେ ବାଧା ସତ୍ତ୍ୱେ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଏବେ ସୁରୁଖୁରୁରେ ଆଗେଇ ଚାଲିଛି । ବିଜୁଳି ନଥିବାରୁ  ବଡ଼ ବଡ଼ କାଠ କଟାଯିବାରେ ଅସୁବିଧା ହୋଇଥିଲା । ତେବେ ବିଦ୍ୟୁତ୍‌ ଆସିବା ପରେ ରଥ ନିର୍ମାଣ କାଅର୍ଯ୍ୟ ଦ୍ରୁତଗତିରେ ଚାଲିଛି ।

ରୂପକାର ସେବକମାନେ ବି ରଥର ସୌନ୍ଦର୍ଯ୍ୟକରଣ କାମରେ ଲାଗି ପଡ଼ିଛନ୍ତି। ରଥଖଳାକୁ ବିଦ୍ୟୁତ୍‌ ସଂଯୋଗ ସ୍ୱାଭାବିକ୍‌ ହେବାପରେ ଦ୍ରୁତଗତିରେ କାମ ଆଗେଇ ଚାଲିଛି ରଥ କାମ। ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥର ୯ଟି ତୁମ୍ବ ଓ ବିନ୍ଧ କାର୍ଯ୍ୟ ସରିଥିବା ବେଳେ ତାଳଧ୍ୱଜ ରଥର ୬ଟି ଏବଂ ଦେବଦଳନ ରଥର ୫ଟି ତୁମ୍ବ ଓ ବିନ୍ଧ କାର୍ଯ୍ୟ ଶେଷ ହୋଇଛି।

ସେପଟେ ଶୁକ୍ରବାର ନୃସିଂହ ଚତୁର୍ଦ୍ଦଶୀରୁ ତିନି ରଥର କଣଗୁଜ କାର୍ଯ୍ୟ ଆରମ୍ଭ ହୋଇଛି। ଅନ୍ୟପକ୍ଷରେ ଭୋଇ ସେବାୟତମାନେ ତିନି ରଥର ମହାରଣାମାନଙ୍କୁ କାଠ ଯୋଗାଉଥିବା ବେଳେ ତିନି ରଥ ପାଇଁ ଦୁଇ ଦୁଇଟି ଚକ ଓ ଅଖ ପାଇଁ ଅର ବାଡେଇବା କାର୍ଯ୍ୟ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି।

Related story