ଶୀତଳ ଷଷ୍ଠୀ ଯାତ୍ରା ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି

ସମ୍ବଲପୁର( ସଂଜୟ ଜେନା):ସମ୍ବଲପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ଯାତ୍ରା କମିଟୀର କର୍ମକର୍ତ୍ତା, ଜିଲ୍ଲା ସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀ ଓ ପୁଲିସ ଅଧିକାରୀ ଯୋଗ ଦେଇ ଯାତ୍ରାକୁ କିପରି ସୂଚାରୁ ରୁପେ ସମ୍ପାଦନ କରାଯିବ ସେନେଇ ଆଲୋଚନା କରିଥିଲେ। ବିଭିନ୍ନ ଯାତ୍ରା କମିଟୀ, ନିଜ ନିଜର ସମସ୍ୟା ଓ ଆବଶ୍ୟକତା ସମ୍ପର୍କରେ ଜିଲ୍ଲା ପ୍ରଶାସନକୁ ଜଣାଇଥିଲେ। ଯାତ୍ରା […]

780-9

Tapas Behera
  • Published: Sunday, 19 May 2019
  • , Updated: 19 May 2019, 04:58 PM IST

ସମ୍ବଲପୁର( ସଂଜୟ ଜେନା):ସମ୍ବଲପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ଯାତ୍ରା କମିଟୀର କର୍ମକର୍ତ୍ତା, ଜିଲ୍ଲା ସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀ ଓ ପୁଲିସ ଅଧିକାରୀ ଯୋଗ ଦେଇ ଯାତ୍ରାକୁ କିପରି ସୂଚାରୁ ରୁପେ ସମ୍ପାଦନ କରାଯିବ ସେନେଇ ଆଲୋଚନା କରିଥିଲେ।

ବିଭିନ୍ନ ଯାତ୍ରା କମିଟୀ, ନିଜ ନିଜର ସମସ୍ୟା ଓ ଆବଶ୍ୟକତା ସମ୍ପର୍କରେ ଜିଲ୍ଲା ପ୍ରଶାସନକୁ ଜଣାଇଥିଲେ। ଯାତ୍ରା ଆୟୋଜନ ଓ  ଶ୍ରଦ୍ଧାଳୁଙ୍କ ଦର୍ଶନରେ କୌଣସି ସମସ୍ୟା ନହେବ ସେନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା। ଆସନ୍ତା ଜୁନ ମାସ ୭ ତାରିଖ ଦିନ ହେବ ପବିତ୍ର ଶିବ ବିବାହ।

ତା ପରଦିନ ଅନୁଷ୍ଠିତ ହେବ ଯୁଗଳ ଦର୍ଶନ ଶୋଭାଯାତ୍ରା ଓ ୯ ତାରିଖ ଦିନ ମନ୍ଦିର ପ୍ରବେଶ କରିବେ ଦେବ ଦମ୍ପତ୍ତି। ଯାତ୍ରାର ସୁପରିଚାଳନା ପାଇଁ ସମସ୍ତଙ୍କ ମଧ୍ୟରେ ସହଯୋଗ ଓ ସମନ୍ୱୟ ରଖାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

Related story