୩୦ରେ ଟିଟଲାଗଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଟିଟିଲାଗଡ: ଚଳିତମାସ ୩୦ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟିଟିଲାଗଡ ଗସ୍ତକୁ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଗୁରୁବାର ମୁନସିପାଲିଟି ମିଟିଂ ହଲରେ ଟିଟଲାଗଡ ବିଧାୟିକା ଟୁକୁନି ସାହୁ ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଆସନ୍ତା ରବିବାର ଦିନ ପୂର୍ବାହ୍ନ ୧୧ଟାରେ ଟିଟିଲାଗଡରେ ପହଞ୍ଚି ସିଟି ସ୍କୁଲ୍ ନିକଟରେ ପ୍ରସ୍ତାବିତ ମଦର ଆଣ୍ଡ ଚାଇଲ୍ଡ କେୟାର ହସ୍ପିଟାଲର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏହା ସହିତ ଟିଟିଲାଗଡ କୁମୁଡିପଦର ନିକଟରେ […]

preparetion for cm's visit to titlagard

Rakesh Mallick
  • Published: Friday, 28 August 2015
  • , Updated: 28 August 2015, 09:01 AM IST

ଟିଟିଲାଗଡ: ଚଳିତମାସ ୩୦ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟିଟିଲାଗଡ ଗସ୍ତକୁ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଗୁରୁବାର ମୁନସିପାଲିଟି ମିଟିଂ ହଲରେ ଟିଟଲାଗଡ ବିଧାୟିକା ଟୁକୁନି ସାହୁ ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଆସନ୍ତା ରବିବାର ଦିନ ପୂର୍ବାହ୍ନ ୧୧ଟାରେ ଟିଟିଲାଗଡରେ ପହଞ୍ଚି ସିଟି ସ୍କୁଲ୍ ନିକଟରେ ପ୍ରସ୍ତାବିତ ମଦର ଆଣ୍ଡ ଚାଇଲ୍ଡ କେୟାର ହସ୍ପିଟାଲର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏହା ସହିତ ଟିଟିଲାଗଡ କୁମୁଡିପଦର ନିକଟରେ ନିର୍ମାଣ ହୋଇଥିବା ପ୍ୟାକ ହାଉସର ଶୁଭାରମ୍ଭ କରିବା କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ପୋଲିସ୍ ଓ ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ‍ବୋଲି ସେ କହିଛନ୍ତି।

Related story