ଦୁଇ ଓଡ଼ିଆ ମହିଳାଙ୍କୁ ପ୍ରଶଂସା କଲେ ରାଷ୍ଟ୍ରପତି

କଟକ(ଓଡ଼ିଶା ରିପୋର୍ଟର): ଓଡ଼ିଶା ଓ ଓଡ଼ିଆଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ତାହାରି ଭିତରେ ମୟୂରଭଞ୍ଜ ଓ ପୁରୀ ଜିଲ୍ଲାର ୨ ମହିଳାଙ୍କ କଥା ଆଜି ଚର୍ଚ୍ଚାରେ। କାରଣ ଏହି ୨ ଜଣ ଗ୍ରାମୀଣ ମହିଳାଙ୍କ ନାଁ ନେଇ ସେମାନଙ୍କ ସମ୍ପର୍କରେ ଆଜି ଉଦାହରଣ ଦେଇ ବିକାଶ ଆଉ ଆହ୍ୱାନର ବାର୍ତ୍ତା ଦେଇଥିଲେ ରାଷ୍ଟ୍ରପତି କୋବିନ୍ଦ। ମୟୂରଭଞ୍ଜ ଜିଲ୍ଲା ଜାମଡ଼ା ଗାଁର ଗୃହିଣୀ ହେମାବତୀ ବାଗେ। ଝାଲ୍‌ମୁଢ଼ି ବିକ୍ରି କଲେ ଚାଲେ ତାଙ୍କର […]

prsident ram nath kobind in cuttack

Rakesh Mallick
  • Published: Saturday, 17 March 2018
  • , Updated: 17 March 2018, 07:59 PM IST

କଟକ(ଓଡ଼ିଶା ରିପୋର୍ଟର): ଓଡ଼ିଶା ଓ ଓଡ଼ିଆଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ତାହାରି ଭିତରେ ମୟୂରଭଞ୍ଜ ଓ ପୁରୀ ଜିଲ୍ଲାର ୨ ମହିଳାଙ୍କ କଥା ଆଜି ଚର୍ଚ୍ଚାରେ। କାରଣ ଏହି ୨ ଜଣ ଗ୍ରାମୀଣ ମହିଳାଙ୍କ ନାଁ ନେଇ ସେମାନଙ୍କ ସମ୍ପର୍କରେ ଆଜି ଉଦାହରଣ ଦେଇ ବିକାଶ ଆଉ ଆହ୍ୱାନର ବାର୍ତ୍ତା ଦେଇଥିଲେ ରାଷ୍ଟ୍ରପତି କୋବିନ୍ଦ।

ମୟୂରଭଞ୍ଜ ଜିଲ୍ଲା ଜାମଡ଼ା ଗାଁର ଗୃହିଣୀ ହେମାବତୀ ବାଗେ। ଝାଲ୍‌ମୁଢ଼ି ବିକ୍ରି କଲେ ଚାଲେ ତାଙ୍କର ତେଲ ଲୁଣର ସଂସାର। ପେଟକୁ ଦି’ ମୁଠା ଦାନା ମିଳେ। ସେ ଥିଲେ ଜଣେ ଅଜଣା ଓ ଅଚିହ୍ନା ଚେହେରା। ହେଲେ ଆଜି ସେହି ମହଳା ଚର୍ଚ୍ଚାରେ। କାରଣ ଦେଶର ପ୍ରଥମ ନାଗରିକଙ୍କ ମୁହଁରେ ଶୁଣିବାକୁ ମିଳିଛି ତାଙ୍କରି ନାଁ ଓ ତାଙ୍କରି ପ୍ରଶଂସା।

ଫେବୃୟାରୀ ୧୩ ତାରିଖ ୨୦୧୮ । ଗ୍ରାମୀଣ ମହିଳାଙ୍କ କାଠ ଚୂଲିର ଧୂଆଁ ଆଉ ଯନ୍ତ୍ରଣାର କାହାଣୀ ସେଦିନ ଦୋହଲାଇ ଦେଇଥିଲା ରାଷ୍ଟ୍ରପତି ଭବନରେ ଆୟୋଜିତ ଏଲ୍‌ପିଜି ପଞ୍ଚାୟତ କାର୍ଯ୍ୟକ୍ରମରେ। ସେହି କାହାଣୀର ଚିତ୍ର ଆଉ ଚରିତ୍ରକୁ ଆଜି ବର୍ଣ୍ଣନା କରି ଆନନ୍ଦ ଭବନ ମ୍ୟୁଜିୟମ ଲୋକାର୍ପଣ ଉତ୍ସବ ଅବସରରେ ଭାବବିହ୍ୱଳ ହୋଇଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ।

କଟକରେ ରାଷ୍ଟ୍ରପତିଙ୍କ ମୁହଁରୁ ଏହି ପଦିଏ କଥା ଶୁଣିବା ପରେ ହେମାବତୀଙ୍କ ମନ ମଧ୍ୟ କୁଣ୍ଢେମୋଟ ହୋଇଯାଇଥିଲା। ତାଙ୍କ ଭଳି ସାଧାରଣ ଗୃହିଣୀଙ୍କ ସମ୍ପର୍କରେ ଦେଶର ପ୍ରଥମ ନାଗରିକଙ୍କ ଏଭଳି ମନ୍ତବ୍ୟକୁ ନେଇ ସେ ମଧ୍ୟ ଭାବବିହ୍ୱଳ ହୋଇପଡ଼ି ଥିଲେ।

କଟକ ଆନନ୍ଦ ଭବନ ମ୍ୟୁଜିୟମ ଲୋକାର୍ପଣ ଉତ୍ସବ ଅବସରରେ ନିଜ ଅଭିଭାଷଣରେ ଦେଶ ବିଦେଶରେ ଓଡ଼ିଆଙ୍କ ସ୍ଥାନ ଓ ସଫଳତାକୁ ନେଇ ଭୁରି ଭୁରି ପ୍ରଶଂସା କରିଥିଲେ ରାଷ୍ଟ୍ରପତି କୋବିନ୍ଦ। ତା’ସହ ଦେଶରେ ଥିବା ଜନଜାତିଙ୍କ ମଧ୍ୟରୁ ଓଡ଼ିଶାରେ ସେମାନଙ୍କ ସଂଖ୍ୟା ୧୦ ପ୍ରତିଶତ ଥିବା ବେଳେ ସଂଯୋଗ ବଶତଃ ସଂପୃକ୍ତ ବିଭାଗର ଦାୟିତ୍ୱରେ ଜୁଏଲ ଓରାମ୍ ଅଛନ୍ତି।

Related story