ଆୟ ବହିର୍ଭୂତ ସମ୍ପତ୍ତି ମାମଲା: ଖଣି ଅଧିକାରୀ ପ୍ରଫୁଲ୍ଲ ସେଠୀଙ୍କ ରିମାଣ୍ଡ ପାଇଁ ଆବେଦନ କଲା ଭିଜିଲାନ୍ସ

ଭୁବନେଶ୍ୱର: ଗିରଫ ହୋଇ ଜେଲରେ ଥିବା କୋଟିପତି ଖଣି ଅଧିକାରୀ ପ୍ରଫୁଲ୍ଲ ସେଠୀଙ୍କୁ ଭିଜିଲାନ୍ସ ୫ ଦିନ ରିମାଣ୍ଡରେ ଆଣିବାକୁ କୋର୍ଟଙ୍କ ନିକଟରେ ଆବେଦନ କରିଛି। ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରଫୁଲ୍ଲଙ୍କ ନିକଟରେ ଥିବା ଆୟ ବହିର୍ଭୂତ ସମ୍ପତ୍ତିର ପରିମାଣ ୩ କୋଟି ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଇଛି। ଏଥିରୁ ଅନେକ ଟଙ୍କା ତାଙ୍କ ଆକାଉଣ୍ଟକୁ ଟ୍ରାନ୍‌ସଫର ହୋଇଥିବା ଭିଜିଲାନ୍ସ ପ୍ରମାଣ ପାଇଛି। ତେବେ କିଏ, କାହିଁକି ଏବଂ କେଉଁ ପରିସ୍ଥିତିରେ ପ୍ରଫୁଲ୍ଲଙ୍କ ଆକାଉଣ୍ଟକୁ ଏସବୁ […]

prafulla

Rakesh Mallick
  • Published: Friday, 18 March 2016
  • , Updated: 18 March 2016, 05:39 PM IST

ଭୁବନେଶ୍ୱର: ଗିରଫ ହୋଇ ଜେଲରେ ଥିବା କୋଟିପତି ଖଣି ଅଧିକାରୀ ପ୍ରଫୁଲ୍ଲ ସେଠୀଙ୍କୁ ଭିଜିଲାନ୍ସ ୫ ଦିନ ରିମାଣ୍ଡରେ ଆଣିବାକୁ କୋର୍ଟଙ୍କ ନିକଟରେ ଆବେଦନ କରିଛି। ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରଫୁଲ୍ଲଙ୍କ ନିକଟରେ ଥିବା ଆୟ ବହିର୍ଭୂତ ସମ୍ପତ୍ତିର ପରିମାଣ ୩ କୋଟି ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଇଛି। ଏଥିରୁ ଅନେକ ଟଙ୍କା ତାଙ୍କ ଆକାଉଣ୍ଟକୁ ଟ୍ରାନ୍‌ସଫର ହୋଇଥିବା ଭିଜିଲାନ୍ସ ପ୍ରମାଣ ପାଇଛି। ତେବେ କିଏ, କାହିଁକି ଏବଂ କେଉଁ ପରିସ୍ଥିତିରେ ପ୍ରଫୁଲ୍ଲଙ୍କ ଆକାଉଣ୍ଟକୁ ଏସବୁ ଟଙ୍କା ଟ୍ରାନ୍‌ସଫର କରିଥିଲେ ସେ ସଂକ୍ରାନ୍ତରେ ଜାଣିବା ପାଇଁ ତାଙ୍କୁ ରିମାଣ୍ଡରେ ଆଣି  ଭିଜିଲାନ୍ସ ପଚରାଉଚରା କରିବ।

ପ୍ରଫୁଲ୍ଲଙ୍କ ଅନେକ ସମ୍ପତ୍ତି ତାଙ୍କ ଶାଳକ ଦୀପକ ସେଠୀଙ୍କ ନାଁରେ ରହିଛି। ବର୍ତ୍ତମାନ ଦୀପକ ସମେତ ଅନ୍ୟ ଦୁଇଜଣଙ୍କୁ ଅଟକ ରଖି ଭିଜିଲାନ୍ସ ଜେରା କରୁଛି। ଆବଶ୍ୟକ ହେଲେ ଏହି ମାମଲାରେ ଗିରଫଦାରୀ ସଂଖ୍ୟା ବଢ଼ିବ ବୋଲି ଭୁବନେଶ୍ୱର ଭିଜିଲାନ୍ସ ଏସ୍‌ପି ସୂଚନା ଦେଇଛନ୍ତି।

ଗତ ବୁଧବାର ଭିଜିଲାନ୍ସ ପକ୍ଷରୁ ପ୍ରଫୁଲ୍ଲଙ୍କ ଭୁବନେଶ୍ୱର ବାସଭବନ ସମେତ ୯ଟି ଜାଗାରେ ଏକକାଳୀନ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ଅନେକ ଫ୍ଲାଟ୍ ସମେତ ସୁନା ବିସ୍କୁଟ୍ ଆଦି ଠାବ କରାଯାଇଥିଲା।

Related story