ମୁଁ ଲଣ୍ଡନରୁ ଆସିଥିବା ପ୍ରେସ୍‌ କହୁଛି...

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ବ୍ରିଟିଶ ଯୁଗର ପ୍ରିଣ୍ଟିଂ ପ୍ରେସ୍ ମେସିନ୍। ଯାହା ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରେସ୍‌ରେ ଏବେବି ଅଛି । ହେଲେ ଏସବୁ ମୂଲ୍ୟବାନ ତଥା ଐତିହ୍ୟ ବହନ କରୁଥିବା ପ୍ରେସ୍ ମେସିନ୍ ଗୁଡିକ ଯେ କେତେ ଅବହେଳିତ ଅବସ୍ଥାରେ ଅଛି ତା’ନଦେଖିଲେ ବିଶ୍ୱାସ କରିହେବନାହିଁ । ତେବେ ଏହାର ପୁନରୁଦ୍ଧାର ଲାଗି ପ୍ରତିଶ୍ରୁତି ଦେଇଛନ୍ତି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ। ୫ଦିନ ଭିତରେ ରିପୋର୍ଟ ପ୍ରସ୍ତୁତ କରିବାକୁ କୁଳପତି ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଐତିହ୍ୟ ବହନ କରୁଥିବା ପ୍ରେସ୍ ମେସିନ୍ ଗୁଡ଼ିକୁ […]

b-908

b-908

Tapas Behera
  • Published: Wednesday, 18 December 2019
  • Updated: 18 December 2019, 04:03 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ବ୍ରିଟିଶ ଯୁଗର ପ୍ରିଣ୍ଟିଂ ପ୍ରେସ୍ ମେସିନ୍। ଯାହା ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରେସ୍‌ରେ ଏବେବି ଅଛି । ହେଲେ ଏସବୁ ମୂଲ୍ୟବାନ ତଥା ଐତିହ୍ୟ ବହନ କରୁଥିବା ପ୍ରେସ୍ ମେସିନ୍ ଗୁଡିକ ଯେ କେତେ ଅବହେଳିତ ଅବସ୍ଥାରେ ଅଛି ତା’ନଦେଖିଲେ ବିଶ୍ୱାସ କରିହେବନାହିଁ । ତେବେ ଏହାର ପୁନରୁଦ୍ଧାର ଲାଗି ପ୍ରତିଶ୍ରୁତି ଦେଇଛନ୍ତି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ। ୫ଦିନ ଭିତରେ ରିପୋର୍ଟ ପ୍ରସ୍ତୁତ କରିବାକୁ କୁଳପତି ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଐତିହ୍ୟ ବହନ କରୁଥିବା ପ୍ରେସ୍ ମେସିନ୍ ଗୁଡ଼ିକୁ ନେଇ ସଂଗ୍ରହାଳୟ କରିବାକୁ ଯୋଜନା ରହିଛି।

ରାଜ୍ୟର ପ୍ରଥମ ଖବର କାଗଜ ଉତ୍କଳ ଦୀପିକା ଦିନେ ଏଇ ପ୍ରେସ୍‌ରୁ ଛପା ହେଉଥିଲା।  ଆଉ ଏବେ କର୍ପୁର ଉଡି ଯାଇଛି।  ଖାଲି କନା ପଡି ରହିଛି। ଉତ୍କଳ ବିଶ୍ୱବିଦ୍ୟାଳୟରେ ଥିବା ମହାରାଜା ଶ୍ରୀ ରାମଚନ୍ଦ୍ର ପ୍ରିଣ୍ଟିଂ ପ୍ରେସ୍‌ ଏବେ ଅବହେଳିତ ଅବସ୍ଥାରେ ରହିଛି।

ବିଦ୍ୟୁତ ସଂଯୋଗ ନଥିବା ଏକ ଭଙ୍ଗା ଘରେ ପଡି ରହିଛି ଏହି ପ୍ରିଣ୍ଟିଂ ମେସିନ୍। ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓ ଉଚ୍ଚ ଶିକ୍ଷାର ବିକାଶ ଲାଗି ଉତ୍କଳ ବିଶ୍ୱବିଦ୍ୟାଳୟକୁ ଲଣ୍ଡନରୁ ଆଣିଥିବା ପ୍ରିଣ୍ଟିଂ ମେସିନ୍‌କୁ ୧୯୪୮ରେ ଦାନ କରିଥିଲେ।  ଯୁଗ ବଦଳିବା ସହିତ ଡିଜିଟାଲ୍ ପ୍ରେସ୍‌ର ଯୁଗ ଆସିଲା। ଆଉ ସ୍ଥିତି ହରାଇଲା ଏହି ମାନବ ଚାଳିତ ପ୍ରିଣ୍ଟିଂ ପ୍ରେସ୍ । ଉତ୍କଳ ବିଶ୍ୱବିଦ୍ୟାଳୟରେ ଥିବା ଏହି ପ୍ରିଣ୍ଟିଂ ପ୍ରେସ୍ ମେସିନ୍ ଯେପରି ଅଲୋଡା ହୋଇ ରହିଛି ସେପରି କାର୍ଯ୍ୟାଳୟ ଅବସ୍ଥା ବି ଶୋଚନୀୟ ହୋଇପଡ଼ିଛି। ଏହାର ରକ୍ଷଣାବେକ୍ଷଣ ସହ ବ୍ରିଟିଶ ଅମଳର ପ୍ରେସ୍‌କୁ ସଂଗ୍ରହାଳୟ କରାଇବା ଲାଗି ଦାବି ହୋଇଛି।

ସେପଟେ ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜ ଦେଓଙ୍କ ୧୪୯ତମ ଜୟନ୍ତୀ ପାଳନ ଅବସରରେ ଏହି ପ୍ରିଣ୍ଟିଂ ପ୍ରେସ୍ କାର୍ଯ୍ୟାଳୟ ପରିଦର୍ଶନରେ ଆସିଥିଲେ ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ । ଏହାର ପୁନରୁଦ୍ଧାର ଲାଗି କର୍ମଚାରୀଙ୍କ ଦାବିକୁ ଦୃଷ୍ଟିରେ ରଖି ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି କୁଳପତି । ୫ଦିନ ଭିତରେ ପୁନରୁଦ୍ଧାର ଲାଗି ସମ୍ପୂର୍ଣ୍ଣ ପ୍ରୋଜେକ୍ଟ ରିପୋର୍ଟ ପ୍ରସ୍ତୁତ ହେବ । ଓଡ଼ିଶାର ଐତିହ୍ୟ ବହନ କରୁଥିବା ଏସବୁ ପ୍ରିଣ୍ଟିଂ ମେସିନ୍‌କୁ  ନେଇ ସର୍ବସାଧାରଣଙ୍କ ପାଇଁ ସଂଗ୍ରହାଳୟ ଯୋଜନା ରହିଛି ।

ଦିନେ ଯେଉଁ ପ୍ରେସ୍‌ରୁ ଶିକ୍ଷାର ପ୍ରଚାର ପ୍ରସାର ହେଉଥିଲା ଆଜି ସେ ଅବହେଳିତ। ଏହାର ରକ୍ଷଣାବେକ୍ଷଣ ହୋଇପାରିଲେ ରାଜସ୍ୱ ବଢିବା ସହ ଗବେଷଣାର କେନ୍ଦ୍ରସ୍ଥଳ ପାଲଟିବ। ଏଥିରେ ଦ୍ୱିମତ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story