ଜେଲ୍‌ରୁ କଏଦୀ ଫେରାର

Ordigital Desk
  • Published: Tuesday, 06 February 2018
  • , Updated: 06 February 2018, 09:35 AM IST
<p>ନୟାଗଡ଼: ନୟାଗଡ଼ ସବ୍&zwnj;ଜେଲରୁ ଜଣେ କଏଦୀ ଫେରାର ହୋଇଯାଇଛନ୍ତି। ଏନେଇ ନୟାଗଡ଼ ସଦର ଥାନାରେ ସହକାରୀ ଜେଲ୍&zwnj;ର ଅଭିଯୋଗ ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଦୁଇଟି ଦୁଷ୍କର୍ମ ମାମଲାରେ ସଜା କାଟୁଥିବା ସୌରଭ କୁମାର ବିଶୋଇ ନାମକ କଏଦୀ ଜେଲ୍&zwnj;ରୁ ଫେରାର ହୋଇଯାଇଛି। ସୌରଭର ଘର ନୟାଗଡ଼ ଇଟାମାଟି ଥାନା ଅନ୍ତର୍ଗତ ବଡ଼ଟାଙ୍ଗି ପାଟଣା ସାହିରେ। କଏଦୀ ଫେରାର ପରେ ଉପକାରାଗାରର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି। ଏହି ଘଟଣାରେ ଜେଲ୍ କର୍ମଚାରୀଙ୍କ ହାତ ଥିବା ନେଇ ସନ୍ଦେହ ସୃଷ୍ଟି ହୋଇଛି। ଅଭିଯୋଗ ପାଇବା ପରେ ନୟାଗଡ଼ ଏସ୍&zwnj;ପି ଏବଂ ସଦର ଥାନା ଅଧିକାରୀ ଘଟଣାସ୍ଥଳକୁ ଯାଇ ଜେଲ୍&zwnj;ର ସିସିଟିଭି ଯାଞ୍ଚ କରିବା ସହିତ ଜେଲ୍&zwnj;ରେ ଥିବା ମୋବାଇଲକୁ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି।</p>

Related story