ସିଲ୍ ହେଲା ଘରୋଇ ହସ୍ପିଟାଲ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା କଟକଣା ଠିକ୍‌ ଭାବେ ପାଳନ ହେଉ ନ ଥିବାରୁ ଭୁବନେଶ୍ୱରରେ ଥିବା ଏକ ଘରୋଇ ହସ୍ପିଟାଲକୁ ସିଲ୍ କଲା ବିଏମ୍‌ସି। ବରମୁଣ୍ଡା ଅଞ୍ଚଳରେ ଉକ୍ତ ଘରୋଇ ହସ୍ପିଟାଲ ଥିବା ବେଳେ ତାହାକୁ ସିଲ୍‌ କରାଯାଇଛି। ରାଜଧାନୀ ଭୁବନେଶ୍ୱରରେ ସ୍ଥାନୀୟ ସଂକ୍ରମଣ ବଢ଼ୁଥିବାରୁ ବିଏମ୍‌ସି ପକ୍ଷରୁ ଯାଞ୍ଚ କଡ଼ାକଡ଼ି କରାଯାଉଛି। ଗତକାଲି  ଅଶୋକ ନଗରରେ ଥିବା ୩ଟି ଶୋ ରୁମ୍ ଉପରେ ଚଢ଼ଉ କରାଯାଇ  ସାମାଜିକ ଦୂରତା ଭଙ୍ଗ ତଥା ଲୋକେ ମାସ୍କ ପିନ୍ଧି […]

seal-2

Niharika Rout
  • Published: Thursday, 02 July 2020
  • , Updated: 02 July 2020, 01:43 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା କଟକଣା ଠିକ୍‌ ଭାବେ ପାଳନ ହେଉ ନ ଥିବାରୁ ଭୁବନେଶ୍ୱରରେ ଥିବା ଏକ ଘରୋଇ ହସ୍ପିଟାଲକୁ ସିଲ୍ କଲା ବିଏମ୍‌ସି। ବରମୁଣ୍ଡା ଅଞ୍ଚଳରେ ଉକ୍ତ ଘରୋଇ ହସ୍ପିଟାଲ ଥିବା ବେଳେ ତାହାକୁ ସିଲ୍‌ କରାଯାଇଛି।

ରାଜଧାନୀ ଭୁବନେଶ୍ୱରରେ ସ୍ଥାନୀୟ ସଂକ୍ରମଣ ବଢ଼ୁଥିବାରୁ ବିଏମ୍‌ସି ପକ୍ଷରୁ ଯାଞ୍ଚ କଡ଼ାକଡ଼ି କରାଯାଉଛି। ଗତକାଲି  ଅଶୋକ ନଗରରେ ଥିବା ୩ଟି ଶୋ ରୁମ୍ ଉପରେ ଚଢ଼ଉ କରାଯାଇ  ସାମାଜିକ ଦୂରତା ଭଙ୍ଗ ତଥା ଲୋକେ ମାସ୍କ ପିନ୍ଧି ନ ଥିବା ଅଭିଯୋଗରେ ଜରିମାନା ଆଦାୟ କରାଯାଇଥିଲା। ଏହାବ୍ୟତୀତୀ ଖଣ୍ଡଗିରିରେ ବେଆଇନ ଭାବେ ଚାଲୁଥିବା ଏକ ଜିମ୍‌କୁ ସିଲ୍‌ କରି ଦିଆଯାଇଥିଲା।

Related story