ଆଖି ବୁଜିଲା ପ୍ରିୟଙ୍କା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରସ୍ଥିତ ନନ୍ଦନକାନନରେ ଏକ ବାଘୁଣୀର ମୃତ୍ୟୁ ଘଟିଛି। ବୟସାଧିକ ଯୋଗୁ ବାଘୁଣୀ ପ୍ରିୟଙ୍କା ଆଜି ସକାଳ ୧୦ଟା ୩୦ରେ ପ୍ରାଣ ହରାଇଥିବା ନେଇ ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ମୃତ ବାଘୁଣୀ ପ୍ରିୟଙ୍କାର ବୟସ ୧୯ ବର୍ଷ ୫ ମାସ ହୋଇଥିଲା। ଗତ ଦୁଇ ବର୍ଷ ହେଲା ସେ ଅସୁସ୍ଥ ଥିଲା। ତେଣୁ ତାର ରୀତିମତ ଚିକିତ୍ସା ଜାରି ରହିଥିଲା। ପ୍ରିୟଙ୍କା ୨୦୦୦ ମସିହା ମାର୍ଚ୍ଚରେ ଜନ୍ମଗ୍ରହଣ କରିଥିଲା। ପ୍ରିୟଙ୍କାର ମୃତ୍ୟୁ ପରେ […]

tigress-priyanka

Jyoshna Pradhan
  • Published: Monday, 12 August 2019
  • , Updated: 12 August 2019, 01:58 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରସ୍ଥିତ ନନ୍ଦନକାନନରେ ଏକ ବାଘୁଣୀର ମୃତ୍ୟୁ ଘଟିଛି। ବୟସାଧିକ ଯୋଗୁ ବାଘୁଣୀ ପ୍ରିୟଙ୍କା ଆଜି ସକାଳ ୧୦ଟା ୩୦ରେ ପ୍ରାଣ ହରାଇଥିବା ନେଇ ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ମୃତ ବାଘୁଣୀ ପ୍ରିୟଙ୍କାର ବୟସ ୧୯ ବର୍ଷ ୫ ମାସ ହୋଇଥିଲା।

ଗତ ଦୁଇ ବର୍ଷ ହେଲା ସେ ଅସୁସ୍ଥ ଥିଲା। ତେଣୁ ତାର ରୀତିମତ ଚିକିତ୍ସା ଜାରି ରହିଥିଲା। ପ୍ରିୟଙ୍କା ୨୦୦୦ ମସିହା ମାର୍ଚ୍ଚରେ ଜନ୍ମଗ୍ରହଣ କରିଥିଲା। ପ୍ରିୟଙ୍କାର ମୃତ୍ୟୁ ପରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବାଘ ସଂଖ୍ୟା ୨୬କୁ ଖସି ଆସିଛି।  ଏବେ ନନ୍ଦନକାନନରେ ୫ଟି ଅଣ୍ଡିରା ଓ ୮ଟି ସାଧାରଣ ମାଈ ବାଘ ଅଛନ୍ତି। ଏଥିସହ ଧଳାବାଘ ୪ଟି, ଧଳା ବାଘୁଣୀ ୫ଟି ଓ ୪ଟି କଳା ବାଘ ମଧ୍ୟ ଅଛନ୍ତି।

 

Related story