ଏସବିଆଇ ଗ୍ରାହକ ସେବା କେନ୍ଦ୍ରରୁ ଠକେଇ ଘଟଣାରେ ତଦନ୍ତ ଆରମ୍ଭ

Ordigital Desk
  • Published: Friday, 08 June 2018
  • , Updated: 08 June 2018, 08:28 AM IST
<p>ବାଲେଶ୍ୱର(ରଣଜିତ୍&zwnj; ପାକଳ): ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ଥାନା ଅନ୍ତର୍ଗତ ଝାମ୍ପୁରା ବଜାରରେ ଥିବା ଏସବିଆଇର ଗ୍ରାହକ ସେବା କେନ୍ଦ୍ରରୁ ହୋଇଥିବା ଠକେଇ ଘଟଣାରେ ତଦନ୍ତ ଆରମ୍ଭ ହୋଇଛି। ଆଞ୍ଚଳିକ ଶାଖା ଏବଂ ମୁଖ୍ୟ ଏସବିଆଇର ତିନି ଜଣିଆ ଟିମ୍ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। &nbsp;ଗ୍ରାହକଙ୍କଠାରୁ ବିଭିନ୍ନ ଉପାୟରେ ଟଙ୍କା ହଡ଼ପ ହୋଇଥିବା ଜଣାପଡ଼ିଛି। ଜନସେବା କେନ୍ଦ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ମାଲିକଙ୍କ ଅଜାଣତରେ ଏସବୁ ହୋଇଥିବା ଜଣାପଡ଼ିଛି। ତଦନ୍ତ ପରେ ଯଦି କେହି ଗ୍ରାହକ ଠକାମିର ଶିକାର ହୋଇଥିବା ଜଣାପଡ଼େ, ସେମାନଙ୍କ ଟଙ୍କା ଫେରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି।</p> <p>&lt;a href=&quot;&quot;&gt;(image) &lt;/a&gt;ଗତକାଲି ଗ୍ରାହକ ସେବା କେନ୍ଦ୍ରରେ ଠକାମିର ଶିକାର ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ଗୀତାଞ୍ଜଳି ସିଂ ନାମକ ଜଣେ ମହିଳା ଚାନ୍ଦିପୁର ରାସ୍ତା ଝାମ୍ପୁରାରେ ଥିବା ଏସବିଆଇ ଗ୍ରାହକ ସେବା କେନ୍ଦ୍ରରେ ୨୦୧୬ ମସିହାରେ ଆକାଉଣ୍ଟ ଖୋଲିଥିଲେ। ନିଜ ଆକାଉଣ୍ଟରେ ସେ ୩୯ହଜାର ୯ଶହ ଟଙ୍କା ରଖିଥିଲେ। ଟଙ୍କା ଉଠାଇବାକୁ ଗଲାବେଳେ ଆକାଉଣ୍ଟରେ କିଛି ନ ଥିବା ସେ ଜାଣିବାକୁ ପାଇଥିଲେ। ଖାଲି ଗୀତାଞ୍ଜଳି ନୁହଁନ୍ତି ଅନ୍ୟ କିଛି ବ୍ୟକ୍ତିଙ୍କ ଆକାଉଣ୍ଟରୁ ମଧ୍ୟ ଠକେଇ ହୋଇଥିବା ଅଭିଯୋଗ ହୋଇଥିଲା।</p> <p>https://youtu.be/nmkdCUzjS0Y</p> <p>&amp;nbsp;</p>

Related story