ହାତୀ ମୃତ୍ୟୁ ଘଟଣାର ତଦନ୍ତ ଆରମ୍ଭ

ସମ୍ବଲପୁର (ଓଡ଼ିଶା ରିପୋର୍ଟର): ଟ୍ରେନ ଧକ୍କାରେ ହାତୀ ମୃତ୍ୟୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ସମ୍ବଲପୁର ଡିଆର୍‌ଏମ୍‌। ତାଙ୍କ ନିର୍ଦ୍ଦେଶ ପାଇବା ପରେ ବିଭାଗୀୟ ଅଧିକାରୀମାନେ ଘଟଣାର ଖୋଳତାଡ଼ ଆରମ୍ଭ କରିଛନ୍ତି। ଗତକାଲି ସନ୍ଧ୍ୟାରେ ସମ୍ବଲପୁର ଜିଲ୍ଲାର ଯୁଯୁମୁରା-ହାତୀବାରୀ ରେଳ ଧାରଣା ନିକଟରେ ଥିବା ଗରଗଡ଼ବାହାଲରେ ଏକ ହାତୀର ମୃତଦେହ ପଡ଼ିଥିବା ଲୋକେ ଦେଖିଥିଲେ। ଏ ନେଇ ଯୁଯୁମୁରା ଷ୍ଟେସନକୁ ଖବର ଦିଆଯାଇଥିଲା। ଭୁବନେଶ୍ୱର-ରାଉରକେଲା ଇନ୍ଟରସିଟି ଟ୍ରେନ୍‌ ଧକ୍କାରେ ହାତୀଟିର ମୃତ୍ୟୁ ଘଟିଥିବା ନେଇ ଅନୁମାନ କରାଯାଉଛି। […]

elephant1

Jitendra Garnayak
  • Published: Sunday, 06 December 2020
  • , Updated: 06 December 2020, 10:57 AM IST

ସମ୍ବଲପୁର (ଓଡ଼ିଶା ରିପୋର୍ଟର): ଟ୍ରେନ ଧକ୍କାରେ ହାତୀ ମୃତ୍ୟୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ସମ୍ବଲପୁର ଡିଆର୍‌ଏମ୍‌। ତାଙ୍କ ନିର୍ଦ୍ଦେଶ ପାଇବା ପରେ ବିଭାଗୀୟ ଅଧିକାରୀମାନେ ଘଟଣାର ଖୋଳତାଡ଼ ଆରମ୍ଭ କରିଛନ୍ତି।

ଗତକାଲି ସନ୍ଧ୍ୟାରେ ସମ୍ବଲପୁର ଜିଲ୍ଲାର ଯୁଯୁମୁରା-ହାତୀବାରୀ ରେଳ ଧାରଣା ନିକଟରେ ଥିବା ଗରଗଡ଼ବାହାଲରେ ଏକ ହାତୀର ମୃତଦେହ ପଡ଼ିଥିବା ଲୋକେ ଦେଖିଥିଲେ। ଏ ନେଇ ଯୁଯୁମୁରା ଷ୍ଟେସନକୁ ଖବର ଦିଆଯାଇଥିଲା।

ଭୁବନେଶ୍ୱର-ରାଉରକେଲା ଇନ୍ଟରସିଟି ଟ୍ରେନ୍‌ ଧକ୍କାରେ ହାତୀଟିର ମୃତ୍ୟୁ ଘଟିଥିବା ନେଇ ଅନୁମାନ କରାଯାଉଛି। ଖବର ପାଇବା ପରେ ଉଭୟ ରେଳବାଇ ଓ ବନ ବିଭାଗର ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ଏହା ପରେ ଡିଆର୍‌ଏମ୍‌ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

Related story