ପୌର ନିର୍ବାଚନ ଲାଗି ଆରମ୍ଭ ହେଲା ପ୍ରକ୍ରିୟା, ଏପ୍ରିଲ ୩୦ ସୁଦ୍ଧା ୱାର୍ଡ ପୁନର୍ଗଠନ

ଭୁବନେଶ୍ୱର(ଓଡିଶା ରିପୋର୍ଟର): ରାଜ୍ୟରେ ପୌର ନିର୍ବାଚନ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା। ଏ ନେଇ ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସମସ୍ତ ଜିଲାପାଳଙ୍କୁ ମଙ୍ଗଳବାର ପତ୍ର ପ୍ରେରଣ କରାଯାଇଛି । ଆସନ୍ତା ଏପ୍ରିଲ୍ ୩୦ ତାରିଖ ସୁଦ୍ଧା ୱାର୍ଡ ପୁନଃଗଠନ ଓ ସଂରକ୍ଷଣ ବ୍ୟବସ୍ଥା ସାରିବାକୁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ରହିଛି । ତେଣୁ ଏନେଇ ପୌର ପ୍ରଶାସନର ନିର୍ଦ୍ଦେଶକ ଜିଲ୍ଲାପାଳମାନଙ୍କୁ ଚିଠି କରିଛନ୍ତି।  ୱାର୍ଡ ପୁନଃଗଠନ ଓ ସଂରକ୍ଷଣ ନେଇ […]

vote

Rakesh Mallick
  • Published: Wednesday, 31 January 2018
  • , Updated: 31 January 2018, 09:56 AM IST

ଭୁବନେଶ୍ୱର(ଓଡିଶା ରିପୋର୍ଟର): ରାଜ୍ୟରେ ପୌର ନିର୍ବାଚନ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା। ଏ ନେଇ ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସମସ୍ତ ଜିଲାପାଳଙ୍କୁ ମଙ୍ଗଳବାର ପତ୍ର ପ୍ରେରଣ କରାଯାଇଛି । ଆସନ୍ତା ଏପ୍ରିଲ୍ ୩୦ ତାରିଖ ସୁଦ୍ଧା ୱାର୍ଡ ପୁନଃଗଠନ ଓ ସଂରକ୍ଷଣ ବ୍ୟବସ୍ଥା ସାରିବାକୁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ରହିଛି । ତେଣୁ ଏନେଇ ପୌର ପ୍ରଶାସନର ନିର୍ଦ୍ଦେଶକ ଜିଲ୍ଲାପାଳମାନଙ୍କୁ ଚିଠି କରିଛନ୍ତି।  ୱାର୍ଡ ପୁନଃଗଠନ ଓ ସଂରକ୍ଷଣ ନେଇ ଆସନ୍ତା ଫେବୃୟାରୀ ୧୫ ତାରିଖରୁ ଫେବୃୟାରୀ ୨୪ ତାରିଖ ସୁଦ୍ଧା ଆପତ୍ତି-ଅଭିଯୋଗ, ପ୍ରସ୍ତାବ ଦାଖଲ ହୋଇ ପାରିବ। ବିଭିନ୍ନ ୱାର୍ଡ ଓ ପୁନଃଗଠନ ଓ ସଂରକ୍ଷଣ ନେଇ ମାର୍ଚ୍ଚ ୮ ତାରିଖରେ ଜିଲାପାଳମାନେ ବିଜ୍ଞପ୍ତି ପ୍ରକାଶ କରିବେ।

Related story