ବଡ଼ ଆଖଡ଼ା ମଠକୁ ପ୍ରଶାସନର ବଳ ପାଇଲାନି  

ପୁରୀ(ଓଡ଼ିଶା ରିପୋର୍ଟର):ସାଧୁ ସନ୍ଥଙ୍କ ପ୍ରବଳ ବିରୋଧ ଯୋଗୁଁ ବନ୍ଦ ରହିଲା ବଡ଼ ଆଖଡ଼ା ମଠ  ଉଚ୍ଛେଦ ପ୍ରକ୍ରିୟା । ଦୁଇଦିନର ବିରତି ପରେ ଆଜି ୭୫ ମିଟର ପରିଧି ଭିତରେ ଉଚ୍ଛେଦ ଅଭିଯାନକୁ ଆଗେଇ ନେବାକୁ ଚାହୁଁଥିବା ଜିଲ୍ଲାପ୍ରଶାସନକୁ ଝଟକା ଲାଗିଛି। ମଠ ଭାଙ୍ଗିବା ଲାଗି ସହମତି ଦେବାକୁ ପ୍ରଶାସନ ଚାପ ପକାଉଥିବା ଅଭିଯୋଗ କରିଛନ୍ତି ସାଧୁସନ୍ଥ। ସେପଟେ ଜିଲ୍ଲାପାଳ କହିଛନ୍ତି ଯେ, ମଠ ମହନ୍ତ, ସାଧୁସନ୍ଥଙ୍କ ସହ ଆଲୋଚନା ସଫଳ ହୋଇଛି।୨/୩ ଦିନ ଭିତରେ ଆଲୋଚନା […]

n-900

Tapas Behera
  • Published: Tuesday, 03 September 2019
  • , Updated: 03 September 2019, 07:32 PM IST

ପୁରୀ(ଓଡ଼ିଶା ରିପୋର୍ଟର):ସାଧୁ ସନ୍ଥଙ୍କ ପ୍ରବଳ ବିରୋଧ ଯୋଗୁଁ ବନ୍ଦ ରହିଲା ବଡ଼ ଆଖଡ଼ା ମଠ  ଉଚ୍ଛେଦ ପ୍ରକ୍ରିୟା । ଦୁଇଦିନର ବିରତି ପରେ ଆଜି ୭୫ ମିଟର ପରିଧି ଭିତରେ ଉଚ୍ଛେଦ ଅଭିଯାନକୁ ଆଗେଇ ନେବାକୁ ଚାହୁଁଥିବା ଜିଲ୍ଲାପ୍ରଶାସନକୁ ଝଟକା ଲାଗିଛି। ମଠ ଭାଙ୍ଗିବା ଲାଗି ସହମତି ଦେବାକୁ ପ୍ରଶାସନ ଚାପ ପକାଉଥିବା ଅଭିଯୋଗ କରିଛନ୍ତି ସାଧୁସନ୍ଥ। ସେପଟେ

ଜିଲ୍ଲାପାଳ କହିଛନ୍ତି ଯେ, ମଠ ମହନ୍ତ, ସାଧୁସନ୍ଥଙ୍କ ସହ ଆଲୋଚନା ସଫଳ ହୋଇଛି।୨/୩ ଦିନ ଭିତରେ ଆଲୋଚନା କରି ପଦକ୍ଷେପ ନେବୁ। ଏବେ ଉଚ୍ଛେଦ ସାମୟିକ ବନ୍ଦ ରଖାଯାଇଛି। ଆଜି ଆନ୍ଦୋଳନକାରୀ ସାଧୁ ସନ୍ଥଙ୍କ ଅଭିଯୋଗ ଥିଲା ଯେ, ମଠ ଭାଙ୍ଗିବା ଲାଗି ସହମତି ଦେବାକୁ ଏବଂ ବିପଦଶଂକୁଳ ବୋଲି ଦସ୍ତାବିଜ୍‌ରେ ଦସ୍ତଖତ କରିବାକୁ ପ୍ରଶାସନ ଚାପ ପକାଉଛି ।

ସେମାନେ ପ୍ରଶ୍ନ କରିଥିଲେ ମଠ ସଂପୂର୍ଣ୍ଣ ସୁରକ୍ଷିତ ଥିଲେ ବି କେଉଁ ଆଧାରରେ ଅସୁରକ୍ଷିତ ଦର୍ଶାଇ ଭାଙ୍ଗିବାକୁ ଯାଉଛି ପ୍ରଶାସନଅ ? ଯଦି ମଠ ବିପଦଶଙ୍କୁଳ ଥିଲା ତେବେ ଏହାରି ପରିସରରେ ବର୍ଷ ବର୍ଷ ଧରି ସିଂହଦ୍ୱାର ଥାନା ଚାଲିଥିଲା କେମିତି ? ତେଣୁ କୌଣସି ପରିସ୍ଥିତିରେ ମଠ ସଂସ୍କୃତି ଉପରେ ଆକ୍ରମଣକୁ ବରଦାସ୍ତ କରାଯିବନି କହି ଉଚ୍ଛେଦକୁ ବିରୋଧ କରିଥିଲେ ସାଧୁସନ୍ଥ । ପ୍ରଶାସନ କଥାରେ ସ୍ପଷ୍ଟତା ନଥିବା କହି ମଠ ମହନ୍ତ ଶ୍ରୀ ହରିନାରାୟଣ ଦାସ ମଧ୍ୟ ଅସହମତି ପ୍ରକାଶ କରିଥିଲେ ।  ବିରୋଧ ବଢୁଥିବା ଦେଖି ଉଚ୍ଛେଦ ପାଇଁ ପଛଘୁଞ୍ଚା ଦେଇଥିଲା ପ୍ରଶାସନ।

ହେଲେ ଅପରାହ୍ନରେ ସ୍ଥିତି ବଦଳିଗଲା । ଜିଲ୍ଲାପାଳଙ୍କ ଡକରାରେ ହଠାତ୍ ମଠ ମହନ୍ତଙ୍କୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ସାଙ୍ଗରେ ନେଇଗଲେ ଉପଜିଲ୍ଲାପାଳ। ସଂଗେ ସଂଗେ ଉଚ୍ଛେଦ କାର୍ଯ୍ୟରେ ବ୍ୟବହୃତ ସାଜ ସରଞ୍ଜାମ ସହ ପୁରା ମଠକୁ କର୍ଡନ କରିନେଲା ପୋଲିସ । ମଠ ପାଖରେ ପାଖାପାଖି ୩୦ ପ୍ଲାଟୁନ୍ ପୋଲିସ୍ ଫୋର୍ସ ଉପସ୍ଥିତିକୁ ଦେଖି ବିରୋଧ ବି ବଢ଼ିଥିଲା। ଜୋର୍ ଧରିଥିଲା ନାରାବାଜି। ଉଚ୍ଛେଦକାରୀ  ଓ ସାଧୁସନ୍ଥଙ୍କ ଭିତରେ ଦିନତମାମ ଏଭଳି ଛକାପଞ୍ଝା ଭିତରେ ଆଜି ପାଇଁ ଉଚ୍ଛେଦକୁ ବନ୍ଦ ରଖିଛି ପ୍ରଶାସନ।

Related story