ରାଜେନ୍ଦ୍ର ୟୁନିଭର୍ସିଟି, କଳାହାଣ୍ଡି ୟୁନିଭର୍ସିଟିର ପ୍ରଥମ କୁଳପତିଙ୍କ ନାମ ଘୋଷଣା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଫେସର ଦୀପକ ବେହେରା ହେଲେ ବଲାଙ୍ଗିର ରାଜେନ୍ଦ୍ର ୟୁନିଭର୍ସିଟିର ପ୍ରଥମ କୁଳପତି । ଏ ନେଇ କୁଳାଧିପତି ତଥା ରାଜ୍ୟପାଳଙ୍କ ଅଫିସରୁ ବିଜ୍ଞପ୍ତି ଜାରି ହୋଇଛି । ପ୍ରଫେସର ଦୀପକ ବେହେରା ବର୍ତ୍ତମାନ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ଅଛନ୍ତି । ସେ ସମ୍ବଲପୁର ସହ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର କୁଳପତି ଦାୟିତ୍ୱରେ ରହିବେ । ୨୦୨୧ ମସିହା ଜାନୁୟାରୀ ୧୭ ପର୍ଯ୍ୟନ୍ତ କିମ୍ବା ନୂଆ କୁଳପତି ନିଯୁକ୍ତ ପର୍ଯ୍ୟନ୍ତ ଦାୟିତ୍ୱରେ ରହିବେ ପ୍ରଫେସର ବେହେରା। ସେହିପରି […]

bolangiri-1-1

Niharika Rout
  • Published: Saturday, 20 June 2020
  • , Updated: 20 June 2020, 08:35 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଫେସର ଦୀପକ ବେହେରା ହେଲେ ବଲାଙ୍ଗିର ରାଜେନ୍ଦ୍ର ୟୁନିଭର୍ସିଟିର ପ୍ରଥମ କୁଳପତି । ଏ ନେଇ କୁଳାଧିପତି ତଥା ରାଜ୍ୟପାଳଙ୍କ ଅଫିସରୁ ବିଜ୍ଞପ୍ତି ଜାରି ହୋଇଛି । ପ୍ରଫେସର ଦୀପକ ବେହେରା ବର୍ତ୍ତମାନ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ଅଛନ୍ତି । ସେ ସମ୍ବଲପୁର ସହ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର କୁଳପତି ଦାୟିତ୍ୱରେ ରହିବେ । ୨୦୨୧ ମସିହା ଜାନୁୟାରୀ ୧୭ ପର୍ଯ୍ୟନ୍ତ କିମ୍ବା ନୂଆ କୁଳପତି ନିଯୁକ୍ତ ପର୍ଯ୍ୟନ୍ତ ଦାୟିତ୍ୱରେ ରହିବେ ପ୍ରଫେସର ବେହେରା।

ସେହିପରି ବ୍ରହ୍ମପୁର ୟୁନିଭର୍ସିଟିର କୁଳପତି ଗୋବିନ୍ଦ ଜେ ଚକ୍ରପାଣି  ଭବାନୀପାଟଣାସ୍ଥିତ କଳାହାଣ୍ଡି ୟୁନିଭର୍ସିଟିର ପ୍ରଥମ କୁଳପତି ଭାବେ ଦାୟିତ୍ୱ ନେବେ । ଏ ନେଇ ରାଜଭବନରୁ ବିଜ୍ଞପ୍ତି ଜାରି ହୋଇଛି । ସେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ସହ କଳାହାଣ୍ଡି ବିଶ୍ୱବିଦ୍ୟାଳୟର କୁଳପତି ଭାବେ ବର୍ଷେ ପର୍ଯ୍ୟନ୍ତ ଦାୟିତ୍ୱରେ ରହିବେ ।

ଉଲ୍ଲେଖଯୋଗ୍ୟ ଯେ,  ଭବାନୀପାଟଣା ସ୍ୱୟଂଶାସିତ ମହାବିଦ୍ୟାଳୟକୁ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ଏବଂ ରାଜେନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟକୁ ରାଜେନ୍ଦ୍ର ୟୁନିଭର୍ସିଟି ଭାବେ ରାଜ୍ୟ ସରକାର ଗତବର୍ଷ ଘୋଷଣା କରିଥିଲେ ।

Related story