ଆଉ ଗର୍ଜନ କରିପାରିବେ ତ’ ତାରା, ସୁର ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଏଣିକି ବିଧାନସଭାରେ ହଙ୍ଗାମା କଲେ ଭୋଗିବାକୁ ପଡ଼ିପାରେ ବହିଷ୍କାରର ଦଣ୍ଡ। ଓଡିଶା ବିଧାନସଭା ବାଚସ୍ପତିଙ୍କ ପ୍ରସ୍ତାବକୁ ଲୋକସଭା ବାଚସ୍ପତି ଗ୍ରହଣ କରିଥିବାରୁ ଏଭଳି ନିୟମ ଖୁବ ଶୀଘ୍ର ଲାଗୁ ହୋଇପାରେ । ତେବେ ଏଭିଳି ପ୍ରସ୍ତାବକୁ କିନ୍ତୁ ଗ୍ରହଣ କରୁନାହାଁନ୍ତି ବିରୋଧୀ ଦଳର ବିଧାୟକ ଓଡ଼ିଶାରେ ବାଚସ୍ପତି ନିଜେ ପକ୍ଷପାତିତା କରୁଥିବାରୁ ଲୋକଙ୍କ ସ୍ୱର ଉଠାଇବାକୁ ବିଧାୟକ ଆପଣାଉଥିବା ରାସ୍ତା ଛା଼ଡିବେ ନାହିଁ ବୋଲି  ବିଜେପି କହିଛି । କଂଗ୍ରେସ ମଧ୍ୟ ବିଧାୟକଙ୍କୁ ଦଣ୍ଡ ଦେବା […]

bcv

Tapas Behera
  • Published: Thursday, 05 September 2019
  • , Updated: 05 September 2019, 08:53 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଏଣିକି ବିଧାନସଭାରେ ହଙ୍ଗାମା କଲେ ଭୋଗିବାକୁ ପଡ଼ିପାରେ ବହିଷ୍କାରର ଦଣ୍ଡ। ଓଡିଶା ବିଧାନସଭା ବାଚସ୍ପତିଙ୍କ ପ୍ରସ୍ତାବକୁ ଲୋକସଭା ବାଚସ୍ପତି ଗ୍ରହଣ କରିଥିବାରୁ ଏଭଳି ନିୟମ ଖୁବ ଶୀଘ୍ର ଲାଗୁ ହୋଇପାରେ । ତେବେ ଏଭିଳି ପ୍ରସ୍ତାବକୁ କିନ୍ତୁ ଗ୍ରହଣ କରୁନାହାଁନ୍ତି ବିରୋଧୀ ଦଳର ବିଧାୟକ ଓଡ଼ିଶାରେ ବାଚସ୍ପତି ନିଜେ ପକ୍ଷପାତିତା କରୁଥିବାରୁ ଲୋକଙ୍କ ସ୍ୱର ଉଠାଇବାକୁ ବିଧାୟକ ଆପଣାଉଥିବା ରାସ୍ତା ଛା଼ଡିବେ ନାହିଁ ବୋଲି  ବିଜେପି କହିଛି । କଂଗ୍ରେସ ମଧ୍ୟ ବିଧାୟକଙ୍କୁ ଦଣ୍ଡ ଦେବା ନେଇ ଥିବା ପ୍ରସ୍ତାବିତ ଆଇନକୁ ବିରୋଧ କରିବା ସହ ବାଚସ୍ପତିଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠାଇଛି।

କେତେବେଳେ ମାର୍ଶାଲଙ୍କ ସହ ବିଧାୟକଙ୍କ ଧସ୍ତାଧସ୍ତି  ତ’ ଆଉ କେତବେଳେ ସିଧା ବାଚସ୍ପତିଙ୍କ ଉପରକୁ କାଗଜ ଫିଙ୍ଗା । ପୁଣି କେତେବେଳେ ମାଇକ ଭାଙ୍ଗିବାକୁ ପ୍ରୟାସ ତ’ ରିପୋର୍ଟରଙ୍କ ଟେବୁଲ ଉପରେ ଠିଆ ହୋଇ ହଙ୍ଗାମା। ଓଡିଶା ବିଧାନସଭାର ଏମିତ ଦୃଶ୍ୟ ପ୍ରାୟ ପ୍ରତି ଅଧିବେଶନର ଦେଖିବାକୁ ମିଳେ । ଆଉ ଏହା ଯୋଗୁଁ ଅନେକ ସମୟରେ ଗୃହର ମୂଲ୍ୟବାନ ବି ସମୟ ନଷ୍ଟ ହେଉଛି।ଏହା ଉପରେ ଲଗାମ କଷିବାକୁ ବାଚସ୍ପତି ଦେଇଛନ୍ତି ନୂଆ ପ୍ରସ୍ତାବ।

ଆସନରେ ଠିଆ ହୋଇ ପ୍ରତିବାଦ କଲେ ଚଳିବ କିନ୍ତୁ ଗୃହର ମଧ୍ୟଭାଗକୁ ଆସି ହୋହାଲ୍ଲା କଲେ  କିମ୍ବା ଗୃହ କାର୍ଯ୍ୟରେ ବ୍ୟାଘାତ ସୃଷ୍ଟି କଲେ ଭୋଗିବାକୁ ପଡ଼ିବ ବହିଷ୍କାରର ଦଣ୍ଡ। ଏବେ ଦିଲ୍ଲୀରେ ସରିଥିବା ସମ୍ମିଳନୀରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ପ୍ରସ୍ତାବକୁ ଗ୍ରହଣ କରିଛନ୍ତି ଲୋକସଭା ବାଚସ୍ପତି ଓମ୍ ବିର୍ଲା । ୩ ମାସ ଭିତରେ ଏନେଇ ଆଇନ ଆସିବ ବୋଲି କହିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର।

ବିଧାନସଭା ହେଉ କି ଲୋକସଭା, ଗୃହରେ ବିଶୃଙ୍ଖଳା କଲେ ତୁରନ୍ତ ସେହି ସଦସ୍ୟକୁ ସସପେଣ୍ଡ ବା ଗୃହରୁ ବାହର କରିଦେବାର ଅଧିକାର ବାଚସ୍ପତିଙ୍କ ରହିଛି। ଏଥର ରାଜ୍ୟ ସଭାରେ ୩୭୦ ଧାରା ଉପରେ ବିତର୍କ ବେଳେ ବିଶୃଙ୍ଖଳା କରିବା ଅଭିଯୋଗରେ ୨ ପିଡିପି ସାଂସଦଙ୍କୁ ଏମିତି ବାହାରର ରାସ୍ତା ଦେଖାଇଥିଲେ ମାର୍ଶାଲ । ୨୦୦୮ରେ ବାଚସ୍ପତିଙ୍କ ଉପରକୁ ହେଡଫୋନ ଫିଙ୍ଗିବା ଅଭିଯୋଗରେ ଓଡ଼ିଶା ବିଧାନସଭାରେ ତାରା ବାହିନୀପତିଙ୍କୁ ୭ ଦିନ ପାଇଁ ସସପେଣ୍ଡ କରାଯାଇଥିଲା।   ସେତେବେଳର ବାଚସ୍ପତି କିଶୋର ମହାନ୍ତି ତେବେ ବାଚସ୍ପତିଙ୍କ  ଅଧିକାରକୁ ଆଇନରେ ପରିଣତ ପାଇଁ ଏବେ ପ୍ରକିୟା ଆରମ୍ଭ ହୋଇଛି । ତେବେ କଂଗ୍ରେସ ଓ ବିଜେପି ବିଧାୟକ ଏ ପ୍ରସ୍ତାବକୁ ବିରୋଧ କରିଛନ୍ତି ।

Related story