ମଉଳିବାକୁ ବସିଛି ରାଉରକେଲାବାସୀଙ୍କ ମେଡିକାଲ୍‌ କଲେଜ ସ୍ୱପ୍ନ: ଭିତ୍ତିଭୂମି ନଥିବାରୁ ଆବେଦନ କରି ନାହାନ୍ତି ଏନ୍‌ଆଇଟି କର୍ତ୍ତୃପକ୍ଷ

Ordigital Desk
  • Published: Friday, 03 August 2018
  • , Updated: 03 August 2018, 08:48 PM IST
<p>ରାଉରକେଲା (ଓଡ଼ିଶା ରିପୋର୍ଟର): ନିୟମ ଜାଲରେ ଛନ୍ଦି ହୋଇ ମଉଳିବାକୁ ବସିଲାଣି ରାଉରକେଲାବାସୀଙ୍କ ମେଡିକାଲ୍&zwnj; କଲେଜ ସ୍ୱପ୍ନ। ପ୍ରଥମେ ଇସ୍ପାତ ଜେନେରାଲ୍&zwnj; ହସ୍&zwnj;ପିଟାଲ୍&zwnj; (ଆଇଜିଏଚ୍&zwnj;) ପରେ ନ୍ୟାଶନାଲ୍&zwnj; ଇନ୍&zwnj;ଷ୍ଟିଚ୍ୟୁଟ୍&zwnj; ଅଫ୍&zwnj; ଟେକ୍ନୋଲୋଜି(ଏନ୍&zwnj;ଆଇଟି)ରେ ମେଡିକାଲ୍&zwnj; କଲେଜ ପ୍ରତିଷ୍ଠା ଲାଗି ସ୍ୱପ୍ନ ଦେଖାଇଥିଲେ କେନ୍ଦ୍ର ସରକାର। ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୪ ଓ ୨୦୧୫ରେ ଆଇଜିଏଚ୍&zwnj;ରେ ମେଡିକାଲ୍ କଲେଜ ପ୍ରତିଷ୍ଠା ହେବ ବୋଲି ଘୋଷଣା କରିଥିଲେ। ଏହାପରେ ଚଳିତ ବର୍ଷ ଏନ୍&zwnj;ଆଇଟିକୁ ମେଡିକାଲ୍&zwnj; କଲେଜ ଲାଗି ଆବେଦନ କରିବାକୁ ଚିଠି ଲେଖିଥିଲା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ। କିନ୍ତୁ ବିଡ଼ମ୍ବନାର ବିଷୟ, ଏବେ ଦୁଇଟି ଯାକ ସ୍ୱପ୍ନ ଫସର ଫାଟିବାକୁ ବସିଲାଣି।</p> <p>&lt;a href=&quot;&quot;&gt;(image) &lt;/a&gt;ରାଉରକେଲା ଏନ୍&zwnj;ଆଇଟିରେ ମେଡିକାଲ୍ କଲେଜ ପ୍ରତିଷ୍ଠା ହେବ ବୋଲି ଗତ ଏପ୍ରିଲ୍&zwnj;ରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏନ୍&zwnj;ଆଇଟି ନିର୍ଦ୍ଦେଶକଙ୍କୁ ଲେଖିଥିଲେ। ଯେଉଁଥିରେ ମେଡିକାଲ୍ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା ପାଇଁ ଆବଶ୍ୟକ ଅନୁମତି ନେବାକୁ ଜୁନ ୧୫ରୁ ଜୁଲାଇ ୭ ମଧ୍ୟରେ ଏମ୍&zwnj;ସିଆଇ, କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପାଖରେ ଆବେଦନ କରିବାକୁ ଉଲ୍ଲେଖ ରହିଥିଲା। କିନ୍ତୁ ନିର୍ଦ୍ଧାରିତ ତାରିଖ ଗଡ଼ିଯାଇଥିଲେ ମଧ୍ୟ ହୋଇପାରିନି ଆବେଦନ। ମେଡିକାଲ୍ କଲେଜ ଲାଗି ଆବଶ୍ୟକ ଭିତ୍ତିଭୂମି ନଥିବା ଦର୍ଶାଇ ଏନ୍&zwnj;ଆଇଟି କର୍ତ୍ତୃପକ୍ଷ ଓ ବୋର୍ଡ ଅଫ୍&zwnj; ଗଭର୍ଣ୍ଣର୍ସ ଆବେଦନ କରିନାହାନ୍ତି। ତେବେ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି, ଏନ୍&zwnj;ଆଇଟିର ମେଡିକାଲ୍&zwnj; ଡିଗ୍ରୀ ଦେବାର ଅଧିକାର ନାହିଁ ବୋଲି କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରାଳୟ ସ୍ପଷ୍ଟ କରିଥିବା ଏନ୍&zwnj;ଆଇଟି କୂଳସଚିବ ସନ୍ତୋଷ କୁମାର ଉପାଧ୍ୟାୟ କହିଛନ୍ତି।</p> <p>ତେବେ ପ୍ରଶ୍ନ ଉଠୁଛି କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରାଳୟ ଅନୁସାରେ, ଯଦି ଏନ୍&zwnj;ଆଇଟିର ମେଡିକାଲ ଡିଗ୍ରୀ ଦେବାର ଅଧିକାର ନାହିଁ, ତାହାହେଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ମେଡିକାଲ୍ କଲେଜ ପାଇଁ ଆବେଦନ କରିବାକୁ ଚିଠି ଲେଖୁଥିଲେ କିପରି? ଉଭୟ ମନ୍ତ୍ରାଳୟର ନିୟମରେ ତାଳମେଳ ନାହିଁ, ନା ଲୋକଙ୍କୁ କେବଳ ଭୂଆଁ ବୁଲାଇବାକୁ ପ୍ରୟାସ କରାଯାଇଛି? ଏହା କେନ୍ଦ୍ର ସରକାରଙ୍କ ଲଲିପପ୍&zwnj; ଦେଲା ଭଳି କାର୍ଯ୍ୟ ବୋଲି ବିରୋଧୀ କହିଥିବା ବେଳେ ଏନ୍&zwnj;ଆଇଟି କର୍ତ୍ତୃପକ୍ଷଙ୍କ ଉପରେ ବିଜେପି ସବୁ ଦୋଷ ଲଦିଛି।</p> <p>https://youtu.be/zgJnv1y9pMo</p>

Related story