ହାଇକୋର୍ଟ ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ
- Published: Friday, 17 November 2017
- , Updated: 17 November 2017, 12:36 PM IST
<p>କଟକ: ହାଇକୋର୍ଟରେ ଅନୁମୋଦିତ ପଦବୀଠାରୁ ଜଜ୍‌ଙ୍କ ସଂଖ୍ୟା କମ୍‌ ଥିବାରୁ ଏହାର ପ୍ରତିବାଦରେ ହାଇକୋର୍ଟ ଓକିଲମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। ଆଜି ସେମାନେ କାର୍ଯ୍ୟରେ ଯୋଗ ଦେଇନାହାନ୍ତି। ଗତକାଲି ଅପରାହ୍ନରେ ହାଇକୋର୍ଟ ଓକିଲମାନେ କାର୍ଯ୍ୟବନ୍ଦ କରିଥିଲେ।</p>
<p>ଓକିଲଙ୍କ ଅଭିଯୋଗ ହେଉଛି, ହାଇକୋର୍ଟରେ ଅନୁମୋଦିତ ପଦବୀଠାରୁ ଜଜ୍‌ଙ୍କ ସଂଖ୍ୟା କମ୍ ରହିଛି। ୨୭ଟି ପଦବୀ ଥିବା ବେଳେ ଏବେ ୧୮ ଜଣ ଜଜ୍ ଅଛନ୍ତି। ଜଣେ ଜଜଙ୍କର ବଦଳି ହୋଇ ଯାଇଥିବାରୁ ଏବେ ୧୭ଜଣ ଜଜ୍‌ ଅଛନ୍ତି। ନିଯୁକ୍ତି ନ ଦେଇ ବଦଳି କରାଯାଉଥିବାରୁ ଓକିଲମାନେ କ୍ଷୋଭ ପ୍ରକାଶ କରିଛନ୍ତି।</p>