ତିନି ଦିନ ଧରି ବସିଛନ୍ତି ବୋହୂ; ପ୍ରଥମ ଥର ପାଇଁ ମୁହଁ ଖୋଲିଲେ ଶ୍ୱଶୁର ଓ ସ୍ୱାମୀ

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ବୋହୂ ଦାବି କରି ଶାଶୂ ଘର ସାମ୍ନାରେ ଧାରଣାରେ ବସିଛନ୍ତି ଯୁବତୀ! ଇତି ମଧ୍ୟରେ ତିନି ଦିନ ବିତିଗଲାଣି।  ହେଲେ ଆଜି ପର୍ଯ୍ୟନ୍ତ ଡିମ୍ପଲ ଦାସ ଓରଫ ତପସ୍ୱୀନିଙ୍କୁ ନ୍ୟାୟ ମିଳିନି। ସେ ଆଜି ମଧ୍ୟ ଧାରଣାରେ ବସିଛନ୍ତି। ଆଉ ନିଜକୁ ବୋହୂ ବୋଲି ଦାବି କରୁଛନ୍ତି। ତେବେ ଏହି ଚର୍ଚ୍ଚା ଭିତରେ ଆଜି ପ୍ରଥମ ଥର ପାଇଁ ସାମ୍ନାକୁ ଆସିଛନ୍ତି ଡାକ୍ତର ସୁମିତ କୁମାର ସାହୁ। ଆଉ ତପସ୍ୱୀନିଙ୍କୁ ସ୍ତ୍ରୀ ବୋଲି […]

Sumit-and-Dimpal

Manoranjan Sial
  • Published: Wednesday, 24 November 2021
  • , Updated: 24 November 2021, 08:30 PM IST

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ବୋହୂ ଦାବି କରି ଶାଶୂ ଘର ସାମ୍ନାରେ ଧାରଣାରେ ବସିଛନ୍ତି ଯୁବତୀ! ଇତି ମଧ୍ୟରେ ତିନି ଦିନ ବିତିଗଲାଣି।  ହେଲେ ଆଜି ପର୍ଯ୍ୟନ୍ତ ଡିମ୍ପଲ ଦାସ ଓରଫ ତପସ୍ୱୀନିଙ୍କୁ ନ୍ୟାୟ ମିଳିନି। ସେ ଆଜି ମଧ୍ୟ ଧାରଣାରେ ବସିଛନ୍ତି। ଆଉ ନିଜକୁ ବୋହୂ ବୋଲି ଦାବି କରୁଛନ୍ତି। ତେବେ ଏହି ଚର୍ଚ୍ଚା ଭିତରେ ଆଜି ପ୍ରଥମ ଥର ପାଇଁ ସାମ୍ନାକୁ ଆସିଛନ୍ତି ଡାକ୍ତର ସୁମିତ କୁମାର ସାହୁ। ଆଉ ତପସ୍ୱୀନିଙ୍କୁ ସ୍ତ୍ରୀ ବୋଲି ସ୍ୱୀକାର କରିଛନ୍ତି।

ଡାକ୍ତର ସାହୁ କହିଛନ୍ତି, ତପସ୍ୱୀନିଙ୍କ ସହିତ ରେଜିଷ୍ଟ୍ରି ମ୍ୟାରେଜ୍‌ ହୋଇଥିଲା। ଉଭୟ ବାହାରେ ଏକାଠି ରହୁଥିଲେ। ପରେ ଘରକୁ ଆସି ଶାଶୂ ଓ ଶ୍ୱଶୁରଙ୍କ ସହ ଗୋଟିଏ ଛାତ ତଳେ ରହୁଥିଲେ। ତେବେ ଅଢେଇ ମାସ ପରେ ଘରେ ଅଶାନ୍ତି ସୃଷ୍ଟି କରିଥିଲେ ତପସ୍ୱୀନି। ଏପରିକି ପରିବାର ନାଁରେ ଆଣିଥିଲେ ନିର୍ଯାତନା ଅଭିଯୋଗ। ଏନେଇ କୋର୍ଟରେ ମାମଲା ମଧ୍ୟ ଚାଲିଛି। ସେପଟେ କୋର୍ଟରେ ଛାଡ଼ପତ୍ର ଆବେଦନ କରିବା ସହ ତପସ୍ୱୀନିଙ୍କ ନାଁରେ ପାଲଟା ନିର୍ଯାତନା ଅଭିଯୋଗ କରିଛନ୍ତି ସୁମିତ। କେବଳ ସୁମିତ ନୁହଁନ୍ତି, ଆଜି ତପସ୍ୱୀନିଙ୍କୁ ନିଜ ବୋହୂ ବୋଲି ସ୍ୱୀକାର କରିଛନ୍ତି ଶ୍ୱଶୁର ପ୍ରମୋଦ କୁମାର ସାହୁ। ହେଲେ କୋର୍ଟରେ ମାମଲା ଥିବାରୁ ଘର ଆଗରେ ଅଶାନ୍ତି ନକରିବାକୁ ସେ ଅନୁରୋଧ କରିଛନ୍ତି।

ସେପଟେ ବ୍ରହ୍ମାନଗର ସ୍ଥିତ ଘର ଆଗରେ ଏବେବି ଧାରଣାରେ ବସିଛନ୍ତି ତପସ୍ୱୀନି। ତାଙ୍କର ଏକମାତ୍ର ଜିଦ, ସ୍ୱାମୀ ତାଙ୍କୁ ଘରକୁ ପାଛୋଟି ନେବେ। ନଚେତ୍ ସେଠାରୁ ସେ ହଟିବେନି। ତାଙ୍କ ପାଖରେ ସବୁ ପ୍ରମାଣ ରହିଛି। ଏହାରି ଭିତରେ ସମାଧାନର ବାଟ ବାହାରି ପାରୁନି। ଧାରଣାରତ ତପସ୍ୱୀନି ଓ ଅନ୍ୟମାନଙ୍କ ନାଁରେ ୧୦୭ ଦଫାରେ ମାମଲା ରୁଜୁ କରିଛି ପୁଲିସ। ତେବେ ମାମଲା କୋର୍ଟରେ ବିଚାରଧୀନ ଥିବାରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇପାରୁନାହୁଁ ବୋଲି ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର କହିଛନ୍ତି।

Related story