ଅଧାରୁ ପୋଲ କାମ ଛାଡ଼ି ପଳାଇଲା ଠିକା ସଂସ୍ଥା, ଆନ୍ଦୋଳନ ପାଇଁ ଲୋକେ ସଜବାଜ

ଯାଜପୁର: ପୋଲ କାମ ଅଧାରୁ ଛାଡ଼ି ଛୁ ମାରିଲା ଠିକା ସଂସ୍ଥା। ଲୋକେ ହନ୍ତସନ୍ତ। ବହୁ ଆନ୍ଦୋଳନ ପରେ ଜେନାପୁର ନିକଟସ୍ଥ ବ୍ରାହ୍ମଣୀ ପୋଲର ମରାମତି କାମ ଆରମ୍ଭ ହୋଇଥିଲା। କିନ୍ତୁ କାମ ସମ୍ପୂର୍ଣ୍ଣ ନ କରି ଅଧାରୁ ପଳାଇଲା ଠିକା ସଂସ୍ଥା। ଯାହାକୁ ନେଇ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ଏଥିପାଇଁ ପୁଣିଥରେ ବଡ଼ ଧରଣର ଆନ୍ଦୋଳନକୁ ଓହ୍ଲାଇବା ପାଇଁ ଅଣ୍ଟା ଭିଡ଼ିଛନ୍ତି ସ୍ଥାନୀୟ ଲୋକେ। ପୋଲରେ ଲାଗିଥିବା ବେରିଂଗୁଡ଼ିକ ନଷ୍ଟ ହେବା ସହିତ […]

3f9627fd-b72f-40a9-842a-f0572ab68e91

Rakesh Mallick
  • Published: Saturday, 02 June 2018
  • , Updated: 02 June 2018, 10:32 PM IST

ଯାଜପୁର: ପୋଲ କାମ ଅଧାରୁ ଛାଡ଼ି ଛୁ ମାରିଲା ଠିକା ସଂସ୍ଥା। ଲୋକେ ହନ୍ତସନ୍ତ। ବହୁ ଆନ୍ଦୋଳନ ପରେ ଜେନାପୁର ନିକଟସ୍ଥ ବ୍ରାହ୍ମଣୀ ପୋଲର ମରାମତି କାମ ଆରମ୍ଭ ହୋଇଥିଲା। କିନ୍ତୁ କାମ ସମ୍ପୂର୍ଣ୍ଣ ନ କରି ଅଧାରୁ ପଳାଇଲା ଠିକା ସଂସ୍ଥା। ଯାହାକୁ ନେଇ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ଏଥିପାଇଁ ପୁଣିଥରେ ବଡ଼ ଧରଣର ଆନ୍ଦୋଳନକୁ ଓହ୍ଲାଇବା ପାଇଁ ଅଣ୍ଟା ଭିଡ଼ିଛନ୍ତି ସ୍ଥାନୀୟ ଲୋକେ।

ପୋଲରେ ଲାଗିଥିବା ବେରିଂଗୁଡ଼ିକ ନଷ୍ଟ ହେବା ସହିତ ବାଡ଼ା ମଧ୍ୟ ସମ୍ପୂର୍ଣ୍ଣ ବାଙ୍ଗି ଗଲାଣି। ଫଳରେ ଏଠାରେ କୌଣସି ସମୟରେ ବଡ଼ ଧରଣର ଦୁର୍ଘଟଣା ଘଟିବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ତେଣୁ ଏଥିପାଇଁ ଆନ୍ଦୋଳନ କରିବାକୁ ସ୍ଥାନୀୟ ଲୋକେ ମେଳି ବାନ୍ଧିଛନ୍ତି।

ଆଜି ଏନେଇ ପଙ୍କପାଳ ଡାକବଙ୍ଗଳାରେ ଏକ ବୈଠକ ବସିଥିଲା। ଯେଉଁଥିରେ ପୂର୍ବତନ ଅର୍ଥମନ୍ତ୍ରୀ ପ୍ରୁଫୁଲ୍ଲ ଘଡ଼େଇ ଯୋଗ ଦେଇଥିଲେ। ଏହି ଆନ୍ଦୋଳନକୁ କୁହିକା ଓ ସୁକିନ୍ଦା ଟ୍ରକ ମାଲିକ ସଙ୍ଘ ପକ୍ଷରୁ ମଧ୍ୟ ସମର୍ଥନ ମିଳିଛି।

ଆସନ୍ତା ୭ ଦିନ ମଧ୍ୟରେ ମରାମତି କାର୍ଯ୍ୟ ଆରମ୍ଭ ନ କଲେ ଜୁନ ୮ ତାରିଖରେ ଭୁବନେଶ୍ୱର ଜାତୀୟ ରାଜପଥ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ବୋଲି ନାଗରିକ ମଞ୍ଚ ପକ୍ଷରୁ ଚେତାବନୀ ଦିଆଯାଇଛି। ଯଦି ଏଥିରେ ବି ସଫଳତା ନ ମିଳେ ତେବେ ଜୁଲାଇ ୩ ତାରିଖରେ ବ୍ରହ୍ମଣୀ ବ୍ରିଜ୍‌ ଉପରେ ରାଜପଥ ଅବରୋଧ କରାଯିବା ସହିତ ସମ୍ପୂର୍ଣ୍ଣ ରୂପେ ରାଜପଥକୁ ଅଚଳ କରି ଦିଆଯିବ ବୋଲି ମଞ୍ଚ ପକ୍ଷରୁ କୁହାଯାଇଛି।

Related story