- Videos
- Odisha
- ଡିଆରଡିଓ ପରିସରରେ ଦୁର୍ଘଟଣା: ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ରାସ୍ତାରୋକ
ଡିଆରଡିଓ ପରିସରରେ ଦୁର୍ଘଟଣା: ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ରାସ୍ତାରୋକ
- Published: Thursday, 02 November 2017
- , Updated: 02 November 2017, 10:24 AM IST
<p>ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ଡିଆର୍‌ଡିଓ ପରିସର ମେସ୍‌ରେ ଗତକାଲି ଷ୍ଟ୍ରିଟ୍‌ ଲାଇଟ୍‌ ଲଗାଇବା ପାଇଁ କରାଯାଉଥିବା ଡ୍ରିଲିଂ ବେଳେ ଘଟିଥିବା ଦୁର୍ଘଟଣାରେ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା। ଏହାକୁ ନେଇ ଆଜି ସେଠାରେ ଉତ୍ତେଜନା ପ୍ରକାଶ ପାଇଛି। ମୃତ ପରିବାର ଲୋକଙ୍କୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଓ ଗୁରୁତର ଆହତଙ୍କୁ ମାଗଣାରେ ଚିକିତ୍ସା ଯୋଗାଇଦେବା ଦାବିରେ ଉତ୍ତ୍ୟକ୍ତ ଲୋକ ବାଲେଶ୍ୱର-ଚାନ୍ଦିପୁର ରାସ୍ତାରେ ଟାୟାର ଜାଳି ଅବରୋଧ କରିଛନ୍ତି। ଯାହାଦ୍ୱାରା ଡିଆର୍‌ଡିଓର ଗାଡ଼ି ଗୁଡ଼ିକ ଯାଇ ନପାରି ରାସ୍ତାରେ ଅଟକି ରହିଛି। ଏବେ ମଧ୍ୟ ଡିଆରଡିଓ କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚି ନାହାନ୍ତି। ରାସ୍ତାରୋକ ସମ୍ପର୍କରେ ଖବର ପାଇ ବାଲେଶ୍ୱର ଏସ୍‌ଡିପିଓ ଓ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛନ୍ତି। ମାତ୍ର ଆନ୍ଦୋଳନକାରୀମାନେ ନିଜ ଜିଦ୍‌ରେ ଅଟଳ ରହିଛନ୍ତି। ମୃତକଙ୍କୁ ୪ ଲକ୍ଷ, ଗୁରୁତର ଆହତଙ୍କୁ ୩୦,୦୦ ଓ ସାମାନ୍ୟ ଆହତଙ୍କୁ ୧୦,୦୦ ଟଙ୍କା କ୍ଷତିପୂରଣ ଦିଆଯିବ ବୋଲି ଘୋଷଣା କରାଯିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି।</p>