୮ ଦଫା ଦାବିରେ ଧାରଣାରେ ବସିଲେ ଶ୍ରମିକ

ପାରାଦୀପ(ଏନ୍‌.ଏମ୍‌ ବୈଶାଖ): ପାରାଦୀପ ବନ୍ଦରରେ କାମ କରୁଥିବା ଜିପିଏମ୍‌ ଶ୍ରମିକମାନେ ୮ ଦଫା ଦାବି ନେଇ ପୁଲ୍‌ କାର୍ଯ୍ୟାଳୟରେ ତାଲା ପକାଇ ଧାରଣାରେ ବସିଛନ୍ତି। ସେମାନଙ୍କ ଦାବି ଗୁଡ଼ିକ ହେଉଛି ଜିପିଏମ୍‌ ଶ୍ରମିକଙ୍କୁ ବାସଗୃହ ଯୋଗାଣ, ବନ୍ଦର ମେଡିକାଲରେ ଚିକିତ୍ସା ସୁବିଧା, ସୁରକ୍ଷା ସରଞ୍ଜାମ ଯୋଗାଣ ଓ ୨୨ ମାସର ବକେୟା ପାଉଣା ବଦଳରେ ମାତ୍ର ୫ ମାସର ପାଉଣା  ଫଇସଲାର ପୁନର୍ବିଚାର ଭଳି ଆଠ ଦାବିକୁ ନେଇ ଧାରଣା ଦେଇଛନ୍ତି। ଫଳରେ ବନ୍ଦର ମଧ୍ୟରେ ଆଶିଂକ […]

strike

Rakesh Mallick
  • Published: Saturday, 23 June 2018
  • , Updated: 23 June 2018, 11:59 AM IST

ପାରାଦୀପ(ଏନ୍‌.ଏମ୍‌ ବୈଶାଖ): ପାରାଦୀପ ବନ୍ଦରରେ କାମ କରୁଥିବା ଜିପିଏମ୍‌ ଶ୍ରମିକମାନେ ୮ ଦଫା ଦାବି ନେଇ ପୁଲ୍‌ କାର୍ଯ୍ୟାଳୟରେ ତାଲା ପକାଇ ଧାରଣାରେ ବସିଛନ୍ତି। ସେମାନଙ୍କ ଦାବି ଗୁଡ଼ିକ ହେଉଛି ଜିପିଏମ୍‌ ଶ୍ରମିକଙ୍କୁ ବାସଗୃହ ଯୋଗାଣ, ବନ୍ଦର ମେଡିକାଲରେ ଚିକିତ୍ସା ସୁବିଧା, ସୁରକ୍ଷା ସରଞ୍ଜାମ ଯୋଗାଣ ଓ ୨୨ ମାସର ବକେୟା ପାଉଣା ବଦଳରେ ମାତ୍ର ୫ ମାସର ପାଉଣା  ଫଇସଲାର ପୁନର୍ବିଚାର ଭଳି ଆଠ ଦାବିକୁ ନେଇ ଧାରଣା ଦେଇଛନ୍ତି।
ଫଳରେ ବନ୍ଦର ମଧ୍ୟରେ ଆଶିଂକ ଭାବେ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ତେବେ ଦାବି ପୂରଣ ନହେବା ଯାଏଁ ଶାନ୍ତିପୂର୍ଣ୍ଣ ଧାରଣା ଜାରି ରହିବ ବୋଲି ଶ୍ରମିକମାନେ ଚେତାବନୀ ଦେଇଛନ୍ତି।

Related story