ଶୁଣୁନି ସରକାର; ଆତ୍ମାହୁତି ଉଦ୍ୟମ କଲେ ୨ ଏଏନ୍‌ଏମ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ସ୍ଥାୟୀ ନିଯୁକ୍ତି ଦାବିରେ ଦୀର୍ଘ ୧୮ ଦିନ ହେଲା ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ନିକଟ ରାଜରାସ୍ତାରେ ହଜାର ହଜାର ANM ଧାରଣାରେ ବସିଥିବା ବେଳେ ସରକାର ସାଜିଛନ୍ତି ନିଦାବିଷ୍ଣୁ। ଏପରି ସ୍ଥିତିରେ ଧୈର୍ଯ୍ୟଚ୍ୟୁତ ହେବାରୁ ଆଜି ୨ ANM   ଆତ୍ମାହୁତି ଉଦ୍ୟମ କରିଥିବା ଜଣାଯାଇଛି। ଧାରଣାରତ ANM ୨ ଜଣ ନିଜ ଦେହରେ କିରାସିନି ଢାଳି ନିଆଁ ଲଗାଇବାକୁ ଉଦ୍ୟମ କରୁଥିବା ବେଳେ  ଅନ୍ୟ ସହଯୋଗୀ ସେମାନଙ୍କୁ ଉଦ୍ଧାର କଲେ।  ଖବର ପାଇ ଘଟଣାସ୍ଥଳରେ ପୁଲିସ୍‌ […]

anm

Niharika Rout
  • Published: Tuesday, 15 December 2020
  • , Updated: 15 December 2020, 12:46 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ସ୍ଥାୟୀ ନିଯୁକ୍ତି ଦାବିରେ ଦୀର୍ଘ ୧୮ ଦିନ ହେଲା ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ନିକଟ ରାଜରାସ୍ତାରେ ହଜାର ହଜାର ANM ଧାରଣାରେ ବସିଥିବା ବେଳେ ସରକାର ସାଜିଛନ୍ତି ନିଦାବିଷ୍ଣୁ। ଏପରି ସ୍ଥିତିରେ ଧୈର୍ଯ୍ୟଚ୍ୟୁତ ହେବାରୁ ଆଜି ୨ ANM   ଆତ୍ମାହୁତି ଉଦ୍ୟମ କରିଥିବା ଜଣାଯାଇଛି।

ଧାରଣାରତ ANM ୨ ଜଣ ନିଜ ଦେହରେ କିରାସିନି ଢାଳି ନିଆଁ ଲଗାଇବାକୁ ଉଦ୍ୟମ କରୁଥିବା ବେଳେ  ଅନ୍ୟ ସହଯୋଗୀ ସେମାନଙ୍କୁ ଉଦ୍ଧାର କଲେ।  ଖବର ପାଇ ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚିଥିବା ଜଣାଯାଇଛି।

ସୂଚନାଯୋଗ୍ୟ, ସରକାରଙ୍କ ସହ କାନ୍ଧରେ କାନ୍ଧ ମିଶାଇ କରୋନା ସହ ଲଢ଼େଇ କରି ସ୍ଥିତିକୁ ସାମାନ୍ୟ କରିଥିବା କରୋନା ଯୋଦ୍ଧା ଏବେ ରାଜରାସ୍ତା।ରେ । ସ୍ଥିତିରେ ସୁଧାର ଆସିବା ପରେ ସେମାନଙ୍କୁ ଏଡ଼ାଇଦେଲେ ସରକାର। ଏବେ ସ୍ଥାୟୀ ନିଯୁକ୍ତି ଦାବି କରିବାରୁ ଶୁଣୁ ନାହାନ୍ତି ସରକାର।

ଅନ୍ୟୋପାୟ ହୋଇ ସ୍ଥାୟୀ ନିଯୁକ୍ତି ଦାବିରେ ଆଜିକି ୧୮ ଦିନ ହେଲାଣି  ହଜାର ହଜାର ANM ଦିନରାତି ରାଜ ରାସ୍ତାରେ ବସିଛନ୍ତି। ଏହାସତ୍ତ୍ୱେ ସରକାର ସେମାନଙ୍କ ଦାବିକୁ ଦୃଷ୍ଟି ଦେଉ ନ ଥିବାରୁ ଗତ ୭ ଦିନ ହେଲା ଅନଶନରେ ମଧ୍ୟ ବସିଛନ୍ତି ।  ଦାବି ପୂରଣ ନ ହେବା ଯାଏ ରାଜରାସ୍ତାରେ ବସିକି ରହିବେ ବୋଲି ଜିଦ୍‌ ଧରିଛନ୍ତି।

ଆଜି ୨ ANM ଆତ୍ମାହୂତି ଉଦ୍ୟମ କରିଥିବା ବେଳେ ସରକାର ଦାବି ନ ଶୁଣିଲେ ଆସନ୍ତା ୧୮ ତାରିଖରେ ସମୂହ ଆତ୍ମାହୂତି ଦେବେ ବୋଲି ଚେତାବନୀ ଦେଇଛନ୍ତି ANM।

Related story