ପ୍ରତିଭା ରାୟ ପାଇବେ ସାହିତ୍ୟ ଭାରତୀ ପୁରସ୍କାର

ଭୁବନେଶ୍ୱର: ଚଳିତବର୍ଷର ସମ୍ମାନଜନକ ସାହିତ୍ୟ ଭାରତୀ ସମ୍ମାନ ପାଇବେ ବିଶିଷ୍ଟ ସାହିତ୍ୟିକ ଡକ୍ଟର ପ୍ରତିଭା ରାୟ । ଶ୍ରୀ ଗଙ୍ଗାଧର ରଥ ଫାଉଣ୍ଡେସନ୍ ପକ୍ଷରୁ କଟକରେ ଆୟୋଜିତ ଏକ  ସାମ୍ବାଦିକ ସମ୍ମିଳନୀରେ  ଗୁରୁବାର ଏହି ସୂଚନା ଦିଆଯାଇଛି। ପୁରସ୍କାର ଆକାରରେ ପ୍ରତିଭାକୁ କୋଣାର୍କ ମନ୍ଦିରର ଏକ ରୌପ୍ୟ ପ୍ରତିରୂପ ସହ ନଗଦ ଏକଲକ୍ଷ ଟଙ୍କା ପ୍ରଦାନ କରାଯିବ। ସେହିପରି ଭାଷାବିତ୍ ଡକ୍ଟର ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କୁ ଗଙ୍ଗାଧର ରଥ ସ୍ମାରକୀ ସମ୍ମାନ, କବି   ଡକ୍ଟର ସଂଗ୍ରାମ ଜେନାଙ୍କୁ […]

Pratiba_Ray

Rakesh Mallick
  • Published: Friday, 26 February 2016
  • , Updated: 26 February 2016, 03:40 AM IST

ଭୁବନେଶ୍ୱର: ଚଳିତବର୍ଷର ସମ୍ମାନଜନକ ସାହିତ୍ୟ ଭାରତୀ ସମ୍ମାନ ପାଇବେ ବିଶିଷ୍ଟ ସାହିତ୍ୟିକ ଡକ୍ଟର ପ୍ରତିଭା ରାୟ । ଶ୍ରୀ ଗଙ୍ଗାଧର ରଥ ଫାଉଣ୍ଡେସନ୍ ପକ୍ଷରୁ କଟକରେ ଆୟୋଜିତ ଏକ  ସାମ୍ବାଦିକ ସମ୍ମିଳନୀରେ  ଗୁରୁବାର ଏହି ସୂଚନା ଦିଆଯାଇଛି। ପୁରସ୍କାର ଆକାରରେ ପ୍ରତିଭାକୁ କୋଣାର୍କ ମନ୍ଦିରର ଏକ ରୌପ୍ୟ ପ୍ରତିରୂପ ସହ ନଗଦ ଏକଲକ୍ଷ ଟଙ୍କା ପ୍ରଦାନ କରାଯିବ। ସେହିପରି ଭାଷାବିତ୍ ଡକ୍ଟର ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କୁ ଗଙ୍ଗାଧର ରଥ ସ୍ମାରକୀ ସମ୍ମାନ, କବି   ଡକ୍ଟର ସଂଗ୍ରାମ ଜେନାଙ୍କୁ ଭାନୁଜୀ ରାଓ ସ୍ମାରକୀ ପୁରସ୍କାର ଏବଂ କଥାକାର ଡକ୍ଟର ଯଶୋଧାରା ମିଶ୍ରଙ୍କୁ ବୀଣାପାଣି ସମ୍ମାନରେ ସମ୍ମାନୀତ କରାଯିବ।

ଆସନ୍ତା ୧୩ ତାରିଖରେ କଟକ ବାଳବିକାଶ କେନ୍ଦ୍ରଠାରେ ଆୟୋଜିତ ଉତ୍ସବରେ ଏହି ସମ୍ମାନ ପ୍ରଦାନ କରାଯିବ।

Related story