ପୋସ୍କୋ ଓଡ଼ିଶା ବାହାରେ କାରଖାନା ପ୍ରତିଷ୍ଠା କରିବା ନେଇ ସରକାରଙ୍କ ପାଖରେ ସୂଚନା ନାହିଁ: ଦେବୀ ମିଶ୍ର

ଭୁବନେଶ୍ୱର: ମହାରାଷ୍ଟ୍ରରେ ଷ୍ଟିଲ୍ ପ୍ଲାଣ୍ଟ୍ ପ୍ରତିଷ୍ଠା କରିବ ପୋସ୍କୋ। ଏନେଇ ଶ୍ରୀ ଉତ୍ତମ ଷ୍ଟିଲ୍ ଆଣ୍ଡ୍ ପାୱାର ସହିତ ଚୁକ୍ତି ସ୍ୱାକ୍ଷର କରିଛି କଂପାନୀ। ଗତକାଲି ଏନେଇ ଶ୍ରୀ ଉତ୍ତମ ଷ୍ଟିଲ୍ ଆଣ୍ଡ୍ ପାୱାର ପକ୍ଷରୁ ଘୋଷଣା କରାଯିବା ପରେ ଓଡ଼ିଶାରେ କଂପାନୀ ତା’ର ପ୍ରକଳ୍ପ କରିବା ନେଇ ଅନିଶ୍ଚିତତା ଆହୁରି ବଢ଼ିଯାଇଛି। ଆଉ ଏଭଳି ସ୍ଥିତିରେ ରାଜ୍ୟ ଶିଳ୍ପ ମନ୍ତ୍ରୀ ଦେବୀ ମିଶ୍ର କହିଛନ୍ତି ଯେ ଏ ନେଇ ସରକାରଙ୍କ ପାଖରେ କିଛି ସୂଚନା ନାହିଁ। […]

debi

Rakesh Mallick
  • Published: Wednesday, 12 August 2015
  • , Updated: 12 August 2015, 09:17 AM IST

ଭୁବନେଶ୍ୱର: ମହାରାଷ୍ଟ୍ରରେ ଷ୍ଟିଲ୍ ପ୍ଲାଣ୍ଟ୍ ପ୍ରତିଷ୍ଠା କରିବ ପୋସ୍କୋ। ଏନେଇ ଶ୍ରୀ ଉତ୍ତମ ଷ୍ଟିଲ୍ ଆଣ୍ଡ୍ ପାୱାର ସହିତ ଚୁକ୍ତି ସ୍ୱାକ୍ଷର କରିଛି କଂପାନୀ। ଗତକାଲି ଏନେଇ ଶ୍ରୀ ଉତ୍ତମ ଷ୍ଟିଲ୍ ଆଣ୍ଡ୍ ପାୱାର ପକ୍ଷରୁ ଘୋଷଣା କରାଯିବା ପରେ ଓଡ଼ିଶାରେ କଂପାନୀ ତା’ର ପ୍ରକଳ୍ପ କରିବା ନେଇ ଅନିଶ୍ଚିତତା ଆହୁରି ବଢ଼ିଯାଇଛି। ଆଉ ଏଭଳି ସ୍ଥିତିରେ ରାଜ୍ୟ ଶିଳ୍ପ ମନ୍ତ୍ରୀ ଦେବୀ ମିଶ୍ର କହିଛନ୍ତି ଯେ ଏ ନେଇ ସରକାରଙ୍କ ପାଖରେ କିଛି ସୂଚନା ନାହିଁ। ପୋସ୍କୋ ଓଡ଼ିଶା ବାହାରେ କଂପାନୀ ପ୍ରତିଷ୍ଠା କରିବା ସଂପର୍କରେ ଓଡ଼ିଶା ସରକାରଙ୍କ ସହିତ କୌଣସି ଆଲୋଚନା କରି ନାହିଁ କି ଅବଗତ କରାଇ ନାହିଁ। ତେବେ ବିଭିନ୍ନ ଖବର କାଗଜରେ ପ୍ରକାଶିତ ହୋଇଥିବା ଖବରରୁ ସରକାର ଜାଣିବାକୁ ପାଇଛନ୍ତି ଯେ ପୋସ୍କୋ ଶ୍ରୀ ଉତ୍ତମ ଷ୍ଟିଲ୍ ଆଣ୍ଡ୍ ପାୱାର ସହିତ ମିଶି ମହାରାଷ୍ଟ୍ରରେ କାରଖାନା ପ୍ରତିଷ୍ଠା କରୁଛି।

ଶିଳ୍ପ ମନ୍ତ୍ରୀ କହିଛନ୍ତି, ଓଡ଼ିଶାରେ ପୋସ୍କୋ ଯେଉଁ କାରଖାନା ପ୍ରତିଷ୍ଠା କରିଥାଆନ୍ତା ସେଥିରେ ତା’ର ଶତପ୍ରତିଶତ ଅଂଶଧନ ରହି ଥାଆନ୍ତା। କିନ୍ତୁ ମହାରାଷ୍ଟ୍ରରେ କଂପାନୀ ୮୦ ଓ ୨୦ ଅଂଶଧନରେ କାରଖାନା ବସାଇବାକୁ ଚୁକ୍ତି କରିଛି। ଏଥିରେ ଶ୍ରୀ ଉତ୍ତମ ଷ୍ଟିଲ୍ ଆଣ୍ଡ୍ ପାୱାରର ୮୦ ପ୍ରତିଶତ ଅଂଶଧନ ଥିବା ବେଳେ ପୋସ୍କୋର ୨୦ ପ୍ରତିଶତ ଅଂଶଧନ ରହିଛି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ପଶ୍ଚିମ ଭାରତରେ ଅନେକ ଗୁଡ଼ିଏ ଅଟୋ ମୋବାଇଲ୍ ଶିଳ୍ପ ରହିଛି । ଏହାକୁ ଦୃଷ୍ଟିରେ ରଖି ପୋସ୍କୋ ସେଠାରେ ଭାଗିଦାରୀରେ କାରଖାନା ପ୍ରତିଷ୍ଠା କରିବାକୁ ଇଚ୍ଛୁକ ହୋଇଥିବ। ତେବେ ଏହା ତାଙ୍କର ନିଜସ୍ୱ ମନ୍ତବ୍ୟ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।

ଦେବୀ ମିଶ୍ର ଏହା କହିଛନ୍ତି ଯେ ପୋସ୍କୋକୁ ସବୁ ପ୍ରକାର ସହଯୋଗ କରିବାକୁ ଓଡ଼ିଶା ସରକାର ପ୍ରସ୍ତୁତ ଅଛନ୍ତି। କିନ୍ତୁ ବଲ୍ ଏବେ ଅଛି କେନ୍ଦ୍ର ସରକାରଙ୍କ ପାଖରେ। ନୂଆ ଖଣି ନୀତି ଯୋଗୁ ପୋସ୍କୋକୁ ଓଡ଼ିଶାରେ କାରଖାନା ବସାଇବା ପାଇଁ ସମସ୍ୟା ସୃଷ୍ଟି ହୋଇଛି। କଂପାନୀ କ୍ୟାପଟିଭ୍ ଖଣି ଚାହୁଁଥିବା ବେଳେ ନୂଆ ଖଣି ନିଲାମୀ ନିୟମ ଏଥିରେ ବାଧକ ସାଜିଛି। ତେବେ ରାଜ୍ୟ ସରକାର ବି କେନ୍ଦ୍ର ସରକାରଙ୍କ ସହିତ ଯୋଗାଯୋଗରେ ଅଛନ୍ତି।

ଅନ୍ୟପକ୍ଷରେ ପୋସ୍କୋ ପ୍ରସଙ୍ଗରେ ଆଜି ବିଜେଡିର ବହୁ ବିଧାୟକ ନୂଆଦିଲୀରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ଭେଟିଥିଲେ। ଏ ପ୍ରସଙ୍ଗରେ ଧ୍ୟାନ ଦେବା ପାଇଁ ଜେଟଲୀ ପ୍ରତିଶ୍ରୁତି ଦେଇଥିବା ବିଜେଡି ସାଂସଦ କଳିକେଶ ସିଂହଦେଓ କହିଛନ୍ତି।

Related story