ସୁନ୍ଦର ବର ପାଇଁ ସେବାୟତଘରର କୁମାରୀଙ୍କ ନେତ ପୂଜା  

ପୁରୀ(ଓଡ଼ିଶା ରିପୋର୍ଟର):କାହିଁ କେଉଁ ଅନାଦି କାଳରୁ ପରମ୍ପରାମୁତାବକ ସୁନ୍ଦର ବର ପାଇଁ ସେବାୟତ ଘରର କୁମାରୀ ମାନଙ୍କ ଦ୍ୱାରା ନେତ ପୂଜା ପାଳନ କରାଯାଉଛି। କୁମାରୀ ମାନେ ସୁନ୍ଦର ବେଶରେ ସୁସଜ୍ଜିତ ହୋଇ ମାର୍କେଣ୍ଡେୟ ପୁଷ୍କରଣୀ କୂଳରେ ଗୁଆ, ନଡ଼ିଆ, ମକା, ଜହ୍ନି, ଲାଉ, କାକୁଡି, ହଳଦୀ ରଖି ହରପାର୍ବତୀଙ୍କୁ ଆରଧନା କରିଛନ୍ତି ଏହା ସହ ଶିବ ପାର୍ବତୀଙ୍କୁ ପୂଜା କରି ସୁନ୍ଦର ବର କାମନା କରିବାର ବିଶ୍ୱାସ ରହିଛି । ହାତରେ ବାଜୁବନ୍ଧ, ଖଡୁ, ବେକରେ […]

121

Tapas Behera
  • Published: Thursday, 03 October 2019
  • , Updated: 03 October 2019, 03:38 PM IST

ପୁରୀ(ଓଡ଼ିଶା ରିପୋର୍ଟର):କାହିଁ କେଉଁ ଅନାଦି କାଳରୁ ପରମ୍ପରାମୁତାବକ ସୁନ୍ଦର ବର ପାଇଁ ସେବାୟତ ଘରର କୁମାରୀ ମାନଙ୍କ ଦ୍ୱାରା ନେତ ପୂଜା ପାଳନ କରାଯାଉଛି। କୁମାରୀ ମାନେ ସୁନ୍ଦର ବେଶରେ ସୁସଜ୍ଜିତ ହୋଇ ମାର୍କେଣ୍ଡେୟ ପୁଷ୍କରଣୀ କୂଳରେ ଗୁଆ, ନଡ଼ିଆ, ମକା, ଜହ୍ନି, ଲାଉ, କାକୁଡି, ହଳଦୀ ରଖି ହରପାର୍ବତୀଙ୍କୁ ଆରଧନା କରିଛନ୍ତି ଏହା ସହ ଶିବ ପାର୍ବତୀଙ୍କୁ ପୂଜା କରି ସୁନ୍ଦର ବର କାମନା କରିବାର ବିଶ୍ୱାସ ରହିଛି । ହାତରେ ବାଜୁବନ୍ଧ, ଖଡୁ, ବେକରେ ହାର ଏବଂ ମଥାରେ ସିନ୍ଧି, ପାଦରେ ପାଉଁଞ୍ଜି,ମୁଦି, ପାହାଜେମା, ପାଦପଦ୍ମ, ପହୁଡ, ମଲ, ଅଣ୍ଟାରେ ବେଙ୍ଗ ପାଟିଆ, କମର ପଟି ଏମତି ସୁନ୍ଦର ବେଶରେ ସୁସଜ୍ଜିତ ହୋଇ ପରମ୍ପରାରମୁତାବକ ମାର୍କଣ୍ଡେୟ ପୁଷ୍କରଣୀ କୂଳରେ ସେବାୟତ ଘରର କୁମାରୀ ମାନେ  ବଳୀ ଗୀତ ବୋଲି ହରପାର୍ବତୀଙ୍କୁ ଆରାଧନା କରିଛନ୍ତି। ସୁନ୍ଦର ଓ ଯୋଗ୍ୟ ବର ପ୍ରାପ୍ତି ମାନସି ସେମାନେ ଏହି ପୂଜାର୍ଚ୍ଚନା କରିଛନ୍ତି। ଭାଦ୍ରବ ମାସ ପୂର୍ଣ୍ଣିମା ଠାରୁ  ନେତପୂଜା ଆରମ୍ଭ ହୋଇଥାଏ। ୨୧ଦିନ ବ୍ୟାପି ସେବାୟତ ପରିବାର କୁମାରୀ ମାନେ ସନ୍ଧ୍ୟାରେ ‘ବଳିରେ ବଳି ନଜର କଳି, କାଲି ଆଣି ଦେଦି ସରୁ ଚକୁଳି’ ଗୀତ ବୋଲି ଶିବ ପାର୍ବତୀଙ୍କୁ ପୂଜା କରିଥାନ୍ତି।

ଏହା ପରେ ଆଶ୍ୱିନ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ଠାରୁ ୪ଦିନ ବ୍ୟାପି ନେତ ବେଶରେ ମାର୍କଣ୍ଡେୟ ପୁଷ୍କରଣୀରେ ପୂଜାର୍ଚ୍ଚନା କରିଛନ୍ତି। ସେପଟେ ଏହି ନେତ ପୂଜା ପରମ୍ପରାମୁତାବକ ଶ୍ରୀକ୍ଷେତ୍ରର ସେବାୟତ ପରିବାର ପାଳନ କରିଥାନ୍ତି। ମାର୍କଣ୍ଡେୟ କୂଳରେ ଗୁଆ, ନଡିଆ, ମକା, ଜହ୍ନି, ଲାଉ, କାକୁଡି, ହଳଦୀ ରଖି ହରପାର୍ବତୀଙ୍କୁ ଆରାଧନା କରି ମାର୍କେଣ୍ଡେୟଙ୍କୁ ଦର୍ଶନ କରି ଘରକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି।

ସେପଟେ ପୁଅଙ୍କ ସଂଖ୍ୟା ଅନୁସାରେ ଝିଅଙ୍କ ସଂଖ୍ୟା ସେବାୟତ ପରିବାରରେ ବହୁତ କମ୍ ହେଲାଣି । ତେଣୁ ସମତୁଲ କରିବା ପାଇଁ ପ୍ରୟାସ  ଜାରି ରହିଛି। ଯେହେତୁ ସେବାୟତ ପୁଅ ମାନେ କେବଳ ସେବାୟତକୂଳର ଝିଅଙ୍କ ସହ ବିବାହ କରିବାର ବିଧିବିଧାନ ରହିଛି ତେଣୁ ସେବାପୂଜା ଅତୁଟ ରହିପାରିବର ପରମ୍ପାର ରହିଛି । ତେଣୁ  ଏହାକୁ ନଜର କରି ଗରାବଡୁ ନିଯୋଗ ପକ୍ଷରୁ ବେଟି ବଚାଓ ବଢାଓ ଅଭିଯାନକୁ ସାକର କରିବା ପାଇଁ ପ୍ରୟାସ କରାଯାଉଛି ବୋଲି କହିଛନ୍ତି ଗରାବଡୁ ନିଯୋଗର ସମ୍ପାଦକ।

Related story