ରାଇକିଆ ଯୁବତୀଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାସ: ପ୍ରଥମ ଦେଖାରେ ବଳାତ୍କାର, ପଥରରେ ଛେଚିଥିଲା ପ୍ରେମିକ

ବାଲିଗୁଡ଼ା(ଅଜିତ ନାୟକ): ଫୋନ୍‌ରେ ଆରମ୍ଭ ହେଲା ବାର୍ତ୍ତାଳାପ। ବାର୍ତ୍ତାଳାପ ଧୀରେ ଧୀରେ ପ୍ରେମ ସମ୍ପର୍କର ରୂପ ନେଲା। ଦୀର୍ଘ ୭/୮ ମାସ ଏପରି ଭାବେ ସମ୍ପର୍କ ଆଗକୁ ବଢ଼ି ଚାଲିଥିବାବେଳେ ଉଭୟଙ୍କ ମଧ୍ୟରେ ହୋଇ ନ ଥିଲା ଦେଖାସାକ୍ଷାତ। ହେଲେ ପ୍ରଥମ ଦେଖା ହିଁ କାଳ ହେଲା। ପ୍ରଥମ ଦେଖାରେ ହିଁ ପ୍ରେମିକ ଜଣକ ପ୍ରେମିକାଙ୍କୁ ବଳାତ୍କାର କରିବା ସହ ପଥର ଛେଚି ହତ୍ୟା କଲା। ଶେଷରେ ପୁଲିସ୍‌ ଅଭିଯୁକ୍ତ ପ୍ରେମିକଙ୍କୁ ଗିରଫ କରିଥିବା ବେଳେ ସେ […]

hand

Niharika Rout
  • Published: Monday, 18 July 2022
  • , Updated: 18 July 2022, 12:28 PM IST

ବାଲିଗୁଡ଼ା(ଅଜିତ ନାୟକ): ଫୋନ୍‌ରେ ଆରମ୍ଭ ହେଲା ବାର୍ତ୍ତାଳାପ। ବାର୍ତ୍ତାଳାପ ଧୀରେ ଧୀରେ ପ୍ରେମ ସମ୍ପର୍କର ରୂପ ନେଲା। ଦୀର୍ଘ ୭/୮ ମାସ ଏପରି ଭାବେ ସମ୍ପର୍କ ଆଗକୁ ବଢ଼ି ଚାଲିଥିବାବେଳେ ଉଭୟଙ୍କ ମଧ୍ୟରେ ହୋଇ ନ ଥିଲା ଦେଖାସାକ୍ଷାତ। ହେଲେ ପ୍ରଥମ ଦେଖା ହିଁ କାଳ ହେଲା। ପ୍ରଥମ ଦେଖାରେ ହିଁ ପ୍ରେମିକ ଜଣକ ପ୍ରେମିକାଙ୍କୁ ବଳାତ୍କାର କରିବା ସହ ପଥର ଛେଚି ହତ୍ୟା କଲା। ଶେଷରେ ପୁଲିସ୍‌ ଅଭିଯୁକ୍ତ ପ୍ରେମିକଙ୍କୁ ଗିରଫ କରିଥିବା ବେଳେ ସେ ମର୍ଡର ସିନ୍‌ର ଡେମୋ ଦେଖାଇଛି।

ଗତ ୪ ଦିନ ପୂର୍ବେ କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅଞ୍ଚଳରେ ଏପରି ଏକ ଚାଞ୍ଚଲ୍ୟକର ହତ୍ୟା ଘଟଣା ଘଟିଥିବା ବେଳେ ଏବେ ପଦାକୁ ଆସିଛି ହତ୍ୟା ପଛର ରହସ୍ୟ। ଜି. ଉଦୟଗିରି ଏସଡ଼ିପିଓ ଡି. ତିରୁପତି ରାଓ ରାଇକିଆ ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ହତ୍ୟା ଘଟଣା ସମ୍ପର୍କରେ ସମସ୍ତ ସୂଚନା ଦେଇଛନ୍ତି।

[caption id="attachment_749933" align="aligncenter" width="650"] ଗିରଫ ଅଭିଯୁକ୍ତ ।[/caption]

ସାମ୍ବାଦିକ ସମ୍ମିଳନୀରେ ଏସଡ଼ିପିଓଙ୍କ କହିବା ଅନୁଯାୟୀ, ଅଭିଯୁକ୍ତ ଯୁବକ ପଙ୍କଜ ଦିଗାଲଙ୍କର ୭/୮ ମାସ ପୂର୍ବରୁ ସମ୍ପୃକ୍ତ ଯୁବତୀ ଜଣକ ସହ ଫୋନ ମାଧ୍ୟମରେ ପ୍ରଥମେ ପରିଚୟ ଓ ପରେ କଥାବାର୍ତ୍ତା ଆରମ୍ଭ କରିଥିଲେ। ଉଭୟଙ୍କ ମଧ୍ୟରେ କେବେ ଦେଖା ସାକ୍ଷାତ ହୋଇ ନ ଥିବା ବେଳେ କେବଳ ଫୋନରେ ହିଁ ପ୍ରେମ ସମ୍ପର୍କ ଗଢି ଉଠିଥିଲା।

ଫିରିଙ୍ଗିଆ ଥାନା ଉପର ଦଣ୍ଡିକିଆ ଗାଁର ପଙ୍କଜ ଦିଗାଲ ସୁରଟରେ କାମ କରୁଥିବା ବେଳେ କିଛି ଦିନ ପୂର୍ବେ ଘରକୁ ଫେରିଥିଲେ। ଗତ ୧୪ ତାରିଖରେ ଯୁବତୀ ଜଣକ ଘରେ ଫୁଲବାଣୀ ଯାଉଛି ବୋଲି ମିଛ କହି ତାଙ୍କୁ ଦେଖା କରିବାକୁ ଯାଇଥିଲା। କିନ୍ତୁ ସେହି ଦିନ ଯୁବତୀ ଜଣକ ଆଉ ଘରକୁ ଫେରିନଥିଲେ। ଉଭୟ ଦାରିଙ୍ଗବାଡ଼ି, ମଣ୍ଡାସରୁ କୁଟି ଆଦି ପର୍ଯ୍ୟଟନ ସ୍ଥଳୀ ବୁଲାବୁଲି କରିଥିଲେ। ସନ୍ଧ୍ୟା ସମୟରେ ଯୁବତୀ ଜଣକ ନିଜ ଘରକୁ ଫେରୁଥିବା ବେଳେ ଏକ ନିଛାଟିଆ ରାସ୍ତାରେ ପଙ୍କଜ ତାଙ୍କୁ ବହୁ ଥର ଦୁଷ୍କର୍ମ କରିଥିଲେ। ଏହାପରେ ନିଜ ସହ ନେଇଯିବା ପାଇଁ ଜିଦ୍‌ ଧରିଥିଲେ।

[caption id="attachment_749934" align="aligncenter" width="650"] ଘଟଣାସ୍ଥଳରେ ରୁଣ୍ଡ ହୋଇଥିବା ଲୋକେ ।[/caption]

କିନ୍ତୁ ଯୁବତୀଜଣକ ଯିବେ ନାହିଁ ବୋଲି ରୋକଠୋକ୍‌ ଶୁଣାଇ ଦେଇଥିଲେ। ଏହା ପରେ ଉତ୍ତ୍ୟକ୍ତ ପଙ୍କଜ ତାଙ୍କୁ ଅତି ନିର୍ମମ ଭାବେ ପଥରରେ ଛେଚି ହତ୍ୟା କରିଥିଲେ। ଆଉ ରାସ୍ତା କଡ଼ରେ ଥିବା ଏକ ବୁଦା ମୂଳରେ ମୃତଦେହ ଫିଙ୍ଗି ଦେଇ ଚାଲିଯାଇଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି ପରେ ଗତ ୧୫ ତାରିଖରେ ଝିଅର ମୃତଦେହ ଏକ ବୁଦା ମୂଳରୁ ପାଇଥିଲେ। ଏହା ପରେ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଥିଲା।

ପୁଲିସ ଯୁବତୀଙ୍କ କଲ୍‌ ଡିଟେଲ୍ସ ଯାଞ୍ଚ କରି ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିଥିବା ବେଳେ ତାଙ୍କ ମୋବାଇଲ ଫୋନ୍‌, ରକ୍ତଭିଜା ପ୍ୟାଣ୍ଟସାର୍ଟ ଆଦି ଜବତ କରି ତାଙ୍କୁ କୋର୍ଟଚାଲାଣ କରିଛି।

ହତ୍ୟାକାରୀ ଯୁବକ ପଙ୍କଜ ଦିଗାଲ ପୂର୍ବରୁ ମଧ୍ୟ ୨୦୧୫ରେ ନିଜ ପତ୍ନୀକୁ ହତ୍ୟା କରି ଜେଲ୍‌ ଯାଇଥିଲା। ଦୀର୍ଘ ୭ ବର୍ଷ ପରେ ପୁଣି ଥରେ ସମାନ ଘଟଣାର ପୁନରାବୃତ୍ତି କରିଛନ୍ତି। ଜଣେ ଯୁବତୀଙ୍କୁ ନିଜ ପ୍ରେମ ଜାଲରେ ଫସାଇ ଅତି ନିର୍ମମ ଭାବେ ତାଙ୍କ ହତ୍ୟା କରିଛନ୍ତି। ତାଙ୍କୁ କଠୋରରୁ ଅତି କଠୋର ଦଣ୍ଡ ଦେବାକୁ ମୃତ ଯୁବତୀଙ୍କ ପରିବାର ଲୋକେ  ଦାବି କରିଛନ୍ତି।

Related story