କ୍ରାଇମ୍ ପ୍ଲଟ୍‌ର ଲାଇଭ୍ ଡେମୋ ଦେଖାଇଲେ ପୁଞ୍ଜିଲାଲ

ବଲାଙ୍ଗିର: ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ଜାରି ରହିଛି ତଦନ୍ତ।  ତେବେ ପୁଞ୍ଜିଲାଲ କେମିତି ଅପରାଧ ଘଟାଇଥିଲେ ସେ ନେଇ  ରାୟପୁରରେ କ୍ରାଇମ୍ ପ୍ଲଟ୍‌ର ଲାଇଭ୍ ଡେମୋ ଦେଖାଇଛନ୍ତି । ଆଜି  ତାଙ୍କୁ ରାୟପୁର ନିଆଯାଇଥିବା ବେଳେ ସେ କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରାଙ୍କ ଆଗରେ ଡେମୋ ଦେଖାଇଛନ୍ତି।  ଟ୍ରେନ ଯାତ୍ରା ଠାରୁ ଆରମ୍ଭ କରି ସେ ରିକ୍ସାରେ କେମିତି ଯାଇଥିଲା, କୋରିୟର୍ ସଂସ୍ଥାରେ କିପରି ପାର୍ସଲ ବୁକିଂ କରିଥିଲା, ଯାବତୀୟ ଘଟଣାର ଡେମୋ […]

bt36

Rakesh Mallick
  • Published: Saturday, 05 May 2018
  • , Updated: 05 May 2018, 08:21 PM IST

ବଲାଙ୍ଗିର: ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ଜାରି ରହିଛି ତଦନ୍ତ।  ତେବେ ପୁଞ୍ଜିଲାଲ କେମିତି ଅପରାଧ ଘଟାଇଥିଲେ ସେ ନେଇ  ରାୟପୁରରେ କ୍ରାଇମ୍ ପ୍ଲଟ୍‌ର ଲାଇଭ୍ ଡେମୋ ଦେଖାଇଛନ୍ତି । ଆଜି  ତାଙ୍କୁ ରାୟପୁର ନିଆଯାଇଥିବା ବେଳେ ସେ କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରାଙ୍କ ଆଗରେ ଡେମୋ ଦେଖାଇଛନ୍ତି।  ଟ୍ରେନ ଯାତ୍ରା ଠାରୁ ଆରମ୍ଭ କରି ସେ ରିକ୍ସାରେ କେମିତି ଯାଇଥିଲା, କୋରିୟର୍ ସଂସ୍ଥାରେ କିପରି ପାର୍ସଲ ବୁକିଂ କରିଥିଲା, ଯାବତୀୟ ଘଟଣାର ଡେମୋ ଦେଇଛି ପୁଞ୍ଜିଲାଲ।

ଏହାପୂର୍ବରୁ ପଦ୍ମପୁର ମେଡିକାଲରେ ସ୍ୱାସ୍ଥ୍ୟ ପରୀକ୍ଷା ପରେ ପୁଞ୍ଜିଲାଲକୁ ରାୟପୁର ସର୍କିଟ ହାଉସ୍‌ରେ ରଖି ଛାନ୍‌ଭିନ୍‌ ଚଳାଇଥିଲା କ୍ରାଇମବ୍ରାଞ୍ଚ।  ବଲାଙ୍ଗିର ପୋଲିସର ସାଇଣ୍ଟିଫିକ୍ ଟିମ୍ ମଧ୍ୟ ସାଙ୍ଗରେ ଯାଇଛି । ଦ୍ୱିତୀୟ ପର୍ଯ୍ୟାୟରେ ୫ଦିନିଆ ରିମାଣ୍ଡ ଅବଧି ଦିନକ ପରେ ସରୁଥିବାବେଳେ କ୍ରାଇମବ୍ରାଞ୍ଚ ହାତରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲାଗିଥିବା ସୂଚନା ମିଳିଛି ।।

Related story