ଜେଲ୍‌ରୁ ବାହାରିଲେ ପୁଞ୍ଜିଲାଲ୍‌

ବଲାଙ୍ଗିର(ମନୋରଞ୍ଜନ ଯୋଶୀ): ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ଏକମାତ୍ର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେର ଜେଲ୍‌ରୁ ବାହାରିଛନ୍ତି। ତେବେ ମାତ୍ର ୪ ଦିନ ପାଇଁ ସେ ଜେଲ୍‌ରୁ ବାହାରିଛନ୍ତି। କାରଣ ମା’ଙ୍କ ଶୁଦ୍ଧିକ୍ରିୟା ପାଇଁ ତାଙ୍କୁ ହାଇକୋର୍ଟ ମାତ୍ର ୪ ଦିନି ଜାମିନ ପ୍ରଦାନ କରିଛନ୍ତି। ତେବେ ଏଥିପାଇଁ କୋର୍ଟ କଡ଼ା ସର୍ତ୍ତ ବି ରଖିଛନ୍ତି। ଜାମିନ୍ ଅବଧି ସମୟରେ ଗଣମାଧ୍ୟମ ପ୍ରତିନିଧୀଙ୍କୁ ଭେଟି  ପାରିବେନି ପୁଞ୍ଜିଲାଲ୍‌। ସାକ୍ଷ୍ୟ କିମ୍ବା ପ୍ରମାଣକୁ ନଷ୍ଟ କରିବାକୁ […]

punji--6

Niharika Rout
  • Published: Friday, 24 January 2020
  • , Updated: 24 January 2020, 03:10 PM IST

ବଲାଙ୍ଗିର(ମନୋରଞ୍ଜନ ଯୋଶୀ): ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ଏକମାତ୍ର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେର ଜେଲ୍‌ରୁ ବାହାରିଛନ୍ତି। ତେବେ ମାତ୍ର ୪ ଦିନ ପାଇଁ ସେ ଜେଲ୍‌ରୁ ବାହାରିଛନ୍ତି। କାରଣ ମା’ଙ୍କ ଶୁଦ୍ଧିକ୍ରିୟା ପାଇଁ ତାଙ୍କୁ ହାଇକୋର୍ଟ ମାତ୍ର ୪ ଦିନି ଜାମିନ ପ୍ରଦାନ କରିଛନ୍ତି। ତେବେ ଏଥିପାଇଁ କୋର୍ଟ କଡ଼ା ସର୍ତ୍ତ ବି ରଖିଛନ୍ତି।

ଜାମିନ୍ ଅବଧି ସମୟରେ ଗଣମାଧ୍ୟମ ପ୍ରତିନିଧୀଙ୍କୁ ଭେଟି  ପାରିବେନି ପୁଞ୍ଜିଲାଲ୍‌। ସାକ୍ଷ୍ୟ କିମ୍ବା ପ୍ରମାଣକୁ ନଷ୍ଟ କରିବାକୁ କିମ୍ବା କୌଣସି କ୍ଷତି ପହଞ୍ଚାଇବାକୁ ସେ ଚେଷ୍ଟା କରିବେ ନାହିଁ। ବାହାରକୁ ଗଲେ ସ୍ଥାନୀୟ ଥାନାଧିକାରୀଙ୍କୁ ଜଣାଇବାକୁ ସେ ବାଧ୍ୟ। ସେହିପରି ଜାମିନ ସମୟରେ ପୁଞ୍ଜିଲାଲ୍‌ଙ୍କ ଉପରେ ଥାନା ଅଧିକାରୀ ମଧ୍ୟ ନଜର ରଖିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୨୮ ତାରିଖ ଦିନ ୧୧ଟା ସୁଦ୍ଧା ଜେଲ୍‌ରେ ହାଜର ହେବେ ପୁଞ୍ଜିଲାଲ।

ସୂଚନାଯୋଗ୍ୟ, ଗତ ୧୨ ତାରିଖରେ ପୁଞ୍ଜିଲାଲ୍‌ ତାଙ୍କ ମା’ଙ୍କ ଶେଷକୃତ୍ୟ ପାଇଁ ଦିନିକିଆ ପାରୋଲ୍‌ରେ ଆସିଥିଲେ।

Related story