ଆସନ୍ତାକାଲିଠାରୁ ପଞ୍ଚୁକ ବ୍ରତ ଆରମ୍ଭ

ପୁରୀ: ଆସନ୍ତାକାଲିଠାରୁ ଧର୍ମ ମାସ କାର୍ତ୍ତିକର ପଞ୍ଚୁକ ବ୍ରତ ଆରମ୍ଭ ହେଉଛି। ଏଥିପାଇଁ ଶ୍ରୀକ୍ଷେତ୍ର ପୁରୀ ଚଳଚଞ୍ଚଳ ହୋଇ ଉଠିଛି। ପ୍ରଥମ ଦିନରେ ଶ୍ରୀମନ୍ଦିରରେ ଲକ୍ଷ୍ମୀନାରାୟଣ ବେଶ ହେବ। କାର୍ତ୍ତିକ ପୂର୍ଣ୍ଣିମା ଦିନ ସୁନାବେଶ ହେବ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ମାସ ସାରା ରାଧାଦାମୋଦର ବେଶରେ ଚଉରା ମୂଳରେ ହବିଷ୍ୟାଳୀମାନେ ପୂଜା କରୁଥିବା ବେଳେ ଆସନ୍ତାକାଲିଠାରୁ ଲକ୍ଷ୍ମୀନାରାୟଣ ବେଶରେ ପୂଜା କରିବେ। ଚଳିତ ବର୍ଷ ପଞ୍ଚୁକ ୪ ଦିନ ପଡ଼ୁଛି। ଏହି ୪ଦିନରେ ଶ୍ରୀକ୍ଷେତ୍ରରେ ଲକ୍ଷଲକ୍ଷ ଶ୍ରଦ୍ଧାଳୁଙ୍କ […]

puri

Rakesh Mallick
  • Published: Thursday, 10 November 2016
  • , Updated: 11 November 2016, 09:02 AM IST

ପୁରୀ: ଆସନ୍ତାକାଲିଠାରୁ ଧର୍ମ ମାସ କାର୍ତ୍ତିକର ପଞ୍ଚୁକ ବ୍ରତ ଆରମ୍ଭ ହେଉଛି। ଏଥିପାଇଁ ଶ୍ରୀକ୍ଷେତ୍ର ପୁରୀ ଚଳଚଞ୍ଚଳ ହୋଇ ଉଠିଛି। ପ୍ରଥମ ଦିନରେ ଶ୍ରୀମନ୍ଦିରରେ ଲକ୍ଷ୍ମୀନାରାୟଣ ବେଶ ହେବ। କାର୍ତ୍ତିକ ପୂର୍ଣ୍ଣିମା ଦିନ ସୁନାବେଶ ହେବ ବୋଲି ଜଣାପଡ଼ିଛି।

ଅନ୍ୟପକ୍ଷରେ ମାସ ସାରା ରାଧାଦାମୋଦର ବେଶରେ ଚଉରା ମୂଳରେ ହବିଷ୍ୟାଳୀମାନେ ପୂଜା କରୁଥିବା ବେଳେ ଆସନ୍ତାକାଲିଠାରୁ ଲକ୍ଷ୍ମୀନାରାୟଣ ବେଶରେ ପୂଜା କରିବେ। ଚଳିତ ବର୍ଷ ପଞ୍ଚୁକ ୪ ଦିନ ପଡ଼ୁଛି। ଏହି ୪ଦିନରେ ଶ୍ରୀକ୍ଷେତ୍ରରେ ଲକ୍ଷଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ। ଏଥିପାଇଁ ପ୍ରଶାସନ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

Related story