ପୁରୀ: ୨୦୧୬-୨୦୧୭ ପାଇଁ ପାଞ୍ଜି ପ୍ରସ୍ତୁତି ବୈଠକ

ପୁରୀ: ୨୦୧୬-୨୦୧୭ ପାଇଁ ପାଞ୍ଜି ପ୍ରସ୍ତୁତି ନେଇ ଶନିବାର ପୁରୀ ଶ୍ରୀନଅରରେ ଗଜପତିଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶ୍ରୀମନ୍ଦିର ପ୍ରଶାସନ, ଗୋବର୍ଦ୍ଧନ ପୀଠ ପ୍ରତିନିଧି, ଧର୍ମଶାସ୍ତ୍ର, ଜ୍ୟୋତିଶାସ୍ତ୍ର ତଥା ମୁକ୍ତିମଣ୍ଡପ ପଣ୍ଡିତମାନେ ଯୋଗ ଦେଇଥିଲେ। ବୈଠକରେ ସୂର୍ଯ୍ୟୋଦୟ, ସୂର୍ଯ୍ୟାସ୍ତ, ତିଥି, ନକ୍ଷେତ୍ର, ବାର, ପର୍ବପର୍ବାଣୀ ପ୍ରଭୃତି କିପରି ସଠିକ୍ ଭାବେ ଗଣନା କରାଯାଇପାରିବ ସେ ନେଇ ଆଲୋଚନା ହୋଇଥିଲା। ଆସନ୍ତା ୨୭ ତାରିଖରେ ଗୋବର୍ଦ୍ଧନ ପୀଠରେ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ଉପସ୍ଥିତିରେ ଏ ନେଇ […]

puri

Rakesh Mallick
  • Published: Saturday, 19 December 2015
  • , Updated: 19 December 2015, 02:02 PM IST

ପୁରୀ: ୨୦୧୬-୨୦୧୭ ପାଇଁ ପାଞ୍ଜି ପ୍ରସ୍ତୁତି ନେଇ ଶନିବାର ପୁରୀ ଶ୍ରୀନଅରରେ ଗଜପତିଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶ୍ରୀମନ୍ଦିର ପ୍ରଶାସନ, ଗୋବର୍ଦ୍ଧନ ପୀଠ ପ୍ରତିନିଧି, ଧର୍ମଶାସ୍ତ୍ର, ଜ୍ୟୋତିଶାସ୍ତ୍ର ତଥା ମୁକ୍ତିମଣ୍ଡପ ପଣ୍ଡିତମାନେ ଯୋଗ ଦେଇଥିଲେ। ବୈଠକରେ ସୂର୍ଯ୍ୟୋଦୟ, ସୂର୍ଯ୍ୟାସ୍ତ, ତିଥି, ନକ୍ଷେତ୍ର, ବାର, ପର୍ବପର୍ବାଣୀ ପ୍ରଭୃତି କିପରି ସଠିକ୍ ଭାବେ ଗଣନା କରାଯାଇପାରିବ ସେ ନେଇ ଆଲୋଚନା ହୋଇଥିଲା।

ଆସନ୍ତା ୨୭ ତାରିଖରେ ଗୋବର୍ଦ୍ଧନ ପୀଠରେ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ଉପସ୍ଥିତିରେ ଏ ନେଇ ଆଉ ଏକ ବୈଠକ ହେବ। ଏଥିରେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ପ୍ରକାଶ କରୁଥିବା ପଞ୍ଜିକା ଗଣନାକାରୀମାନେ ଭାଗ ନେବେ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି।

 

Related story