ପୁରୀ: ଅଟକିଥିବା ଦୁଇ ରଥ ଟଣା ଆରମ୍ଭ

ପୁରୀ: ଶ୍ରୀମନ୍ଦିର ଛାଡ଼ି ଜନ୍ମବେଦୀ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ବାହାରିଥିବା ତିନିଠାକୁର ଏବେ ତିନି ରଥରେ ବିରାଜମାନ। ରଥାରୁଢ଼ ଶ୍ରୀବିଗ୍ରହଙ୍କୁ ଦର୍ଶନ କରୁଛନ୍ତି ଭକ୍ତ। ରଥ ଉପରେ ଭଗବାନଙ୍କ ଦର୍ଶନ ପାଇଁ କାହିଁ କେତେ ଦୂରରୁ ଶ୍ରୀକ୍ଷେତ୍ର ପୁରୀକୁ ଛୁଟି ଆସିଛନ୍ତି ଲକ୍ଷାଧିକ ଭକ୍ତ। ନବକଳେବର ବର୍ଷରେ ରଥ ଉପରେ ନୂଆ ବିଗ୍ରହଙ୍କର ଟିକିଏ ଦର୍ଶନ ପାଇ ଆନନ୍ଦରେ ଫାଟି ପଡୁଛି ଭକ୍ତମନ। ଗତକାଲି ନିର୍ଦ୍ଧାରିତ ସମୟରେ ରଥଟଣା ହୋଇ ତାଳଧ୍ୱଜ ରଥ ଗୁଣ୍ଡିଚାମନ୍ଦିର ସମ୍ମୁଖରେ ପହଞ୍ଚିଥିବାବେଳେ […]

rath

Rakesh Mallick
  • Published: Sunday, 19 July 2015
  • , Updated: 19 July 2015, 04:00 AM IST

ପୁରୀ: ଶ୍ରୀମନ୍ଦିର ଛାଡ଼ି ଜନ୍ମବେଦୀ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ବାହାରିଥିବା ତିନିଠାକୁର ଏବେ ତିନି ରଥରେ ବିରାଜମାନ। ରଥାରୁଢ଼ ଶ୍ରୀବିଗ୍ରହଙ୍କୁ ଦର୍ଶନ କରୁଛନ୍ତି ଭକ୍ତ। ରଥ ଉପରେ ଭଗବାନଙ୍କ ଦର୍ଶନ ପାଇଁ କାହିଁ କେତେ ଦୂରରୁ ଶ୍ରୀକ୍ଷେତ୍ର ପୁରୀକୁ ଛୁଟି ଆସିଛନ୍ତି ଲକ୍ଷାଧିକ ଭକ୍ତ। ନବକଳେବର ବର୍ଷରେ ରଥ ଉପରେ ନୂଆ ବିଗ୍ରହଙ୍କର ଟିକିଏ ଦର୍ଶନ ପାଇ ଆନନ୍ଦରେ ଫାଟି ପଡୁଛି ଭକ୍ତମନ। ଗତକାଲି ନିର୍ଦ୍ଧାରିତ ସମୟରେ ରଥଟଣା ହୋଇ ତାଳଧ୍ୱଜ ରଥ ଗୁଣ୍ଡିଚାମନ୍ଦିର ସମ୍ମୁଖରେ ପହଞ୍ଚିଥିବାବେଳେ ବଡ଼ଶଙ୍ଖଠାରେ ଦର୍ପଦଳନ ଓ ବଳଗଣ୍ଡି ଛକରେ ନନ୍ଦିଘୋଷ ଅଟକିଥିଲା। ତେବେ ବର୍ତ୍ତମାନ ଦେବଦଳନ ଓ ନନ୍ଦିଷୋଷ ରଥକୁ ଭକ୍ତମାନେ ପୁଣି ଟାଣିଛନ୍ତି। ଆଉ କିଛି ସମୟ ପରେ ଦେବଦଳନ ଓ ନନ୍ଦିଘୋଷ ରଥ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିବେ। ଏଥିପାଇଁ ବଡ଼ଦାଣ୍ଡରେ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଛି।

Related story