ପୁରୀ ବଡ଼ଦାଣ୍ଡ ହେବ ୱାଇଫାଇ

ଭୁବନେଶ୍ୱର:ପୁରୀ ବଡ଼ଦାଣ୍ଡ ହେବ ୱାଇଫାଇ। ନବକଳେବରକୁ ଦୃଷ୍ଟିରେ ରଖି ଏମିତି ବ୍ୟବସ୍ଥା କରିବାକୁ ଯାଉଛି ବିଏସ୍ଏନ୍ଏଲ୍। ତେବେ ଏହି ବ୍ୟବସ୍ଥା ନବକଳେବର ପରେ ମଧ୍ୟ ଜାରି ରହିବ ବୋଲି ସୋମବାର ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସଂସ୍ଥାର ଚିଫ୍ ଜେନେରାଲ୍ ମ୍ୟାନେଜର ବିଜୟାନନ୍ଦ ମିଶ୍ର। ପୂର୍ବରୁ ଆଦର୍ଶ ସ୍ମାରକ ଯୋଜନାରେ ତାଜମହଲ ଓ କୋଣାର୍କରେ ଏହି ସେବା ଆରମ୍ଭ ହୋଇସାରିଛି। ସେହିଭଳି ନବକଳେବର ପାଇଁ ଭୁବନେଶ୍ୱର-ପୁରୀ ମଧ୍ୟରେ ନିରବଚ୍ଛିନ୍ନ ଥ୍ରୀ-ଜି ସେବା ଉପଲବ୍ଧ ହେବ। ରଥଯାତ୍ରା ବେଳେ […]

bsnlpress

Rakesh Mallick
  • Published: Monday, 15 June 2015
  • , Updated: 15 June 2015, 02:35 PM IST

ଭୁବନେଶ୍ୱର:ପୁରୀ ବଡ଼ଦାଣ୍ଡ ହେବ ୱାଇଫାଇ। ନବକଳେବରକୁ ଦୃଷ୍ଟିରେ ରଖି ଏମିତି ବ୍ୟବସ୍ଥା କରିବାକୁ ଯାଉଛି ବିଏସ୍ଏନ୍ଏଲ୍। ତେବେ ଏହି ବ୍ୟବସ୍ଥା ନବକଳେବର ପରେ ମଧ୍ୟ ଜାରି ରହିବ ବୋଲି ସୋମବାର ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସଂସ୍ଥାର ଚିଫ୍ ଜେନେରାଲ୍ ମ୍ୟାନେଜର ବିଜୟାନନ୍ଦ ମିଶ୍ର। ପୂର୍ବରୁ ଆଦର୍ଶ ସ୍ମାରକ ଯୋଜନାରେ ତାଜମହଲ ଓ କୋଣାର୍କରେ ଏହି ସେବା ଆରମ୍ଭ ହୋଇସାରିଛି।

ସେହିଭଳି ନବକଳେବର ପାଇଁ ଭୁବନେଶ୍ୱର-ପୁରୀ ମଧ୍ୟରେ ନିରବଚ୍ଛିନ୍ନ ଥ୍ରୀ-ଜି ସେବା ଉପଲବ୍ଧ ହେବ। ରଥଯାତ୍ରା ବେଳେ ପୁରୀକୁ ବିଏସଏନଏଲ ଚାରୋଟି ମୋବାଇଲ ଟାୱାର ଯୋଗାଇ ଦିଆଯିବ।

ବିଏସ୍ଏନ୍ଏଲ୍ ପକ୍ଷରୁ ଆଜିଠାରୁ ଏକ ରାଷ୍ଟ୍ର ଏକ ନମ୍ୱର ଯୋଜନାର ଶୁଭାରମ୍ଭ କରାଯାଇଛି। ତେଣୁ ଏଣିକି ଦେଶର ଯେକୌଣସି ସ୍ଥାନକୁ ଗଲେ ବି ଆପଣଙ୍କ ବିଏସ୍ଏନ୍ଏଲ୍ ଫୋନ ଆଜିଠାରୁ ଆଉ ରୋମିଂ ଲାଗିବ ନାହିଁ।

Related story