ପୁରୀ: ବାଲୁକା କଳା ମାଧ୍ୟମରେ ବୀର ପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି

ପୁରୀ: ୭୦ ତମ ସ୍ୱାଧୀନତା ଦିବସ ଉପଲକ୍ଷେ ପୁରୀ ବେଳାଭୂମିରେ ଏକ ୨୦ ଫୁଟ ଲମ୍ବା ବାଲୁକା କଳା ନିର୍ମାଣ କରାଯାଇଛି। ଏହି ବାଲୁକା କଳା ମାଧ୍ୟମରେ ସ୍ୱାଧୀନତା ସଂଗ୍ରାମରେ ପ୍ରାଣବଳି ଦେଇଥିବା ବୀର ପୁରୁଷମାନଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଥିଲା। ଏହି ବାଲୁକା କଳା ତିଆରି କରିବାକୁ ୮ ଘଣ୍ଟା ସମୟ ଲାଗିଥିଲା। ପ୍ରାୟ  ୨୦ ଟନ୍‌ ବାଲିରେ ଏହାକୁ ତିଆରି କରାଯାଇଛି। ବାଲୁକା ଶିଳ୍ପୀ ମାନସ କୁମାର ସାହୁଙ୍କ ସହ ତାଙ୍କ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ଏହାକୁ […]

puri

Rakesh Mallick
  • Published: Monday, 15 August 2016
  • , Updated: 15 August 2016, 08:30 AM IST

ପୁରୀ: ୭୦ ତମ ସ୍ୱାଧୀନତା ଦିବସ ଉପଲକ୍ଷେ ପୁରୀ ବେଳାଭୂମିରେ ଏକ ୨୦ ଫୁଟ ଲମ୍ବା ବାଲୁକା କଳା ନିର୍ମାଣ କରାଯାଇଛି। ଏହି ବାଲୁକା କଳା ମାଧ୍ୟମରେ ସ୍ୱାଧୀନତା ସଂଗ୍ରାମରେ ପ୍ରାଣବଳି ଦେଇଥିବା ବୀର ପୁରୁଷମାନଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଥିଲା।

ଏହି ବାଲୁକା କଳା ତିଆରି କରିବାକୁ ୮ ଘଣ୍ଟା ସମୟ ଲାଗିଥିଲା। ପ୍ରାୟ  ୨୦ ଟନ୍‌ ବାଲିରେ ଏହାକୁ ତିଆରି କରାଯାଇଛି। ବାଲୁକା ଶିଳ୍ପୀ ମାନସ କୁମାର ସାହୁଙ୍କ ସହ ତାଙ୍କ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ଏହାକୁ ପ୍ରସ୍ତୁତ କରିଛନ୍ତି।

Related story