ବ୍ଳୁ ଫ୍ଲାଗ୍‌ ମାନ୍ୟତା ପାଇଁ ସଜେଇ ହେଉଛି ପୁରୀ ବିଚ୍‌

ପୁରୀ (ଓଡ଼ିଶା ରିପୋର୍ଟର): ସାରା ଭାରତ ବର୍ଷରେ ୧୩ଟି ବେଳାଭୂମିକୁ ବ୍ଳୁ ଫ୍ଲାଗ୍‌ ବିଚ୍ ମାନ୍ୟତା ପ୍ରଦାନ କରାଯିବ। ଏଥିରେ ଓଡ଼ିଶାର ପୁରୀ ବେଳାଭୂମିକୁ ସାମିଲ କରିବା ପାଇଁ ଅହରହ ଉଦ୍ୟମ ଚାଲିଛି। ଦିଗବାରେଣୀ ଖୁଣ୍ଟିଠାରୁ ମେ ଫେୟାର ବେଳାଭୂମି ପର୍ଯ୍ୟନ୍ତ ୮୬୦ ମିଟର ବେଳାଭୂମିକୁ ବ୍ଳୁ ଫ୍ଲାଗ ବିଚ୍‌ ମାନ୍ୟତା ପାଇଁ ସ୍ୱତନ୍ତ୍ର ଭାବେ ଏହାର ବିକାଶ କରାଯାଉଛି। ଡେନମାର୍କର (FEE) ଫି ନାମକ ଏକ ସଂସ୍ଥା ଦ୍ୱାର ଏହି ମାନ୍ୟତା ଦିଆଯାଉଥିବା ବେଳେ ୩୩ […]

puri

Manoranjan Sial
  • Published: Monday, 24 February 2020
  • , Updated: 24 February 2020, 06:18 PM IST

ପୁରୀ (ଓଡ଼ିଶା ରିପୋର୍ଟର): ସାରା ଭାରତ ବର୍ଷରେ ୧୩ଟି ବେଳାଭୂମିକୁ ବ୍ଳୁ ଫ୍ଲାଗ୍‌ ବିଚ୍ ମାନ୍ୟତା ପ୍ରଦାନ କରାଯିବ। ଏଥିରେ ଓଡ଼ିଶାର ପୁରୀ ବେଳାଭୂମିକୁ ସାମିଲ କରିବା ପାଇଁ ଅହରହ ଉଦ୍ୟମ ଚାଲିଛି। ଦିଗବାରେଣୀ ଖୁଣ୍ଟିଠାରୁ ମେ ଫେୟାର ବେଳାଭୂମି ପର୍ଯ୍ୟନ୍ତ ୮୬୦ ମିଟର ବେଳାଭୂମିକୁ ବ୍ଳୁ ଫ୍ଲାଗ ବିଚ୍‌ ମାନ୍ୟତା ପାଇଁ ସ୍ୱତନ୍ତ୍ର ଭାବେ ଏହାର ବିକାଶ କରାଯାଉଛି। ଡେନମାର୍କର (FEE) ଫି ନାମକ ଏକ ସଂସ୍ଥା ଦ୍ୱାର ଏହି ମାନ୍ୟତା ଦିଆଯାଉଥିବା ବେଳେ ୩୩ ଗୋଟି ସର୍ତ୍ତ ପୂରଣ ହେଲେ ଏହି ମାନ୍ୟତା  ମିଳିବା ସହ ବେଳାଭୂମିରେ ଉଡିବ ବ୍ଳୁ ଫ୍ଲାଗ।

ଦିଗବାରେଣୀ ଖୁଣ୍ଟିଠାରୁ ମେ ଫେୟାର ପର୍ଯ୍ୟନ୍ତ ୮୬୦ ମିଟର ବେଳାଭୂମିକୁ ବ୍ଲୁ ଫ୍ଲାଗ୍‌ ବିଚ କରାଯିବ। ସେଥିପାଇଁ ବିରାଟ ଏକ ଚଲାପଥ କରାଯାଉଥିବା ବେଳେ ବାଥିଂ ଜୋନ ସହ ସୁରକ୍ଷିତ ସମୁଦ୍ର ସାନ ପାଇଁ ସ୍ୱତନ୍ତ୍ର ସୁବିଧା କରାଯାଉଛି। ସନ୍ତୁଳିତ ପରିବେଶ ସହ ବିଚ୍‌ରେ ଲାଟିନ ଓ ଚେଜିଂ ରୁମ୍‌ ବ୍ୟବସ୍ଥା କରାଯାଉଛି। ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ସହ ବିଚ୍‌ କ୍ଲିନ୍‌ ରଖାଯାଉଥିବା ବେଳେ ଦୁଇପଟରେ ସମୁଦ୍ର ଭିତର ପର୍ଯ୍ୟନ୍ତ ଦୁଇଟି କଂକ୍ରିଟ ପିଲାର କରାଯାଉଛି। କିନ୍ତୁ ବିଡମ୍ବନା ବ୍ଳୁ ଫ୍ଲାଗ୍‌ ବିଚ ମାନ୍ୟତା ପୂର୍ବରୁ ଏହି ପିଲାର କେତେ ବେଳେ ସମୁଦ୍ରର ଅତଳଗର୍ଭକୁ ଚାଳିଯିବ, ତାହା କହିହେବ ନାହିଁ। କାରଣ ସମୁଦ୍ର ଜୁଆଡ଼ ମାଡ଼ରେ ପିଲାର ଭାଙ୍ଗିବା ଅବସ୍ଥାରେ ରହିଛି। ଏହି ପିଲାରକୁ ଦେଖି ପର୍ଯ୍ୟଟକମାନେ ଘୋର ଅସନ୍ତୋଷ ବ୍ୟକ୍ତ କରୁଥିବା ବେଳେ ବେଳାଭୂମିର ସୌନ୍ଦର୍ଯ୍ୟକୁ କ୍ଷୁର୍ଣ୍ଣ ହେଉଛି। ସେପଟେ ଶଙ୍ଖ ମାଳି ଆଦି ବ୍ରିକ କରୁଥିବା ବ୍ୟବସାୟୀମାନଙ୍କୁ ଏହି ବ୍ଲୁ ଫ୍ଲାଗ୍‌ ବିଚ୍‌ ଭିତରକୁ ଯାଇ ବ୍ୟବସାୟ କରିବାକୁ ମନା କରାଯାଇଥିବାରୁ ଦୁଇପଇସା ଆଶାରେ ବ୍ୟବସାୟ କରୁଥିବା ବ୍ୟବସାୟୀମାନେ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ସେପଟେ ବ୍ଳୁ ଫ୍ଲାଗ୍‌ ବିଚ୍‌ ଭିତରକୁ ସମସ୍ତ ପର୍ଯ୍ୟଟକମାନେ ମାଗଣାରେ ପ୍ରବେଶ କରିପାରିବେ। କାହାକୁ ବାରଣ ନାହିଁ। ତେବେ ଯେଉଁମାନେ ସମୁଦ୍ରରେ ସ୍ନାନ କରିବା ପରେ ବାର୍ଥରୁମ୍ ଓ ଅନ୍ୟାନ୍ୟ ସୁବିଧା ପାଇବାକୁ ଚାହୁଁଛନ୍ତି, ସେମାନଙ୍କୁ କିଛି ଫି’ ଦେବାକୁ ପଡିବ। କେତେ ଦେବାକୁ ପଡିବ ତାହା ସ୍ଥିର ହୋଇନାହିଁ। କେନ୍ଦ୍ର ସରକାର ଏହି ବ୍ଳୁ ଫ୍ଲାଗ୍‌ ବିଚ ପାଇଁ ସ୍ୱତନ୍ତ୍ର ଧ୍ୟାନ ଦେଉଥିବା ବେଳେ ରାଜ୍ୟସରକାର ମଧ୍ୟ ଏହା ଉପରେ ଗୁରୁତ୍ୱ ଦେଉଛନ୍ତି। ଆଇସିଜେଡ୍‌ ଏମ୍‌ପି ଦ୍ୱାରା ଏହା ପରିଚାଳିତ ହେଉଥିବା ବେଳେ ମିନିଷ୍ଟ୍ରି ଅଫ୍‌ ଏନ୍‌ଭେର୍ଣ୍ଣମେଣ୍ଟ ଫରେଷ୍ଟ ଓ କ୍ଲାଇମେଟ୍‌ ଚେଞ୍ଜର ସିକମ ସଂସ୍ଥା ଦ୍ୱାରା ଏହାର ଉନ୍ନୟନ କାର୍ଯ୍ୟ କରାଯାଉଛି।

Related story