ଶବଦାହ କରି ଫେରୁଥିବା ବେଳେ ଟ୍ରକ୍ ପିଟି ଦେଲା: ୫ ମୃତ, ୩ ଗୁରୁତର

Ordigital Desk
  • Published: Monday, 22 January 2018
  • , Updated: 22 January 2018, 08:36 AM IST
<p>ପିପିଲି( ଓଡ଼ିଶା ରିପୋର୍ଟର): ଶବଦାହ କରି ଫେରୁଥିଲେ। କିନ୍ତୁ ବାଟରେ ସତେ ଯେମିତି ମୃତ୍ୟୁ ସେମାନଙ୍କୁ ଅପେକ୍ଷା କରି ବସିଥିଲା! ଟ୍ରକ୍&zwnj; ଧକ୍କାରେ ସେମାନଙ୍କ ଜୀବନ ଚାଲିଗଲା। ଏମିତି ଏକ ଦୁଃଖଦ ଘଟଣା ଘଟିଛି ପୁରୀ ଜିଲ୍ଲା କଣାସ ସ୍ଥିତ ଜଗନ୍ନାଥ ସଡ଼କର ସୁକଳ ଛକରେ।</p> <p>ଗତକାଲି ଅଣ୍ଡାରସିଂହ ଗାଁର ଜଣେ ବ୍ୟକ୍ତିଙ୍କ ପରଲୋକ ହୋଇଥିଲା। ଅନ୍ତିମ ସଂସ୍କାର ପାଇଁ ତାଙ୍କୁ ପୁରୀ ସ୍ୱର୍ଗଦ୍ୱାରକୁ ନିଆଯାଇଥିଲା। ଶବଦାହ ପରେ ଗୋଟିଏ ଅଟୋରେ ଡ୍ରାଇଭରଙ୍କ ସମେତ ଆଠ ଜଣ ବ୍ୟକ୍ତି ଫେରୁଥିଲେ। ରାତି ପ୍ରାୟ ୧୧ଟା ବେଳେ ଜଗନ୍ନାଥ ସଡ଼କର ସୁକଳ ଛକରେ ଏକ ଟ୍ରକ୍&zwnj; ସେମାନଙ୍କୁ ସାମ୍ନାରୁ ଧକ୍କା ଦେଇଥିଲେ। &nbsp;ଏଥିରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଘଟଣାସ୍ଥଳରେ ତିନି ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଦୁଇ ଜଣ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିବା ସୂଚନା ମିଳିଛି। ଉମାକାନ୍ତ ବଳିୟାରସିଂହ, କୁମର ବିଶ୍ୱାଳ ଓ ତପନ ବିଶ୍ୱାଳ (ଅଟୋ ଚାଳକ)ଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ସୁନୀଲ ସାମନ୍ତରାୟ ନାମକ ଆଉ ଜଣେ ବ୍ୟକ୍ତିଙ୍କର ପୁରୀ ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ହୋଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ନାଁ ଜଣାପଡ଼ିନାହିଁ।</p> <p>ଆଉ ତିନି ଜଣଙ୍କ ଅବସ୍ଥା ଗୁରୁତର ଥିବା ବେଳେ ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।</p> <p>ଅଟୋକୁ ଧକ୍କା ଦେଇ ଟ୍ରକ୍&zwnj;ଟି ଏକ ଗଛରେ ପିଟି ହୋଇଯାଇଥିଲା। କୁହୁଡ଼ି ଯୋଗୁଁ ଏ ଦୁର୍ଘଟଣା ଘଟିଥିବା କୁହାଯାଉଛି।</p>

Related story