ପୁରୀ(ଓଡ଼ିଶା ରିପୋର୍ଟର): ଆଜି ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଝିଅ ବାହାଘର । ମହାରାଜାଙ୍କ ଚତୁର୍ଥ ତଥା କନିଷ୍ଠ କନ୍ୟା ଦେବେଶୀ ଦେବୀଙ୍କ ପଡ଼ିବ ହାତଗଣ୍ଠି। ହରିୟାଣା ଗୁରୁଗ୍ରାମର ରାଜୀବ କେହେରଙ୍କ ପୁଅ ତଥା ବର୍ଦ୍ଧମାନ ରାଜକୁମାର ଆଦିତ୍ୟ କେହେରଙ୍କୁ ଜୀବନସାଥୀ କରିବେ ଦେବେଶୀ । ଗଜପତିଙ୍କ ଝିଅ ବାହାଘର ପାଇଁ ବ୍ୟାପକ ଆୟୋଜନ ହୋଇଛି ।
ବିବାହ ପୂର୍ବରୁ ସମ୍ପନ୍ନ ହୋଇଛି ପାଟ ମୁଦି, ତିଳକ, ମଙ୍ଗଳକୃତ୍ୟ । ଆଜି ରାତିରେ ଦେବେଶୀ ଏବଂ ଆଦିତ୍ୟଙ୍କ ମଧ୍ୟରେ ଭୁବନେଶ୍ୱରର ଏକ ତାରକା ହୋଟେଲ୍ରେ ବିବାହ ହେବ । ଆଜି ପୁରୀ ରାଜନଅରରେ ଶ୍ରୀମନ୍ଦିର କାର୍ଯ୍ୟାଳୟର ଅଧିକାରୀ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, ବରିଷ୍ଠ ସେବାୟତଙ୍କୁ ଭୋଜି ପାଇଁ ନିମନ୍ତ୍ରଣ କରାଯାଇଛି । ରାଜନଅରରେ ସମସ୍ତଙ୍କ ପାଇଁ ମହାପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି । ଗତକାଲିଠାରୁ ବରପକ୍ଷ ଆସି ପହଞ୍ଚିଛନ୍ତି ।
[caption id="attachment_712598" align="aligncenter" width="650"]
ବର୍ଦ୍ଧମାନ ରାଜପରିବାର ସହ ବିଭିନ୍ନ ରାଜ୍ୟର ରାଜ ପରିବାର ସଦସ୍ୟମାନେ ଗତକାଲି ସନ୍ଧ୍ୟାରେ ପହଞ୍ଚି ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିଥିଲେ । କୋଭିଡ୍ କଟକଣା ମଧ୍ୟରେ ହେଉଛି ଏହି ହାଇପ୍ରୋଫାଇଲ୍ ବିବାହ । ନୀଳଗିରି ରାଜ ପରିବାର ସଦସ୍ୟ ବି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଦୁଇ ଦିନ ତଳୁ ଆରମ୍ଭ ହୋଇଥିବା ଏହି ବିବାହ କାର୍ଯ୍ୟକ୍ରମରେ ନୀଳଗିରି ରାଜ ପରିବାର ସଦସ୍ୟ ଜୋସ୍ନୋ ଦେବୀ ମର୍ଦ୍ଦରାଜ ଯୋଗ ଦେଇଥିଲେ । ଏହି ସମୟର ଭିଡିଓ ସେ ଟ୍ୱିଟ କରିବା ପରେ ଏହା ଭାଇରାଲ ହେବାରେ ଲାଗିଛ।
ଏନେଇ ଗଜପତି ମହାରାଜାଙ୍କ ସଚିବ କହିଛନ୍ତି- ଆଜି ସନ୍ଧ୍ୟା ୭ଟାରେ ରାଜନଅରରେ ସମସ୍ତଙ୍କ ପାଇଁ ମହାପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି । ଏହାପରେ ଭୁବନେଶ୍ୱରର ଏକ ତାରକା ହୋଟେଲରେ ବିବାହ ଉତ୍ସବ ଅନୁଷ୍ଠିତ ହେବ । । ଏଥିସହ ଗତକାଲି ଦିଲ୍ଲୀରୁ ରାଜକୁମାରଙ୍କ ପରିବାର ସମେତ ୬୦-୬୫ ଆସି ପହଞ୍ଚିଛନ୍ତି। ସେମାନେ ସମସ୍ତେ ପ୍ରଭୁଙ୍କ ଦର୍ଶନ କରି ଅଛନ୍ତି।